ସାବଧାନ ! ନିଃଶ୍ୱାସ ପାଇଁ ଆଗକୁ କିଣିବାକୁ ପଡ଼ିବ ସ୍ଵଚ୍ଛ ପବନ

ଏବେ ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଭଳି ଜାଗାରେ ଶୋଷ ଲାଗିଲେ ଆମେ ପାଣି ପାଉଚ କିମ୍ବା ପାଣି ବୋଟଲ କିଣି ପିଉଛନ୍ତି। ଅଗକୁ ନିଶ୍ୱାସ ଟିକେ ମାରିବା ପାଇଁ  ଆମକୁ ବାୟୁ କିଣିବାକୁ ପଡ଼ିବ। ଆଜ୍ଞା ହଁ କଥାଟି ବିଶ୍ୱାସ ହେଉନଥିଲେ ବି ସତ। କାରଣ ବର୍ତ୍ତମାନ ବାୟୁମଣ୍ଡଳ ଧୀରେ ଧୀରେ ବିଷାକ୍ତ ହେବାରେ ଲାଗିଛି। ଏହି ବିଷାକ୍ତ ଧୂଆଁ ପ୍ରଶ୍ୱାସରେ ଗ୍ରହଣ କରିବା ଦ୍ୱାରା ଅନେକ ପ୍ରକାର ରୋଗ ହେଉଛି। ଏଭଳି ପରିସ୍ଥିତିର  କିଛି […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 08:25 PM IST

Sports

Latest News

ଏବେ ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଭଳି ଜାଗାରେ ଶୋଷ ଲାଗିଲେ ଆମେ ପାଣି ପାଉଚ କିମ୍ବା ପାଣି ବୋଟଲ କିଣି ପିଉଛନ୍ତି। ଅଗକୁ ନିଶ୍ୱାସ ଟିକେ ମାରିବା ପାଇଁ  ଆମକୁ ବାୟୁ କିଣିବାକୁ ପଡ଼ିବ। ଆଜ୍ଞା ହଁ କଥାଟି ବିଶ୍ୱାସ ହେଉନଥିଲେ ବି ସତ। କାରଣ ବର୍ତ୍ତମାନ ବାୟୁମଣ୍ଡଳ ଧୀରେ ଧୀରେ ବିଷାକ୍ତ ହେବାରେ ଲାଗିଛି। ଏହି ବିଷାକ୍ତ ଧୂଆଁ ପ୍ରଶ୍ୱାସରେ ଗ୍ରହଣ କରିବା ଦ୍ୱାରା ଅନେକ ପ୍ରକାର ରୋଗ ହେଉଛି। ଏଭଳି ପରିସ୍ଥିତିର  କିଛି କମ୍ପାନୀ ଶୁଦ୍ଧ ହାୱା ବିକ୍ରି କରିବାର ବ୍ୟବସାୟ ଆରମ୍ଭ କରିଦେଇଛନ୍ତି ।

କାନାଡ଼ାର  ଭାଇଟାଲିଟି ନାମକ ଏକ କମ୍ପାନୀ ଭାରତରେ ବାୟୁ ବିକ୍ରି କରିବାର ବ୍ୟବସାୟ  ଆରମ୍ଭ କରିଛି। ଦିଲ୍ଲୀ ଭଳି ପ୍ରଦୂଷିତ ସହରଗୁଡ଼ିକରେ ରହୁଥିବା ଲୋକମାନଙ୍କୁ ଶୁଦ୍ଧ ବାୟୁ ଯୋଗାଇ ଦେଉଛି ଏହି କମ୍ପାନୀ।  ଆମାଜନ୍ ଅନଲାଇନ ସାଇଟରେ ଏହି କମ୍ପାନୀ ଶୁଦ୍ଧ ବାୟୁ ଭର୍ତ୍ତି ଥିବା ୮ ଲିଟରିଆ ବୋଟଲ ବିକ୍ରି କରୁଛି। ୧୨୦୦ ଟଙ୍କାଦେଇ ଅନଲାଇନରେ ଗ୍ରାହକ ଏହି ବାୟୁ ଭର୍ତ୍ତି ବୋଟଲ କିଣିପାରିବେ।

ଏହି ବ୍ୟବସାୟ ପ୍ରଥମେ ଚୀନର ବେଜିଂରେ ଆରମ୍ଭ ହୋଇଥିଲା। ପରେ ଏହା ଭାରତ, ଆଫଗାନିସ୍ତାନ ଓ ଇରାନ ଭଳି ଦେଶରେ ବ୍ୟବସାୟ କରାଯାଉଛି। କାନାଡ଼ା, ସୁଇଜରଲ୍ୟାଣ୍ଡ୍ ଓ ବ୍ରିଟେନ ଭଳି ଦେଶର କିଛି କମ୍ପାନୀ ଏହି ବ୍ୟବସାୟ କରୁଛନ୍ତି। କାନାଡ଼ାର ଭାଇଟାଲିଟି ଓ ବ୍ରିଟେନର ଦି ୱେଷ୍ଟ କମ୍ପାନୀ ଏହି ବ୍ୟବସାୟ କରି ଭଲ ଲାଭ ମଧ୍ୟ କରୁଛନ୍ତି। ଚୀନରେ ଭାଇଟାଲିଟି କମ୍ପାନୀର  ଶୁଦ୍ଧ ବାୟୁର  ଅଧିକ ଚାହିଦା ରହୁଛି ବୋଲି କମ୍ପାନୀ ଦାବି ମଧ୍ୟ କରିଛି।

ସିଏଏନ୍ଏନ୍ ଖବର ଅନୁଯାୟୀ ଭାଇଟାଲିଟି କମ୍ପାନୀ ଶୁଦ୍ଧ ବାୟୁ ଡବାରେ ଭର୍ତ୍ତି କରି ୧୪-୨୦ ଡଲାର ମଧ୍ୟରେ ବିକ୍ରି କିରଥାଏ। ସେହି ଭଳି ବ୍ରିଟେନର ଦି ୱେଷ୍ଟ କମ୍ପାନୀ ଶୁଦ୍ଧ ବାୟୁ ଭର୍ତ୍ତି ଏକ ଜାର ୮୦ ପାଉଣ୍ଡରେ ବିକ୍ରି କରୁଛି। ଏହି କମ୍ପାନୀ ସୁଇଜରଲ୍ୟାଣ୍ଡର ଦୂର ଦୂରାନ୍ତ ଅଞ୍ଚଳକୁ ଯାଇ ଡବାରେ ଶୁଦ୍ଧ ବାୟୁ ଭର୍ତ୍ତି କରିଥାଏ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos