ଓଡ଼ିଶାରେ ପୋସ୍କୋ ହେବା ନେଇ ରାଜ୍ୟ ସରକାର ଆଶାବାଦୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ପୋସ୍ପୋ ହେବା ନେଇ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି। ପୋସ୍କୋ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ସ୍ତରରେ ଏକ ବୈଠକ କରିବା ପାଇଁ କୁହାଯାଇଛି। ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଛି। ବିଜନେସ ଷ୍ଟାଣ୍ଡାର୍ଡର ଓଡିଶା ରାଉଣ୍ଡ ଟେବୁଲ-୨୦୧୫ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଏସଟି ବିଲକୁ ବିଜେଡି ସମର୍ଥନ କରୁଛି। ପୋଲାଭରମ, ମରୁଡି ସହାୟତା ଓ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗରେ ଓଡିଶାର ସ୍ୱାର୍ଥ ପାଇଁ […]

cm

Rakesh Mallick
  • Published: Sunday, 20 December 2015
  • , Updated: 20 December 2015, 10:15 AM IST

ଭୁବନେଶ୍ୱର: ଓଡ଼ିଶାରେ ପୋସ୍ପୋ ହେବା ନେଇ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି। ପୋସ୍କୋ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ସ୍ତରରେ ଏକ ବୈଠକ କରିବା ପାଇଁ କୁହାଯାଇଛି। ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଛି। ବିଜନେସ ଷ୍ଟାଣ୍ଡାର୍ଡର ଓଡିଶା ରାଉଣ୍ଡ ଟେବୁଲ-୨୦୧୫ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଜିଏସଟି ବିଲକୁ ବିଜେଡି ସମର୍ଥନ କରୁଛି। ପୋଲାଭରମ, ମରୁଡି ସହାୟତା ଓ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗରେ ଓଡିଶାର ସ୍ୱାର୍ଥ ପାଇଁ ଯାହା ଠିକ ହେବ ତାହା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ୩ବର୍ଷରେ ବିଭିନ୍ନ କ୍ଷେତ୍ରରେ ରାଜ୍ୟରେ ଏକ ଲକ୍ଷ ୭୦ ହଜାର କୋଟି ଟଙ୍କ।ର ପୁଞ୍ଜି ବିନିଯୋଗ ହେବାକୁ ଯାଉଛି। ୨୦୧୯ ବେଳକୁ ସାଢେ ତିନି ଲକ୍ଷ ଯୁବକଙ୍କୁ ନିଯୁକ୍ତି ସୁଯୋଗ ଦିଆଯିବ। ଓଡ଼ିଶାରୁ ଦାରିଦ୍ର୍ୟ ଦୂରୀକରଣ ଓ ଗରିବ ଲୋକଙ୍କ ପାଇଁ କଲ୍ୟାଣମୂଳକ କାର୍ଯ୍ୟ ଗ୍ରହଣ କରାଯିବ। ଏହାସହ ରାଜ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related story