ପଞ୍ଚାୟତ ନିର୍ବାଚନ: ରାଜ୍ୟରେ ପ୍ରତିଷ୍ଠା କରାଯିବ ୯୨,୦୩୨ଟି ବୁଥ୍‌

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ୯୨,୦୩୨ଟି ବୁଥ୍‌ ପ୍ରତିଷ୍ଠା କରାଯିବ। ୨୭,୪୨୨ଟି ବୁଥ୍‌ ସମ୍ବେଦନଶୀଳ ଚିହ୍ନଟ ହୋଇଛି। ସେଥିରୁ ୮୪୯୧ଟି ବୁଥ୍‌ ଅତି ସମ୍ୱେଦନଶୀଳ ରହିଛି।। କନ୍ଧମାନ ଜିଲ୍ଲାରେ ସର୍ବାଧିକ ୧୦୭୬ଟି ଅତି ସମ୍ୱେଦନଶୀଳ ବୁଥ୍‌ ରହିଥିବା ବେଳେ ୧୮୪୧ଟି ସମ୍ୱେଦନଶୀଳ ବୁଥ୍‌ ରହିଛି ବୋଲି ଆଜି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି। ସେ କହିଛନ୍ତି,“ରାଜ୍ୟର ଥିବା ଅତି ସମ୍ୱେଦନଶୀଳ ଓ ସମ୍ୱେଦନଶୀଳ ବୁଥ୍‌ରେ ସିସିଟିଭି ଓ […]

election

Rakesh Mallick
  • Published: Friday, 10 February 2017
  • , Updated: 10 February 2017, 08:34 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ୯୨,୦୩୨ଟି ବୁଥ୍‌ ପ୍ରତିଷ୍ଠା କରାଯିବ। ୨୭,୪୨୨ଟି ବୁଥ୍‌ ସମ୍ବେଦନଶୀଳ ଚିହ୍ନଟ ହୋଇଛି। ସେଥିରୁ ୮୪୯୧ଟି ବୁଥ୍‌ ଅତି ସମ୍ୱେଦନଶୀଳ ରହିଛି।। କନ୍ଧମାନ ଜିଲ୍ଲାରେ ସର୍ବାଧିକ ୧୦୭୬ଟି ଅତି ସମ୍ୱେଦନଶୀଳ ବୁଥ୍‌ ରହିଥିବା ବେଳେ ୧୮୪୧ଟି ସମ୍ୱେଦନଶୀଳ ବୁଥ୍‌ ରହିଛି ବୋଲି ଆଜି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି।

ସେ କହିଛନ୍ତି,“ରାଜ୍ୟର ଥିବା ଅତି ସମ୍ୱେଦନଶୀଳ ଓ ସମ୍ୱେଦନଶୀଳ ବୁଥ୍‌ରେ ସିସିଟିଭି ଓ ଭିଡିଓଗ୍ରାଫି ପାଇଁ ଅର୍ଥର ବ୍ୟବସ୍ଥା କରାଯିବ। ଏନେଇ ସବୁ ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଛନ୍ତି।”

ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥରେ ସିସିଟିଭି ଓ ଭିଡିଓଗ୍ରାଫି କରିବା ପାଇଁ କମିଶନ ଜିଲ୍ଲା ପ୍ରଶାସନଙ୍କୁ ଅର୍ଥ ପ୍ରଦାନ କରିଛନ୍ତି। ନିର୍ବାଚନ କମିଶନଙ୍କ ସୁପାରିଶ ଆଧାରରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା, ଗୁଇନ୍ଦା ସୂଚନା ସଂଗ୍ରହ ଓ ଗୁଇନ୍ଦା ନେଟୱର୍କକୁ ଶକ୍ତ କରିବା, ଏନ୍‌ବିଡବ୍ଲ୍ୟୁ କାର୍ଯ୍ୟକାରୀ ଓ ପୋଲିସ ପାଯ୍ରୋଲିଂକୁ କଡାକଡି କରିବା ନେଇ ଗୃହ ବିଭାଗ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି।

Related story