ଓଡ଼ିଶାକୁ ନ ଜଣାଇ କେଲୋ ପ୍ରକଳ୍ପକୁ ଅନୁମତି ଦେଇଛି ସିଡବ୍ଲ୍ୟୁସି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶାକୁ ନ ଜଣାଇ ଛତିଶଗଡ଼କୁ କେଲୋ ପ୍ରକଳ୍ପ ଲାଗି ସିଡବ୍ଲ୍ୟୁସି ଅନୁମତି ଦେଇଛି। ସିଡବ୍ଲ୍ୟୁସିର ଛତିଶଗଡ଼କୁ କେଲୋ ପ୍ରକଳ୍ପ ଲାଗି ଏପରି ‘ବ୍ୟାକ୍‌ଡୋର କ୍ଲିୟରାନ୍ସ’ ଦିଆଯିବା ଆଦୌ ଉଚିତ ନୁହେଁ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଆଜି କହିଛନ୍ତି। କେଲୋ ପ୍ରକଳ୍ପକୁ ନେଇ ୨୦୦୮ରେ ଛତିଶଗଡ଼ ସରକାର ଓଡ଼ିଶାକୁ ଚିଠି ଦେଇଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ପାଢ଼ୀ ଖଣ୍ଡନ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, “୨୦୦୮ରେ […]

aditya-padhy

Rakesh Mallick
  • Published: Monday, 01 August 2016
  • , Updated: 01 August 2016, 08:01 PM IST

ଭୁବନେଶ୍ୱର: ଓଡ଼ିଶାକୁ ନ ଜଣାଇ ଛତିଶଗଡ଼କୁ କେଲୋ ପ୍ରକଳ୍ପ ଲାଗି ସିଡବ୍ଲ୍ୟୁସି ଅନୁମତି ଦେଇଛି। ସିଡବ୍ଲ୍ୟୁସିର ଛତିଶଗଡ଼କୁ କେଲୋ ପ୍ରକଳ୍ପ ଲାଗି ଏପରି ‘ବ୍ୟାକ୍‌ଡୋର କ୍ଲିୟରାନ୍ସ’ ଦିଆଯିବା ଆଦୌ ଉଚିତ ନୁହେଁ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଆଜି କହିଛନ୍ତି।

କେଲୋ ପ୍ରକଳ୍ପକୁ ନେଇ ୨୦୦୮ରେ ଛତିଶଗଡ଼ ସରକାର ଓଡ଼ିଶାକୁ ଚିଠି ଦେଇଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ପାଢ଼ୀ ଖଣ୍ଡନ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, “୨୦୦୮ରେ କେଲୋ ପ୍ରକଳ୍ପ ନେଇ ଛତିଶଗଡ଼ ସରକାରଙ୍କ କୌଣସି ଚିଠି ଓଡ଼ିଶାର ହସ୍ତଗତ ହୋଇନାହିଁ। ୨୦୦୯ରେ କେଲୋ ପ୍ରକଳ୍ପକୁ ସିଡବ୍ଲ୍ୟୁସି ଅନୁମତି ଦେଇଛି। ଏ ନେଇ ବସିଥିବା ବୈଠକକୁ ଓଡ଼ିଶାକୁ ଡକାଯାଇ ନ ଥିଲା କି ବୈଠକ ପରେ ମଧ୍ୟ ଅବଗତ କରାଯାଇ ନ ଥିଲା।”

ସେ କହିଛନ୍ତି, “୨୦୦୮ ଜୁଲାଇ ଓ ସେପ୍ଟେମ୍ବରରେ ଛତିଶଗଡ଼ ସରକାରଙ୍କ ମୁଖ୍ୟଯନ୍ତ୍ରୀ ଏବଂ ଜଳ ସମ୍ପଦ ବିଭାଗ ସଚିବ ‌ଓଡ଼ିଶା ସରକାରଙ୍କୁ ଲେଖିଥିବା ଚିଠି ଆମେ ଗଣମାଧ୍ୟମରେ ଦେଖିଥିଲୁ। ମାତ୍ର ଏହି ଚିଠି ଆମ ପାଖକୁ ଆସିନାହିଁ। ମହାନଦୀ ଉପରେ କୌଣସି ପ୍ରକଳ୍ପ କଲେ ଛତିଶଗଡ଼ ସରକାର ଆମ ସହ ଆଲୋଚନା କରିବା ଦରକାର। ମାତ୍ର ସେମାନେ ଆମକୁ ନ ଜଣାଇ କେଲୋ ପ୍ରକଳ୍ପ କ୍ଲିୟରାନ୍ସ ପାଇଁ ସିଡବ୍ଲ୍ୟୁସିକୁ ଅନୁମତି ମାଗିଛନ୍ତି। ସିଡବ୍ଲ୍ୟୁସି ତାଙ୍କୁ କ୍ଲିୟରାନ୍ସ ଦେବା ବେଳେ ଆମ ସହ ଆଲୋଚନା କରିନାହାନ୍ତି।”

ଛତିଶଗଡ଼ ଓ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ନେଇ ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ନେଇ ସିଡବ୍ଲ୍ୟୁସି ପରାମର୍ଶ ଦେଇଥିଲେ। ତେବେ ଏହି ବୋର୍ଡ ଗଠନ ନେଇ ଓଡ଼ିଶା ସରକାର କିଛି ନିଷ୍ପତ୍ତି ନେଇ ନ ଥିବା ପାଢ଼ୀ କହିଛନ୍ତି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ବିଜେଡି ମୁଖପାତ୍ରମାନେ ଯେଉଁ କାଗଜପତ୍ର ଧରି ବିଭିନ୍ନ ଟିଭି ଷ୍ଟୁଡିଓ ବୁଲି ବକ୍ତବ୍ୟ ରଖୁଥିଲେ, ମୁଖ୍ୟ ଶାସନ ସଚିବ ମଧ୍ୟ ସେହି କାଗଜକୁ ଗଣମାଧ୍ୟମକୁ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅଧିକ କ’ଣ ତଥ୍ୟ ଦେଇଛନ୍ତି? ବିଜେଡିର ମୁଖପାତ୍ରମାନେ ଏହି ମାମଲାରେ ବିଫଳ ହେଉଥିବା ବେଳେ ଏବେ ଅମଲାମାନଙ୍କୁ ଏହି କାର୍ଯ୍ୟରେ ଲଗାଯାଉଛି। ମୁଖ୍ୟ ଶାସନ ସଚିବଙ୍କୁ ବିଜେଡି ସାଧାରଣ ସମ୍ପାଦକ ଭାବେ ବ୍ୟବହାର କରିଛି।”

Related story