ଦାୟିତ୍ୱ ନେଲେ ନୂଆ ଡିଜିପି କେ.ବି ସିଂହ, କହିଲେ ପୋଲିସକୁ ଅଧିକ ସକ୍ରିୟ ଓ ଦାୟିତ୍ୱବାନ କରାଯିବ

କଟକ: ଭିଜିଲାନ୍ସ ନିର୍ଦ୍ଦେଶକ କନୱର ବ୍ରଜେଶ ସିଂହ ରବିବାର ରାଜ୍ୟର ନୂଆ ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ଏନେଇ ନିର୍ଦ୍ଦେଶ ପାଇବା ପରେ ଆଜି କଟକ ସ୍ଥିତ ପୋଲିସ୍ ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ନୂଆ ଡିଜିପି କହିଛନ୍ତି ଯେ ରାଜ୍ୟର ପୋଲିସକୁ ଅଧିକ ସକ୍ରିୟ କରାଯିବ। ସାଧାରଣ ଲୋକ ଓ ପୋଲିସ୍ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରାଯିବ। ସାଧାରଣ ଲୋକଙ୍କ ସହିତ ସୁସଂପର୍କ […]

dgp

dgp

Rakesh Mallick
  • Published: Sunday, 08 November 2015
  • Updated: 08 November 2015, 06:44 AM IST

Sports

Latest News

[caption id="attachment_44825" align="alignleft" width="300"]dgp1 ଦାୟିତ୍ୱ ଗ୍ରହଣ କରୁଛନ୍ତି ନୂଆ ଡିଜିପି କେ.ବି ସିଂହ[/caption]

କଟକ: ଭିଜିଲାନ୍ସ ନିର୍ଦ୍ଦେଶକ କନୱର ବ୍ରଜେଶ ସିଂହ ରବିବାର ରାଜ୍ୟର ନୂଆ ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ଏନେଇ ନିର୍ଦ୍ଦେଶ ପାଇବା ପରେ ଆଜି କଟକ ସ୍ଥିତ ପୋଲିସ୍ ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ନୂଆ ଡିଜିପି କହିଛନ୍ତି ଯେ ରାଜ୍ୟର ପୋଲିସକୁ ଅଧିକ ସକ୍ରିୟ କରାଯିବ। ସାଧାରଣ ଲୋକ ଓ ପୋଲିସ୍ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରାଯିବ। ସାଧାରଣ ଲୋକଙ୍କ ସହିତ ସୁସଂପର୍କ ରକ୍ଷା କରିବା ପାଇଁ ପୋଲିସକୁ ଅଧିକ ଦାୟିତ୍ୱବାନ କରାଯିବ। ସାଧାରଣ ଲୋକ ଓ ସମାଜପାଇଁ ପୋଲିସକୁ ଦାୟିତ୍ୱବାନ କରାଯିବ।

ଏହା ସହିତ ସାଇବର କ୍ରାଇମର ମୁକାବିଲା ଦିଗରେ ଅଧିକ ଗୁରୁତ୍ୱ ଦେଇଛନ୍ତି ନୂଆ ଡିଜିପି। ସେ କହିଛନ୍ତି, ବର୍ତ୍ତମାନ ସମୟରେ ସାଇବର କ୍ରାଇମ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହାର ମୁକାବିଲା ପାଇଁ ପୋଲିସକୁ ତାଲିମ ଦେବାକୁ ପଡ଼ିବ।

ସେହିପରି ମାଓ ସଂଗଠନରେ ସାମିଲ ହେଉଥିବା ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ଦିଗରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ନୂଆ ଡିଜିପି କେ.ବି ସିଂହ କହିଛନ୍ତି। ସେ କହିଛନ୍ତି ଯେ ବିଶେଷ କରି ମାଓ ସଂଗଠନଗୁଡ଼ିକରେ ସାମିଲ ହେଉଥିବା ଯୁବ ଗୋଷ୍ଠୀଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯିବ। ଏଥିପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ। ମାଓବାଦୀଙ୍କ ସହ ମୁକାବିଲା ଜାରି ରଖାଯିବ ଓ ଏହା ସହିତ ମାଓ ପ୍ରଭାବିତ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯିବ।

ଶନିବାର ରାଜ୍ୟ ସରକାର ୧୯୮୫ ବ୍ୟାଚର ଏହି ଆଇପିଏସ୍ ଅଫିସରଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ। ଡିଜିପି ହେବା ପୂର୍ବରୁ ସେ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ଡିଜିପି ପଦରେ ନିଯୁକ୍ତି ଦିଆଯିବା ପରେ ଡିଜିପି ସଂଜୀବ ମାରିକ ଛୁଟିରେ ଚାଲି ଯାଇଛନ୍ତି। ସେ ଡିସେମ୍ବର ୩୧ରେ ଅବସର ନେଇ ଥାଆନ୍ତେ। ସତୀଶ ଗଜଭିୟେ ଓ ଏକାଧିକ ଇନ୍ସପେକ୍ଟରଙ୍କୁ ବଦଳି କରିବା ନେଇ ବିବାଦରେ ଥିଲେ ସଂଜୀବ ମାରିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos