ପଦାକୁ ଆସିଲା ହୋମଗାର୍ଡ ଆଣ୍ଠେଇବାର ଆଉଏକ ଫଟୋ

ବାରିପଦା: ବାରିପଦାରେ ହୋମ୍‌ଗାର୍ଡ଼ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟ ଆଗରେ ୪ ଜଣ ହୋମ୍‌ଗାର୍ଡ଼ ଆଣ୍ଠେଇବା ଘଟଣା ଥମିନାହିଁ। ଏବେ ଆଉ ଏକ ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଫଟୋରେ ୬ ଜଣ ହୋମ୍‌ଗାର୍ଡ଼ ଆଣ୍ଠେଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ପ୍ରଶାସନ ଏବେ ଅଡ଼ୁଆରେ ପଡ଼ିଛି। ଡ୍ରେସ୍‌କୋଡ୍‌ର ବାହାନା ଦେଖାଇ ପ୍ରଥମ ଘଟଣାରେ ନିଜ ମୁଣ୍ଡରୁ ଦୋଷ ଖସାଇଥିଲା ପ୍ରଶାସନ। ହୋମ୍‌ଗାର୍ଡ଼ଙ୍କୁ ଏପରି ଦଣ୍ଡ ଦେବା ଉଚିତ ନଥିଲା ବୋଲି ଏସ୍‌ପି କହିଥିଲେ। ପରେ ୪ […]

baripada home gard punishment

Rakesh Mallick
  • Published: Friday, 30 June 2017
  • , Updated: 30 June 2017, 03:00 PM IST

ବାରିପଦା: ବାରିପଦାରେ ହୋମ୍‌ଗାର୍ଡ଼ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟ ଆଗରେ ୪ ଜଣ ହୋମ୍‌ଗାର୍ଡ଼ ଆଣ୍ଠେଇବା ଘଟଣା ଥମିନାହିଁ। ଏବେ ଆଉ ଏକ ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଫଟୋରେ ୬ ଜଣ ହୋମ୍‌ଗାର୍ଡ଼ ଆଣ୍ଠେଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ପ୍ରଶାସନ ଏବେ ଅଡ଼ୁଆରେ ପଡ଼ିଛି।

ଡ୍ରେସ୍‌କୋଡ୍‌ର ବାହାନା ଦେଖାଇ ପ୍ରଥମ ଘଟଣାରେ ନିଜ ମୁଣ୍ଡରୁ ଦୋଷ ଖସାଇଥିଲା ପ୍ରଶାସନ। ହୋମ୍‌ଗାର୍ଡ଼ଙ୍କୁ ଏପରି ଦଣ୍ଡ ଦେବା ଉଚିତ ନଥିଲା ବୋଲି ଏସ୍‌ପି କହିଥିଲେ। ପରେ ୪ ଜଣଙ୍କ ମଧ୍ୟରେ ଆଣ୍ଠେଇଥିବା ଅନ୍ୟତମ ମହିଳା ହୋମ୍‌ଗାର୍ଡ଼ ଡ୍ରେସ୍‌କୋର୍ଡ ଅଭିଯୋଗକୁ ଖଣ୍ଡନ କରିଥିଲେ। ଗତକାଲି ସେ ଓଟିଭିକୁ କହିଥିଲେ-“କରଞ୍ଜିଆରୁ ବସ୍‌ରେ ଅଫିସ ଆସିବା ବେଳେ ୫ ମିନିଟ୍‌ ବିଳମ୍ୱ ହୋଇଥିଲା। ତେଣୁ ଅଫିସର ସାର୍‌ ମୋତେ ୧୦ ମିନିଟ୍‌ ଆଣ୍ଠେଇ ଦେଲେ। ପ୍ରଥମେ ଆଣ୍ଠଉ ନଥିଲି ପରେ ତାଗିଦ୍‌ କରିବାରୁ ଆଣ୍ଠେଇଲି। ମୋ’ ସହିତ ଅନ୍ୟ ୪ ଜଣ ମଧ୍ୟ ଆଣ୍ଠେଇଥିଲେ। ଏନେଇ ମୁଁ କାହାକୁ କହିନଥିଲି। ଏପରିକି ପରିବାର ଲୋକେ ଜାଣିନଥିଲେ। ଦୁଃଖ ତ ଲାଗୁଛି କଣ କରିବୁ ଚାକିରି କରୁଛୁ।”

ଦେଖିବାକୁ ଗଲେ ହୋମଗାର୍ଡ଼ଙ୍କ ଦରମା ବହୁ କମ୍‌। ଯାହା ଦରମା ପାଆନ୍ତି ସେଥିରେ ଦୁଃଖକଷ୍ଟରେ ପରିବାର ଚଳେ। ତଥାପି ସେମାନେ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାରେ କେବେ କାର୍ପଣ୍ୟ କରିନଥାନ୍ତି। ଏହା ଭିତରେ ପୁଣି ଉପର ଅଫିସରଙ୍କ ଦାଦାଗିରି। ସବୁ କଷ୍ଟକୁ ସହି ନିଜ କର୍ତ୍ତବ୍ୟକୁ ସମ୍ପାଦନ କରିଥାନ୍ତି ଏହି ସ୍ୱଳ୍ପବେତନଭୋଗୀ କର୍ମଚାରୀ ହୋମ୍‌ଗାର୍ଡ଼। ତେବେ ବାରିପଦା ଘଟଣାକୁ ଦେଖିଲେ ମୁହଁ ଖୋଲିଥିବା ମହିଳା ହୋମ୍‌ଗାର୍ଡ଼ଙ୍କ ଘର କରଞ୍ଜିଆରେ। ସେ ଡ୍ୟୁଟିରେ ଯୋଗଦେବା ପାଇଁ ବାରିପଦା ଆସୁଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ମହିଳା(ହୋମଗାର୍ଡ଼)ଙ୍କୁ ଡ୍ୟୁଟିରେ ଏତେ ଦୂର ପଠାଇବା କେତେଦୂର ଯୁକ୍ତିଯୁକ୍ତ। ତାହା ତଦନ୍ତ ସାପେକ୍ଷ।

Related story