‘ଓଡ଼ିଶାରିପୋର୍ଟର’ର ସର୍ଭେ: ୭୧ ପ୍ରତିଶତ ପାଠକଙ୍କ ମତ, ପ୍ରସହନରେ ପରିଣତ ହୋଇଛି ବିସିସିଆଇର କୋଚ୍ ନିଯୁକ୍ତି

ଭୁବନେଶ୍ୱର:ସାମ୍ପ୍ରତିକ ପ୍ରସଙ୍ଗକୁ ନେଇ ‘ବୋଲ୍ ପବ୍ଲିକ୍‌ ବୋଲ୍’ ଅଭିଯାନ ଆରମ୍ଭ କରିଛି ଓଡ଼ିଶାର ନମ୍ବର ୱାନ୍ ଓଡ଼ିଆ ୱେବ୍ ପୋର୍ଟାଲ୍- ଓଡ଼ିଶା ରିପୋର୍ଟର। ଏଥିରେ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆପଣମାନଙ୍କ ପାଇଁ ଦୈନକି ରହିବ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନ। ଡିଜିଟାଲ ଯୁଗର ଡିଜିଟାଲ ପାଠକଙ୍କର ବି ଆମ ସାମାଜିକ ବ୍ୟବସ୍ଥାରେ ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ଦେଶର ପ୍ରତି ଘଟଣା ଉପରେ ସେମାନେ ନିଜ ମତ ଦେବାର ଅଧିକାର ରଖିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେଇମାନେ […]

fb-1

Rakesh Mallick
  • Published: Wednesday, 12 July 2017
  • , Updated: 12 July 2017, 08:47 PM IST

ଭୁବନେଶ୍ୱର:ସାମ୍ପ୍ରତିକ ପ୍ରସଙ୍ଗକୁ ନେଇ ‘ବୋଲ୍ ପବ୍ଲିକ୍‌ ବୋଲ୍’ ଅଭିଯାନ ଆରମ୍ଭ କରିଛି ଓଡ଼ିଶାର ନମ୍ବର ୱାନ୍ ଓଡ଼ିଆ ୱେବ୍ ପୋର୍ଟାଲ୍- ଓଡ଼ିଶା ରିପୋର୍ଟର। ଏଥିରେ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆପଣମାନଙ୍କ ପାଇଁ ଦୈନକି ରହିବ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନ। ଡିଜିଟାଲ ଯୁଗର ଡିଜିଟାଲ ପାଠକଙ୍କର ବି ଆମ ସାମାଜିକ ବ୍ୟବସ୍ଥାରେ ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ଦେଶର ପ୍ରତି ଘଟଣା ଉପରେ ସେମାନେ ନିଜ ମତ ଦେବାର ଅଧିକାର ରଖିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେଇମାନେ ହିଁ ଆମର ସୋସିଆଲ୍ ମିଡିଆ ସର୍ଭେରେ ଭାଗ ନେଇ ଆମ ପ୍ରଶ୍ନର ଉତ୍ତର ରଖିବେ। ଆପଣମାନଙ୍କ ଗୁରୁତ୍ୱପୂର୍ଣ୍ଣ ମତ ଆମ ଦେଶର ଦୁର୍ବଳ ବିଧିବ୍ୟବସ୍ଥା ଏବଂ ବିଗିଡ଼ି ଯାଉଥିବା ଲୋକଚରିତ୍ରରେ କିଛି ପରିବର୍ତ୍ତନ ଆଣିପାରେ। ଏହି ପରିପ୍ରକ୍ଷୀରେ ଓଡ଼ିଶା ରିପୋର୍ଟର ତରଫରୁ ପ୍ରଥମ ପ୍ରଶ୍ନ ଥିଲା- ଟିମ୍‌ ଇଣ୍ଡିଆର କୋଚ୍‌ ନିଯୁକ୍ତି ଏକ ପ୍ରସନରେ ପରିଣତ ହୋଇଛି କି ?

ଖୁସିର କଥା ଯେ, ବହୁ ସଂଖ୍ୟାରେ ପାଠକ ଆମର ଏହି ସର୍ଭେରେ ଭାଗ ନେଇ ସେମାନଙ୍କ ମୂଲ୍ୟବାନ ମତ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଫେସ୍‌ବୁକ ମାଧ୍ୟମରେ ପଚରା ଯାଇଥିବା ଏହି ପ୍ରଶ୍ନଟିକୁ ବହୁସଂଖ୍ୟାରେ ପାଠକ ପସନ୍ଦ କରିଛନ୍ତି। ସୋସିଆଲ୍ ମିଡିଆର ୭୧ ପ୍ରତିଶତ ପାଠକ ମତ ଦେଇ କହିଛନ୍ତି ଯେ, ଟିମ୍ ଇଣ୍ଡିଆର କୋଚ୍ ନିଯୁକ୍ତି ଏକ ପ୍ରହସନରେ ପରିଣତ ହୋଇଛି। ବାକି ୨୯ ପ୍ରତିଶତ ପାଠକ ଏଥିରେ ଏକମତ ହୋଇନାହାଁନ୍ତି। ଅର୍ଥାତ ସେମାନଙ୍କ ମତ ଯେ, ବିସିସିଆଇର କୋଚ୍ ନିଯୁକ୍ତି ଠିକ୍ ଉପାୟରେ ହେଉଛି।

ସୂଚନା ଅନୁଯାୟୀ, ଟିମ୍ ଇଣ୍ଡିଆର କୋଚ୍‌ ପଦକୁ ନେଇ ବିବାଦ ଦେଖାଦେଇଥିଲା। ଏହାରି ଭିତରେ କୁମ୍ବଲେ କୋଚ୍‌ ପଦରୁ ହଠାତ୍‌ ଇସ୍ତଫା ଦେଇଥିଲେ। ଫଳରେ ଅନେକ ଦିନ ଧିରି ଟିମ୍‌ ଇଣ୍ଡିଆ ବିନା କୋଚରେ ରହିଥିଲା। ଅନ୍ୟପଟେ କୋଚ୍‌ ପଦବି ପାଇଁ ଅନେକ ଆଶାୟୀ ଥିବା ବେଳେ ଚୂଡାନ୍ତ ପର୍ଯ୍ୟାୟରେ ଦୁଇଜଣ ପୂର୍ବତନ କ୍ରିକେଟର୍‌ ବିରେନ୍ଦ୍ର ସେହୱାଗ୍‌  ଓ ରବି ଶାସ୍ତ୍ରୀ ରେସ୍‌ରେ ରହିଥିଲେ।

ଏହି ପରିପ୍ରେକ୍ଷୀରେ ଗତକାଲି ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଲା ଯେ, ନୂଆ କୋଚ୍‌ ଭାବେ ରବି ଶାସ୍ତ୍ରୀଙ୍କୁ ନିଯୁକ୍ତି ମିଳିଛି।  ହେଲେ କିଛି ସମୟ ପରେ ବିସିସିଆଇ ଏହାର ସ୍ପଷ୍ଟୀକରଣ ଦେଇ ଏପର୍ଯ୍ୟନ୍ତ ନୂଆ କୋଚ୍‌ ଭାବେ କାହାରି ନାଁ ଘୋଷଣା କରାଯାଇନାହିଁ ବୋଲି କୁହାଯାଇଥିଲା।  ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ସଫେଇର  ମାତ୍ର ୨ଘଣ୍ଟା ପରେ ପୁଣି ଥରେ ରବି ଶାସ୍ତ୍ରୀ ଟିମ୍‌ ଇଣ୍ଡିଆର କୋଚ୍‌ ହେଲେ ବୋଲି ଚୂଡ଼ାନ୍ତ ଘୋଷଣା ହେଲା।

Related story