ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନରେ ଓଡ଼ିଶାର ୪

ଭୁବନେଶ୍ୱର: ଆଜି ଦେଶର ଶ୍ରେଷ୍ଠ ୟୁନିଭର୍ସିଟି ଓ କଲେଜ ତାଲିକା ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି। ଭୁବନେଶ୍ୱରର ସୋଆ ୟୁନିଭର୍ସିଟିକୁ ରାଜ୍ୟର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଛି। ଏହା ଜାତୀୟ ସ୍ତରରେ ୩୩ ତମ ରାଙ୍କରେ ରହିଛି। ସେହିପରି ରାଉରକେଲା NITକୁ ୪୬ ତମ, IIT ଭୁବନେଶ୍ୱରକୁ ୬୬ ତମ ଓ KIIT ୟୁନିଭର୍ସିଟିକୁ ୭୯ ତମ ସ୍ଥାନ ମିଳିଛି। ଦେଶର ଶ୍ରେଷ୍ଠ ୟୁନିଭର୍ସିଟି ଭାବେ ତାଲିକାର ଏକ ନମ୍ବରରେ ରହିଛି […]

nit-rourkela-main-building

Rakesh Mallick
  • Published: Monday, 03 April 2017
  • , Updated: 03 April 2017, 08:50 PM IST

ଭୁବନେଶ୍ୱର: ଆଜି ଦେଶର ଶ୍ରେଷ୍ଠ ୟୁନିଭର୍ସିଟି ଓ କଲେଜ ତାଲିକା ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି। ଭୁବନେଶ୍ୱରର ସୋଆ ୟୁନିଭର୍ସିଟିକୁ ରାଜ୍ୟର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଛି। ଏହା ଜାତୀୟ ସ୍ତରରେ ୩୩ ତମ ରାଙ୍କରେ ରହିଛି। ସେହିପରି ରାଉରକେଲା NITକୁ ୪୬ ତମ, IIT ଭୁବନେଶ୍ୱରକୁ ୬୬ ତମ ଓ KIIT ୟୁନିଭର୍ସିଟିକୁ ୭୯ ତମ ସ୍ଥାନ ମିଳିଛି।

ଦେଶର ଶ୍ରେଷ୍ଠ ୟୁନିଭର୍ସିଟି ଭାବେ ତାଲିକାର ଏକ ନମ୍ବରରେ ରହିଛି IISC ବେଙ୍ଗାଲୁରୁ ରହିଛି। ଜବାହାରଲାଲ ନେହରୁ ୟୁନିଭର୍ସିଟି ଦ୍ୱିତୀୟ ଓ BHU ୟୁନିଭର୍ସିଟି ତୃତୀୟ ସ୍ଥାନରେ ରହିଛନ୍ତି।

ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ IIM ଅହମ୍ମଦାବାଦ୍‌ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇଛି। IIM ବେଙ୍ଗାଲୁରୁ ଦ୍ୱିତୀୟ ଓ IIM କୋଲକତା ତୃତୀୟ ସ୍ଥାନରେ ରହିଛନ୍ତି। ଦେଶର ଶ୍ରେଷ୍ଠ କଲେଜ ତାଲିକାର ପ୍ରଥମ ସ୍ଥାନରେ ଦିଲ୍ଲୀ ମିରାଣ୍ଡା ହାଉସ୍‌ ରହିଛି। ଦ୍ୱିତୀୟରେ ଚେନ୍ନାଇର ଲୋୟର କଲେଜ ଓ ତୃତୀୟରେ ଦିଲ୍ଲୀର ଶ୍ରୀରାମ କଲେଜ୍‌ ଅଫ୍‌ କମର୍ସ ରହିଛି।

Related story