ମନଇଚ୍ଛା କୋଚିଂ ସେଣ୍ଟର ଖୋଲିବା ଉପରେ ଲାଗିବ ରୋକ୍‌: ରାଜ୍ୟ ସରକାର ଆଣିବେ ସ୍ୱତନ୍ତ୍ର ଆଇନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଚିଂ ସେଣ୍ଟର ଉପରେ ଲାଗିବ ଅଙ୍କୁଶ। ପରିଚାଳନା ଓ ନିୟନ୍ତ୍ରଣ ଲାଗି ଆସିବ ଓଡିଶା କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ ରେଗୁଲେସନ ବିଲ୍। କୋଚିଂ ସେଣ୍ଟରରେ ଦିଆଯାଉଥିବା ଶିକ୍ଷାର ମାନ, ଶିକ୍ଷକଙ୍କ ଯୋଗ୍ୟତା ଓ ଭିତ୍ତିଭୂମି ନେଇ ବିଲ୍‌ରେ ବ୍ୟବସ୍ଥା ରହିଛି। ତା’ସହିତ କେବଳ ବେସରକାରୀ ଓ ଅବସରପ୍ରାପ୍ତ ଶିକ୍ଷକମାନେ ହିଁ କୋଚିଂ ସେଣ୍ଟରରେ ପଢେଇ ପାରିବେ ବୋଲି ଏଥିରେ ଉଲ୍ଲେଖ ରହିଛି। ବର୍ତ୍ତମାନ ମନଇଚ୍ଛା ଖୋଲି ହେବନି କୋଚିଂ ସେଣ୍ଟର। ଛତୁ ଫୁଟିବା ଭଳି […]

odisha-govt-control-coching

Rakesh Mallick
  • Published: Wednesday, 23 August 2017
  • , Updated: 23 August 2017, 08:14 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଚିଂ ସେଣ୍ଟର ଉପରେ ଲାଗିବ ଅଙ୍କୁଶ। ପରିଚାଳନା ଓ ନିୟନ୍ତ୍ରଣ ଲାଗି ଆସିବ ଓଡିଶା କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ ରେଗୁଲେସନ ବିଲ୍। କୋଚିଂ ସେଣ୍ଟରରେ ଦିଆଯାଉଥିବା ଶିକ୍ଷାର ମାନ, ଶିକ୍ଷକଙ୍କ ଯୋଗ୍ୟତା ଓ ଭିତ୍ତିଭୂମି ନେଇ ବିଲ୍‌ରେ ବ୍ୟବସ୍ଥା ରହିଛି। ତା’ସହିତ କେବଳ ବେସରକାରୀ ଓ ଅବସରପ୍ରାପ୍ତ ଶିକ୍ଷକମାନେ ହିଁ କୋଚିଂ ସେଣ୍ଟରରେ ପଢେଇ ପାରିବେ ବୋଲି ଏଥିରେ ଉଲ୍ଲେଖ ରହିଛି।
ବର୍ତ୍ତମାନ ମନଇଚ୍ଛା ଖୋଲି ହେବନି କୋଚିଂ ସେଣ୍ଟର। ଛତୁ ଫୁଟିବା ଭଳି ଖୋଲୁଥିବା କୋଚିଂ ସେଣ୍ଟର ଗୁଡିକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ଆଣିବେ ଓଡ଼ିଶା କୋଚିଂ ଇନଷ୍ଟିଚ୍ୟୁଟ୍‌ ରେଗୁଲେସନ ନାଁରେ ଏକ ବିଲ୍। ଏ ସଂପର୍କିତ ଆଇନ ଆସିବା ପରେ କୋଚିଂ ସେଣ୍ଟର ଗୁଡିକୁ ଜିଲ୍ଲାପାଳଙ୍କ ପାଖରେ ପଞ୍ଜିକରଣ କରିବାକୁ ପଡିବ। ପଞ୍ଜିକରଣ ବାବଦକୁ ୫,୦୦୦ ଟଙ୍କା ଫି’ ମଧ୍ୟ ଦେବାକୁ ହେବ। ପଞ୍ଜିକରଣର ବୈଧତା ତିନି ବର୍ଷ ରହିବ। ବେସରକାରୀ ଓ ଅବସରପ୍ରାପ୍ତ ଶିକ୍ଷକମାନେ କୋଚିଂ ସେଣ୍ଟରରେ ପଢାଇ ପାରିବେ। କୋଚିଂ ସେଣ୍ଟର ଗୁଡିକ ପାଠ୍ୟ ଖସଡା ଓ ଶିକ୍ଷକଙ୍କ ତାଲିକା ସମ୍ପର୍କରେ ତଥ୍ୟ ଦେବାକୁ ପଡିବ। ସେହିପରି ସରକାରଙ୍କ ଗାଇଡ ଲାଇନ ଅନୁସାରେ କୋଚିଂ ସେଣ୍ଟର ଗୁଡିକର ଭିତ୍ତିଭୂମି ରହିବ। ଏହାର ଉଲ୍ଲଙ୍ଘନ କଲେ ୨୫,୦୦୦ ଟଙ୍କାରୁ ଏକ ଲକ୍ଷ ଟଙ୍କା ଯାଏ ଜରିମାନା ଦେବାକୁ ପଡ଼ିବ। ଏପରିକି ପଞ୍ଜିକରଣ ରଦ୍ଦ ହେବାର ଭୟ ମଧ୍ୟ ରହିଛି।

ରାଜ୍ୟରେ ସ୍କୁଲ ଓ କଲେଜ ପାଠ୍ୟକ୍ରମ ଖସଡା ସାଙ୍ଗକୁ ଡାକ୍ତରୀ, ଇଂଜିନିୟରିଂ, ସମେତ ସିଭିଲ ସର୍ଭିସ ଏବଂ କମ୍ପିଟେଟିଭି ପରୀକ୍ଷା ଲାଗି କୋଚିଂ ଦିଆଯାଉଛି। ପିଲାଙ୍କ ଆବଶ୍ୟକତାକୁ ଦେଖି କୋଚିଂ ସେଣ୍ଟର ଖୋଲୁଛି। ତେବେ ଅନେକ ଜାଗାରେ ଭିତ୍ତିଭୂମି ଓ ଆବଶ୍ୟକ ଯୋଗ୍ୟତା ନଥିବା ଶିକ୍ଷକଙ୍କ ଦ୍ୱାରା କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ ଚାଲୁଥିବା ଅଭିଯୋଗ ଆସୁଛି। ତେଣୁ ଏହାକୁ ବ୍ୟବସ୍ଥିତ କରିବା ଲାଗି ସରକାର ଏହି ବିଲ୍ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। କୋଚିଂ ସେଣ୍ଟର ମାଲିକ ଓ ଛାତ୍ରଛାତ୍ରୀମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।
କିଏ କ’ଣ କୁହୁଛନ୍ତି
ଉଚ୍ଚ ଶିକ୍ଷା କମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି-“ଛତୁ ଫୁଟିଲା ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ କୋଚିଂ ସେଣ୍ଟର ଖୋଲୁଛି। ଏଗୁଡ଼ିକ ଠିକ୍‌ ଭାବେ ଚାଲୁଛି କି ନାହିଁ ଏହାର ତଦାରଖ କରାଯିବ। ଏହାଛଡ଼ା ପିଲାମାନଙ୍କୁ ଠିକ୍‌ ଭାବେ ପଢ଼ା ଯାଉଛି କି ନାହିଁ ତାହା ତଦାରଖ କରାଯିବ। ଏଥିପାଇଁ ଏକ ବିଲ ମଧ୍ୟ ଆସିବ।”
କୋଚିଂ ସେଣ୍ଟର ପରିଚାଳିକା ବନ୍ଦନା ମିଶ୍ର କହିଛନ୍ତି-“କୋଚିଂ ସେଣ୍ଟର ଗୁଡ଼ିକ ପରିଚାଳନା ପାଇଁ ରାଜ୍ୟ ସରକାର ଯେଉଁ ଆକ୍ଟ ଆଣୁଛନ୍ତି ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଆଗାମୀ ଦିନରେ ପିଲାଙ୍କ ପାଠ ପଢ଼ାରେ ଏହା ସହାୟକ ହେବ।”
ଛାତ୍ରୀ ପ୍ରଣତୀ ମହାନ୍ତି କହିଛନ୍ତି-“କୋଚିଂ ସେଣ୍ଟର ଗୁଡ଼ିକ ପଞ୍ଜିକୃତ ହେଲେ ପାଠ ପଢ଼ାର ମାନ ବଢ଼ିବ। ଏହାଛଡ଼ା କେଉଁ କୋଚିଂ ସେଣ୍ଟରରେ ଭଲ ଫେକଲ୍ଟି ଅଛନ୍ତି ତାହା ଜଣାପଡ଼ିବ।”

Related story