ଆସନ୍ତାକାଲି ଭଦ୍ରକ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଭଦ୍ରକ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ଥିତି ଅନୁଧ୍ୟାନ ପାଇଁ ସେ ଭଦ୍ରକ ଯାଉଥିବା କୁହାଯାଉଛି। ନୂଆଦିଲ୍ଲୀରୁ ଫେରିବା ପରେ ଆଜି ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଗତ ୬ ତାରିଖରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ସେନା ପକ୍ଷରୁ ଭଦ୍ରକ ଟାଉନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶହଶହ କର୍ମୀ ମୁଖ୍ୟରାସ୍ତା ଅବରୋଧ କରି ଟାୟାର ଜାଳିଥିଲେ। କିଛି ସମୟର ନୀରବତା ପରେ ପୁଣି […]

Naveen-naxal

Rakesh Mallick
  • Published: Tuesday, 11 April 2017
  • , Updated: 12 April 2017, 07:42 AM IST

ଭୁବନେଶ୍ୱର: ଆସନ୍ତାକାଲି ଭଦ୍ରକ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ଥିତି ଅନୁଧ୍ୟାନ ପାଇଁ ସେ ଭଦ୍ରକ ଯାଉଥିବା କୁହାଯାଉଛି। ନୂଆଦିଲ୍ଲୀରୁ ଫେରିବା ପରେ ଆଜି ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ଗତ ୬ ତାରିଖରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ସେନା ପକ୍ଷରୁ ଭଦ୍ରକ ଟାଉନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶହଶହ କର୍ମୀ ମୁଖ୍ୟରାସ୍ତା ଅବରୋଧ କରି ଟାୟାର ଜାଳିଥିଲେ।

କିଛି ସମୟର ନୀରବତା ପରେ ପୁଣି ଭଦ୍ରକରେ ଆଶାନ୍ତିର ବାତାବରଣ ଦେଖାଦେଇଥିଲା। ଶାନ୍ତି କମିଟି ବୈଠକ ବିଫଳ ହେବା ପରେ ସହରରେ ପୁଣି ଦେଖାଦେଇଥିଲା ଉତ୍ତେଜନା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ପୋଲିସ୍‌ ଗାଡି ଭଙ୍ଗାରୁଜା କରିଥିଲେ। ଏପରିକି କିଛି ଦୋକାନରେ ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣ ଲାଗି ୧୪୪ ଧାରା ଜାରି ରହିଥିବା ବେଳେ କର୍ଫ୍ୟୁ ଜାରି କରିଥିଲା।

Related story