କଂଗ୍ରେସ ସହିତ ମେଣ୍ଟର ପ୍ରଶ୍ନ ଉଠୁନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ହେଲେ କଂଗ୍ରେସ ସହ ଗୋଟିଏ ମେଣ୍ଟରେ ରହିବାରେ ଅସୁବିଧା ନାହିଁ ବୋଲି ଗତକାଲି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଥିବା ବେଳେ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ସମ୍ଭାବନା ନାହିଁ ବୋଲି ରୋକଠୋକ କହିଛନ୍ତି। ବାଲେଶ୍ୱରର ସିମୁଳିଆଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,“କଂଗ୍ରେସ ସହିତ କୌଣସି ପ୍ରକାରର ମେଣ୍ଟ କରିବାର ଆଦୌ ପ୍ରଶ୍ନ ଉଠୁ ନାହିଁ। କଂଗ୍ରେସ ସବୁ ବେଳେ […]

naveenpattanik

Rakesh Mallick
  • Published: Thursday, 03 November 2016
  • , Updated: 03 November 2016, 10:27 PM IST

ଭୁବନେଶ୍ୱର: ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ହେଲେ କଂଗ୍ରେସ ସହ ଗୋଟିଏ ମେଣ୍ଟରେ ରହିବାରେ ଅସୁବିଧା ନାହିଁ ବୋଲି ଗତକାଲି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଥିବା ବେଳେ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ସମ୍ଭାବନା ନାହିଁ ବୋଲି ରୋକଠୋକ କହିଛନ୍ତି।

ବାଲେଶ୍ୱରର ସିମୁଳିଆଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,“କଂଗ୍ରେସ ସହିତ କୌଣସି ପ୍ରକାରର ମେଣ୍ଟ କରିବାର ଆଦୌ ପ୍ରଶ୍ନ ଉଠୁ ନାହିଁ। କଂଗ୍ରେସ ସବୁ ବେଳେ ଓଡ଼ିଶାର ଲୋକଙ୍କୁ ଅବହେଳା କରି ଆସିଛି।”

ଗତକାଲି ଭର୍ତ୍ତୃହରି କହିଥିଲେ ଯେ ଦେଶର ସାଂପ୍ରତିକ ରାଜନୈତିକ ସ୍ଥିତିରେ ବିଜେପି ବିରୋଧୀ ସାମୁଖ୍ୟରେ ଅନ୍ୟ ଦଳ ସହ ବିଜେଡି ଏକାଠି ହେବାରେ ଅସୁବିଧା ହେବ ନାହିଁ। ଏଭଳି କୌଣସି ମହାମେଣ୍ଟରେ କଂଗ୍ରେସର ସମ୍ଭାବ୍ୟ ଉପସ୍ଥିତିକୁ ବି ବିଜେଡି ଅଛୁଆଁ ଦୃଷ୍ଟିରେ ଦେଖୁନି। କଂଗ୍ରେସର ସ୍ଥିତି ଆଉ ଆଗ ଭଳି ନାହିଁ। ଏବେ ଏହା ମାତ୍ର କିଛି ରାଜ୍ୟ ଭିତରେ ସୀମିତ ହୋଇଯାଇଛି। ସେଥିପାଇଁ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ନୀତିରେ ବିଜେଡି ସଂଶୋଧନ କରିପାରେ। ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଏନେଇ ଠିକ୍ ନିଷ୍ପତ୍ତି ନେବେ ବୋଲି ତାଙ୍କର ଆଶା ଥିବା ଭର୍ତ୍ତୃହରି କହିଥିଲେ।

ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅଛି। ଏହା ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ ମହାଗଠବନ୍ଧନ ପାଇଁ ଗୋଟି ଚାଳନା କରୁଛନ୍ତି। ସେ ଏଥିରେ ସମସ୍ତ ବିଜେପି ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ଚାହୁଁଛନ୍ତି। ଏଥିରେ ସମାଜବାଦୀ ପାର୍ଟି ସହ ରାଷ୍ଟ୍ରୀୟ ଲୋକଦଳ (ଆର୍‌ଏଲ୍‌ପି), ଜନତା ଦଳ ୟୁଟାଇଟେଡ୍‌ (ଜେଡିୟୁ), ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି), ତୃଣମୂଳ କଂଗ୍ରେସ ଓ ବିଜେଡିକୁ ଏକାଠି କରିବାକୁ ସେ ଉଦ୍ୟମ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ପରିପ୍ରେକ୍ଷୀରେ ବିଜେପି ବିରୋଧୀ ଏଭଳି ମେଣ୍ଟ ହେଲେ ଓ ଏଥିରେ କଂଗ୍ରେସ ସାମିଲ ହେଲେ ବିଜେଡିର ଅସୁବିଧା ନାହିଁ ବୋଲି ଭର୍ତ୍ତୃହରି ମତ ଦେଇଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଭର୍ତ୍ତୃହରି ମହତାବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟରୁ ଜଣାପଡୁଛି ତାଙ୍କ ଭିତରେ ମତଭେଦ ରହିଛି। ବିଜେଡି ସହ କଂଗ୍ରେସ ମେଣ୍ଟ କି ଆସନ ବୁଝାମଣା କରିବାର ପ୍ରଶ୍ନ ଉଠୁନାହିଁ। କଂଗ୍ରେସ କାହା ସହ ଆସନ ବୁଝାମଣା କରିବ ସେ ନେଇ ହାଇକମାଣ୍ଡ ନିଷ୍ପତ୍ତି ନେଇଥାନ୍ତି।”

Related story