ନିୟମଗିରି ପ୍ରସଙ୍ଗରେ ସରକାରଙ୍କୁ ଝଟ୍‌କା: ଆଉ ଥରେ ଗ୍ରାମସଭା କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ଭୁବନେଶ୍ୱର: ନିୟମଗିରି ପ୍ରସଙ୍ଗରେ ରାଜ୍ୟ ସରକାର ଓ ଓଏମ୍‌ସିକୁ ଲାଗିଛି ବଡ଼ ଝଟ୍‌କା। ନିୟମଗିରିରୁ ଖଣି ଖନନ ପାଇଁ ପୁନର୍ବାର ଗ୍ରାମସଭା କରିବାକୁ ଓଏମ୍‌ସି କରିଥିବା ଆବେଦନକୁ ଆଜି ଖାରଜ କରି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ୨୦୧୩ରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା ଗ୍ରାମସଭାର ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଓଏମ୍‌ସି। ତେବେ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ପୁଣି ଥରେ ଗ୍ରାମସଭା କରାଇବାକୁ ହୋଇଥିବା ଆବେଦନକୁ ଖାରଜ କରି […]

supreme-court

Rakesh Mallick
  • Published: Friday, 06 May 2016
  • , Updated: 06 May 2016, 03:07 PM IST

ଭୁବନେଶ୍ୱର: ନିୟମଗିରି ପ୍ରସଙ୍ଗରେ ରାଜ୍ୟ ସରକାର ଓ ଓଏମ୍‌ସିକୁ ଲାଗିଛି ବଡ଼ ଝଟ୍‌କା। ନିୟମଗିରିରୁ ଖଣି ଖନନ ପାଇଁ ପୁନର୍ବାର ଗ୍ରାମସଭା କରିବାକୁ ଓଏମ୍‌ସି କରିଥିବା ଆବେଦନକୁ ଆଜି ଖାରଜ କରି ଦେଇଛନ୍ତି ସୁପ୍ରିମ୍‌କୋର୍ଟ।

୨୦୧୩ରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା ଗ୍ରାମସଭାର ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଓଏମ୍‌ସି। ତେବେ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ପୁଣି ଥରେ ଗ୍ରାମସଭା କରାଇବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ଏଥି ସହ ଏହି ଖଣ୍ଡପୀଠ କହିଛନ୍ତି,“ଯଦି ଗ୍ରାମସଭାକୁ ନେଇ କୌଣସି ଆଇନଗତ ସମସ୍ୟା ରହିଛି ତେବେ ଓଡ଼ିଶା ସରକାର ନିର୍ଦ୍ଦିଷ୍ଟ ବିଚାର ପ୍ରକ୍ରିୟାରେ ଅନୁରୂପ ଆବେଦନ କରିପାରିବେ।

୨୦୧୩ରେ ନିୟମଗିରି ଅଞ୍ଚଳରେ ୧୨ଟି ଗ୍ରାମସଭା ହୋଇଥିଲା। ସବୁ ଗ୍ରାମସଭାରେ ନିୟମଗିରିରୁ ଖଣି ଖନନ ହେଲେ ସ୍ଥାନୀୟ ଆଦିବାସୀଙ୍କ ଧାର୍ମିକ ଭାବନାକୁ ଆଘାତ ହେବ ବୋଲି ମତ ପ୍ରକାଶ ପାଇଥିଲା। ଏହା ପରେ ନିୟମଗିରି ଖଣି ଖନନ ପାଇଁ ବେଦାନ୍ତକୁ ଅନୁମତି ଦେଇ ନ ଥିଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ।

Related story