ଆଇଓସିଏଲ୍‌ ବିବାଦ: ନବୀନ କହିଲେ ସମାଧାନ ନେଇ ଆଶାବାଦୀ ଅଛି, ଧର୍ମେନ୍ଦ୍ର କହିଲେ- ସର୍ତ୍ତାବଳୀ ସୁହାଉନି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାର ଓ ଆଇଓସିଏଲ୍‌ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ଖୁବ୍‌ଶୀଘ୍ର ହୋଇଯିବ। ଆଜିର ଆଲୋଚନାରୁ କିଛି ଭଲ ଫଳ ମିଳିବା ନେଇ ଆଶାବାଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇଓସିଏଲ୍‌ ବିବାଦ ସମାଧାନ ପାଇଁ ନୂଆଦିଲ୍ଲୀ ଓଡ଼ିଶା ଭବନରେ ବସିଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇଓସିଏଲ୍‌ ବିବାଦର ସମାଧାନ ପାଇଁ ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ପ୍ରଥମେ ପହଞ୍ଚିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ପହଞ୍ଚିଥିଲେ। ଉଭୟଙ୍କ […]

delhi cm-naveen-meet-to-pradhan-today

Rakesh Mallick
  • Published: Friday, 18 August 2017
  • , Updated: 18 August 2017, 06:33 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାର ଓ ଆଇଓସିଏଲ୍‌ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ଖୁବ୍‌ଶୀଘ୍ର ହୋଇଯିବ। ଆଜିର ଆଲୋଚନାରୁ କିଛି ଭଲ ଫଳ ମିଳିବା ନେଇ ଆଶାବାଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇଓସିଏଲ୍‌ ବିବାଦ ସମାଧାନ ପାଇଁ ନୂଆଦିଲ୍ଲୀ ଓଡ଼ିଶା ଭବନରେ ବସିଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆଇଓସିଏଲ୍‌ ବିବାଦର ସମାଧାନ ପାଇଁ ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ପ୍ରଥମେ ପହଞ୍ଚିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟ ଦୀର୍ଘ ସମୟ ଧରି ଚାଲିଥିଲା ଆଲୋଚନା। ବୈଠକରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଆଇଓସିଲ୍‌ କର୍ତ୍ତୃପକ୍ଷ ମଧ୍ୟ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

ଆଲୋଚନା ପରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- “୨୦୦୪ରେ ହୋଇଥିବା ସର୍ତ୍ତାବଳୀ କାହାକୁ ସୁହାଉ ନାହିଁ। ତେଣୁ ସର୍ତ୍ତାବଳୀରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ତା’ସହ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବା ଉପରେ ଗୁରୁତ୍ୱ ଦେବା ଦରକାର।”
ବିବାଦ କାହିଁକି?
ଏମ୍ଓୟୁ ଅନୁସାରେ ୨୦୦୯-୧୦ ମସିହାରେ ଆଇଓସିଏଲ୍‌ ପ୍ରକଳ୍ପ ଶେଷ ହେବା କଥା। କିନ୍ତୁ ପ୍ରକଳ୍ପ କାମ ଶେଷ ହେଲା ୨୦୧୬ରେ। ରାଜ୍ୟ ସରକାରଙ୍କୁ ନଜଣାଇ ଆଇସିଏଲ୍ ଉତ୍ପାଦନ କ୍ଷମତା ୯ ମିଲିୟନ୍ ଟନ୍‌ରୁ ୧୫ ମିଲିୟନ୍ ଟନ୍ ବୃଦ୍ଧି କରିଛନ୍ତି। ପ୍ରକଳ୍ପ ଲାଭଦାୟକ ନ ହେଲେ ସରକାର ସୁଧ ମୁକ୍ତ ଋଣ ଛାଡ କରିବେ ବୋଲି ଏମ୍‌ଓୟୁରେ ଉଲ୍ଲେଖ ରହିଥିଲା। କିନ୍ତୁ ଏବେ ଆଇସିଏଲ୍ ଲାଭରେ ଚାଲିଥିବାରୁ ସରକାର ସୁଧମୁକ୍ତ ଋଣ ଛାଡ଼ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଛଡ଼ା ଏବେ ଭାଟ୍ ବାବଦକୁ ବର୍ଷକୁ ୧୪୮୫ କୋଟି ଟଙ୍କା ରାଜ୍ୟର କ୍ଷତି ହେଉଛି। ତେବେ ଏହାକୁ ବିରୋଧ କରିଥିଲା ଆଇଓସିଏଲ୍।
ଆଇଓସିଏଲ୍‌ ବିବାଦର ସମାଧନ ନେଇ ପୂର୍ବରୁ ବାରମ୍ବାର ଓ୍ୱାର୍କିଂ ଗ୍ରୁପ୍ ବୈଠକ ଫେଲ୍ ମାରିବା ପରେ ଆଜି ଓଡ଼ିଶା ଭବନରେ ନବୀନ-ଧର୍ମେନ୍ଦ୍ରଙ୍କ ମଧ୍ୟରେ ଶୀର୍ଷସ୍ତରୀୟ ଆଲୋଚନା ହୋଇଥିଲା। ପ୍ରକଳ୍ପ ଲାଭଦାୟକ ନ ହେଲେ ସରକାର ସୁଧମୁକ୍ତ ଋଣ ଛାଡ଼ କରିବେ ବୋଲି ଏମଓୟୁରେ ଉଲ୍ଲେଖ କରିଥିଲେ। କିନ୍ତୁ ଏବେ ଆଇଓସିଏଲ୍ ଲାଭରେ ଚାଲିଥିବାରୁ ସରକାର ସୁଧମୁକ୍ତ ଋଣ ଛାଡ଼ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେବାପରେ ବିବାଦ ଉପୁଜିଛି।

Related story