କ୍ୟାବିନେଟ୍‌ ନିଷ୍ପତ୍ତି: ବିଶ୍ୱବିଦ୍ୟାଳୟ ଓ ଯୁକ୍ତ ୩ ପାଠ୍ୟକ୍ରମ ପାଇଁ ଗଠନ ହେବ ଓଡିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଓ ଯୁକ୍ତ ୩ ପାଠ୍ୟକ୍ରମ ପାଇଁ ଗଠନ ହେବ ଓଡିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ। ଏଥିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅଧ୍ୟକ୍ଷ ରହିଥିବା ବେଳେ ୧୫ ଜଣ ସଦସ୍ୟ ରହିବେ। ଏଥିପାଇଁ ଅଧ୍ୟାଦେଶ ଆଣିବେ ରାଜ୍ୟ ସରକାର। ଆଜି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ବୈଠକ ପରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି,“ଚିଲିକାରେ ମାଛଧରା ନିୟନ୍ତ୍ରଣ ପାଇଁ ହେବ ସ୍ୱତନ୍ତ୍ର ଆଇନ। ଏଣିକି ଚିଲିକାରେ ମାଛ ମରା […]

cabinet

Rakesh Mallick
  • Published: Tuesday, 25 July 2017
  • , Updated: 25 July 2017, 08:39 PM IST

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଓ ଯୁକ୍ତ ୩ ପାଠ୍ୟକ୍ରମ ପାଇଁ ଗଠନ ହେବ ଓଡିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ। ଏଥିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅଧ୍ୟକ୍ଷ ରହିଥିବା ବେଳେ ୧୫ ଜଣ ସଦସ୍ୟ ରହିବେ। ଏଥିପାଇଁ ଅଧ୍ୟାଦେଶ ଆଣିବେ ରାଜ୍ୟ ସରକାର। ଆଜି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି।

ବୈଠକ ପରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି,“ଚିଲିକାରେ ମାଛଧରା ନିୟନ୍ତ୍ରଣ ପାଇଁ ହେବ ସ୍ୱତନ୍ତ୍ର ଆଇନ। ଏଣିକି ଚିଲିକାରେ ମାଛ ମରା ପାଇଁ ଲାଗିବ କଟକଣା। ଏଥିପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)କୁ ଅଧିକ କ୍ଷମତା ଦିଆଯିବ। ଚିଲିକାରେ ଚିଙ୍ଗୁଡ଼ି ଘେରି ନିଷେଧ ପାଇଁ ଆଇନ ଆସିବ। କ୍ୟାବିନେଟ ମଞ୍ଜୁରୀ ପରେ ବିଲ୍ ବିଧାନସଭାକୁ ଆସିବ।”

ସେ କହିଛନ୍ତି,“କୃଷି ବିଭାଗର କ୍ୟାଡର ସ୍ତରରେ ପରିବର୍ତ୍ତନ ଉପରେ କ୍ୟାବିନେଟ୍‌ରେ ମୋହର ଲାରିଛି। ଏଣିକି ଜିଲ୍ଲାସ୍ତରରେ ରହିବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ। ସେହିପରି GST ଲାଗୁ ପରେ ନୂଆ ଦରକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି। ଉଡାନ ଯୋଜନାରେ ଆସୁଥିବା ୪ ଏୟାରପୋର୍ଟ ପାଇଁ ଭାଟ ହ୍ରାସ କରାଯାଇଛି। ୫% ଭାଟ୍‌କୁ ୧%କୁ ହ୍ରାସ ପାଇଁ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ୪ ସହର ବାରିପଦା, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ାରେ ପାନୀୟ ଜଳ ଯୋଗାଣ ପାଇଁ ଟେଣ୍ଡର ଆହ୍ୱାନକୁ ମଧ୍ୟ ମଞ୍ଜୁରୀ ଦେଇଛି କ୍ୟାବିନେଟ। ଆଜି ବସିଥିବା କ୍ୟାବିନେଟ ବୈଠକରେ ମୋଟ ୧୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

Related story