ସ୍ୱାଇନ୍‌ ଫ୍ଲୁ ନେଲା ଆଉ ଦୁଇ ଜୀବନ, ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଲା

ଭୁବନେଶ୍ୱର: ରାଜ୍ୟରେ ସ୍ୱାଇନ୍‌ ଫ୍ଲୁ ଦିନକୁ ଦିନ କାୟା ବିସ୍ତାର କରୁଛି। ସଚେତନତା ସତ୍ତ୍ୱେ ସ୍ୱାଇନ୍‌ ଫ୍ଲୁ ଗୋଟିଏ ପରେ ଗୋଟିଏ ଜୀବନ ନେଉଛି। ଗତକାଲି ବିଳମ୍ୱିତ ରାତିରେ କଟକ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଛି। ଆଜିକୁ ମିଶାଇ ଏସ୍‌ସିବିରେ ଚିକିତ୍ସାଧୀନ ୫ ଜଣ ରୋଗୀ ମୃତ୍ୟୁ ହୋଇଛି ଭୁବନେଶ୍ୱର ନୀଳକଣ୍ଠ ନଗର […]

swin flue death

Rakesh Mallick
  • Published: Monday, 21 August 2017
  • , Updated: 21 August 2017, 06:02 PM IST

ଭୁବନେଶ୍ୱର: ରାଜ୍ୟରେ ସ୍ୱାଇନ୍‌ ଫ୍ଲୁ ଦିନକୁ ଦିନ କାୟା ବିସ୍ତାର କରୁଛି। ସଚେତନତା ସତ୍ତ୍ୱେ ସ୍ୱାଇନ୍‌ ଫ୍ଲୁ ଗୋଟିଏ ପରେ ଗୋଟିଏ ଜୀବନ ନେଉଛି। ଗତକାଲି ବିଳମ୍ୱିତ ରାତିରେ କଟକ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଛି। ଆଜିକୁ ମିଶାଇ ଏସ୍‌ସିବିରେ ଚିକିତ୍ସାଧୀନ ୫ ଜଣ ରୋଗୀ ମୃତ୍ୟୁ ହୋଇଛି

ଭୁବନେଶ୍ୱର ନୀଳକଣ୍ଠ ନଗର ଶୈଳବାଳା ଦାସ(୪୦) ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇ ଆଜି କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ଗତକାଲି ବାଲେଶ୍ୱର ଜିଲ୍ଲା ଅଞ୍ଚଳର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଦୀର୍ଘ ୧୦ ଦିନ ହେବ ସେ କଟକ ମେଡ଼ିକଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ଗତକାଲି ବିଳମ୍ୱିତ ରାତିରେ ସେ ଆଖି ବୁଜିଥିଲେ।

ଗତକାଲି ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ୩୦ଟି ନମୂନା ପରୀକ୍ଷା କରାଯାଇଥିଲା। ଏଥିରୁ ୧୧ଟି ପଜିଟିଭ୍‌ ଆସିଛି। ବର୍ତ୍ତମାନ ସୁଦ୍ଧା ୬୪୯ଟି ନମୂନା ପରୀକ୍ଷା କରାଯାଇଛି। ଯେଉଁଥିରେ ୨୨୭ଟି ପଜିଟିଭ୍ ରହିଛି।
ସ୍ୱାଇନ୍‌ ଫ୍ଲୁର ମୁକାବିଲା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା କରାଯାଉଛି। ଏପରିକି ମେଡିକାଲ କଲେଜ, ଜିଲ୍ଲା ଓ ସବ୍‌ଡିଭିଜନ ମେଡ଼ିକାଲରେ ସ୍ୱତନ୍ତ୍ର ୱାର୍ଡ଼ ଖୋଲାଯାଇଛି। ପର୍ଯ୍ୟାପ୍ତ ପରିମାଣର ଔଷଧ ମଧ୍ୟ ମହଜୁଦ୍‌ ରଖାଯାଇଛି ବୋଲି ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଥିଲେ।

Related story