ବନ୍ଦ ହୋଇନି ୨୦୦୦ ଟଙ୍କିଆ ଛପା: ମନ୍ତ୍ରୀ କହିଲେ କେବଳ ଗୁଜବ, ଖୁବ୍‌ଶୀଘ୍ର ଆସିବ ୨୦୦ ଟଙ୍କିଆ

ନୂଆଦିଲ୍ଲୀ:ବିମୁଦ୍ରାକରଣ ପରେ ନୂଆ କରି ବଜାରକୁ ଛଡ଼ାଯାଇଥିବା ୨୦୦୦ ଟଙ୍କିଆ ଛପା ବନ୍ଦ ନେଇ ଗତ କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା  ହୋଇଥିଲା। ଏନେଇ ଆରବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ୨୦୦୦ ଟଙ୍କିଆ ଛପା ବନ୍ଦ ହୋଇଥିବା କେତେକ ଗଣମାଧ୍ୟମରେ ପ୍ରକାଶ  ପାଇଥିଲା। ହେଲେ ଏହି ଖବର ଗୁଜବ ଥିଲା ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି। ଛପାଯାଉଥିବା ୨୦୦୦ ଟଙ୍କିଆକୁ ବନ୍ଦ […]

note-2

Rakesh Mallick
  • Published: Saturday, 29 July 2017
  • , Updated: 29 July 2017, 04:59 PM IST

ନୂଆଦିଲ୍ଲୀ:ବିମୁଦ୍ରାକରଣ ପରେ ନୂଆ କରି ବଜାରକୁ ଛଡ଼ାଯାଇଥିବା ୨୦୦୦ ଟଙ୍କିଆ ଛପା ବନ୍ଦ ନେଇ ଗତ କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା  ହୋଇଥିଲା। ଏନେଇ ଆରବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ୨୦୦୦ ଟଙ୍କିଆ ଛପା ବନ୍ଦ ହୋଇଥିବା କେତେକ ଗଣମାଧ୍ୟମରେ ପ୍ରକାଶ  ପାଇଥିଲା। ହେଲେ ଏହି ଖବର ଗୁଜବ ଥିଲା ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି।

ଛପାଯାଉଥିବା ୨୦୦୦ ଟଙ୍କିଆକୁ ବନ୍ଦ କରାଯାଇ ନାହିଁ। ସେହିପରି ବଜାରକୁ ଖୁବ୍‌ଶୀଘ୍ର ୨୦୦ ଟଙ୍କିଆ ନୋଟ ଆସିବ ବୋଲି ସେ କହିଛନ୍ତି। ଆଇଏନଆଇକୁ ଏକ ଇଣ୍ଟର୍ଭ୍ୟୁରେ ସାକ୍ଷାତକାର ଦେଇ କେନ୍ଦ୍ରମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି।  ତେବେ ୨୦୦୦ ଟଙ୍କିଆ ନୋଟର ବଜାରରେ ହ୍ରାସ ପାଇବା ଏକ ଭିନ୍ନ ପ୍ରସଙ୍ଗ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଆରବିଆଇ ହିଁ ଅଧିକ କହିପାରିବ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ ୨୦୦୦ ଟଙ୍କିଆ ଛପା ବନ୍ଦ ନେଇ ରିପୋର୍ଟ ଆସିବା ପରେ ଏହି ପ୍ରସଙ୍ଗକୁ ନେଇ ଲୋକସଭାରେ ଗତ ୨୬ ତାରିଖରେ ବିରୋଧୀ ପ୍ରସଙ୍ଗ କରିଥିଲେ। ଏହି ପ୍ରସଙ୍ଗରେ ବିରୋଧୀ ଉତ୍ତର ମାଗିଥିଲେ।  ହେଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କୌଣସି ଉତ୍ତର ଦେଇ ନ ଥିଲେ।

Related story