ଏହି ଛାତ୍ରୀଙ୍କୁ ଆଡ୍‌ମିସନ୍ ଦେବା ପାଇଁ ଲାଇନ୍‌ ଲଗାଇଛନ୍ତି ୧୧୩ କଲେଜ: ଜାଣନ୍ତୁ କାହିଁକି?

ଏବେ ଓଡ଼ିଶାରେ ଭଲ କଲେଜ୍‌ରେ ଆଡ୍‌ମିସନ୍ ପାଇଁ ଯେମିତି ଯୁଦ୍ଧ ଆରମ୍ଭ ହୋଇଯିବ। କାରଣ ଆଜି ମାଟ୍ରିକ ପରୀକ୍ଷାର ରେଜଲ୍ଟ ବାହାରିଛି। କେମିତି ଭଲ କଲେଜ୍‌ରେ ଆଡ୍‌ମିସନ୍‌ ହେବ ସେଥିପାଇଁ ପିଲାମାନଙ୍କ ସହ ଏବେ ବାପାମାଆ ମାନେ ମଧ୍ୟ ଚିନ୍ତାରେ ରହିବେ। ଭଲରୁ ଭଲ କଲେଜ୍‌ରେ କେମିତି ଆଡ୍‌ମିସନ୍‌ ହୋଇପାରିବ ସେଥିପାଇଁ ସମସ୍ତେ ଲାଗିପଡିବେ। କିନ୍ତୁ ଏମିତି ଜଣେ ଝିଅ ଅଛନ୍ତି ଯାହାଙ୍କୁ ଆଡ୍‌ମିସନ୍ ଦେବା ପାଇଁ ୧୧୩ଟି କଲେଜ୍‌ ଲଇନ୍‌ ଲଗାଇଛନ୍ତି। ହେଲେ କାହିଁକି? ଜାଣନ୍ତୁ […]

student

Rakesh Mallick
  • Published: Monday, 07 May 2018
  • , Updated: 07 May 2018, 03:13 PM IST

ଏବେ ଓଡ଼ିଶାରେ ଭଲ କଲେଜ୍‌ରେ ଆଡ୍‌ମିସନ୍ ପାଇଁ ଯେମିତି ଯୁଦ୍ଧ ଆରମ୍ଭ ହୋଇଯିବ। କାରଣ ଆଜି ମାଟ୍ରିକ ପରୀକ୍ଷାର ରେଜଲ୍ଟ ବାହାରିଛି। କେମିତି ଭଲ କଲେଜ୍‌ରେ ଆଡ୍‌ମିସନ୍‌ ହେବ ସେଥିପାଇଁ ପିଲାମାନଙ୍କ ସହ ଏବେ ବାପାମାଆ ମାନେ ମଧ୍ୟ ଚିନ୍ତାରେ ରହିବେ। ଭଲରୁ ଭଲ କଲେଜ୍‌ରେ କେମିତି ଆଡ୍‌ମିସନ୍‌ ହୋଇପାରିବ ସେଥିପାଇଁ ସମସ୍ତେ ଲାଗିପଡିବେ। କିନ୍ତୁ ଏମିତି ଜଣେ ଝିଅ ଅଛନ୍ତି ଯାହାଙ୍କୁ ଆଡ୍‌ମିସନ୍ ଦେବା ପାଇଁ ୧୧୩ଟି କଲେଜ୍‌ ଲଇନ୍‌ ଲଗାଇଛନ୍ତି। ହେଲେ କାହିଁକି? ଜାଣନ୍ତୁ

ଆମେରିକାର ନର୍ଥ କେରୋଲିନା ଜିଲ୍ଲାରେ ରହୁଥିବା ୧୭ବର୍ଷୀୟ ଛାତ୍ରୀଙ୍କୁ ୟୁଏସ୍‌ର ବଡ ବଡ କଲେଜ ଆଡମିସନ୍‌ ଦେବା ପାଇଁ ଚାହୁଁଛନ୍ତି। ଜୈସମିନ୍‌ ହୈରିସନ୍‌ ନାମ୍ନୀ ଏହି ଝିଅ ସ୍କୁଲ ପରୀକ୍ଷାରେ ବହୁତ ଭଲ ମାର୍କ ରଖିଛନ୍ତି। ଜୈସମିନ୍‌ କିଛି କଲେଜ୍‌ରେ ବାୟୋଲଜିରେ ଡିଗ୍ରୀ କରିବା ପାଇଁ ଆବେଦନ କରିଥିଲେ। ସେଥିରୁ ସମସ୍ତ କଲେଜ ତାଙ୍କୁ ଆଡମିସନ୍‌ ଦେବା ପାଇଁ ଅଫର ଲେଟର ପଠାଇଛନ୍ତି। ଆଡମିସନ୍‌ ଦେବା ପାଇଁ ତାଙ୍କୁ କିଛି କଲେଜ ଅଧିକରୁ ଅଧିକ ବୃତ୍ତି ଦେବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ତାଙ୍କୁ ୪.୫ ମିଲିୟନ ଡଲାର (ଭାରତୀୟ ମୁଦ୍ରାର ପାଖାପାଖି ୩୦କୋଟି ଟଙ୍କା) ସ୍କଲାରସିପ୍‌ରେ ଦିଆଯିବ ବୋଲି ଅଫର ଆସିଛି।

ସୋସିଆଲ୍‌ ମିଡିଆରେ ତାଙ୍କୁ ଏଥିପାଇଁ ସମସ୍ତେ ଶୁଭକାମନା ଜଣାଉଛନ୍ତି। ରେଜଲ୍ଟ ଦେଖି ଜୈସମିନ୍‌ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କହିଛନ୍ତି ଯେ, ସେ ନିଜେ ବି ଚିନ୍ତା କରିନଥିଲେ ଏମିତି କିଛି ହେବ ବୋଲି। ଜୈସମିନ୍‌ ବଡ ହୋଇ ନର୍ସ ହେବାକୁ ଚାହାଁନ୍ତି। ଏବେ ତାଙ୍କୁ କେବଳ କଲେଜ୍ ବାଛିବାକୁ ହେବ। ଯେଉଁ କଲେଜ୍‌ ଗୁଡିକରୁ ଅଫର ଆସିଛି ସେଥିମଧ୍ୟରେ ଆମେରିକାର ୧୦ଟି ଟପ୍‌ କଲେଜ ମଧ୍ୟ ଅଛି।

 

 

Related story