ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଦମକଳ କେନ୍ଦ୍ର ନାହିଁ: ସିଏଜି ଖୋଲିଲେ ଗୁମର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଅଗ୍ନିଶମ କେନ୍ଦ୍ର ନାହିଁ। ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟରେ ୮୪୦ଟି ଅଗ୍ନିଶମ କେନ୍ଦ୍ର ରହିବା କଥା। ମାତ୍ର ୧୮୦ଟି ଅଗ୍ନିଶମ କେନ୍ଦ୍ର ରହିଛି। ଆଜି ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ, ସାଧାରଣ ଓ ସାମାଜିକ କ୍ଷେତ୍ର ସଂପର୍କିତ ସିଏଜି ରିପୋର୍ଟରୁ ଏହା ଜଣାପଡ଼ିଛି। ରାଜ୍ୟର ମାଓ ପ୍ରଭାବିତ ଜିଲ୍ଲା ଗୁଡିକରେ ବିକାଶ ପାଇଁ ଆଇଏପି ଓ ଅନ୍ୟାନ୍ୟ ବିକାଶମୂଳକ ସ୍ୱତନ୍ତ୍ର ଭାବେ ଯୋଜନା କାର୍ଯ୍ୟକାରୀ କରାଯାଉଥିଲା। ମାତ୍ର ଏହି ଯୋଜନା ଠିକ୍ ଭାବେ […]

Rakesh Mallick
  • Published: Saturday, 16 September 2017
  • , Updated: 16 September 2017, 10:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଅଗ୍ନିଶମ କେନ୍ଦ୍ର ନାହିଁ। ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟରେ ୮୪୦ଟି ଅଗ୍ନିଶମ କେନ୍ଦ୍ର ରହିବା କଥା। ମାତ୍ର ୧୮୦ଟି ଅଗ୍ନିଶମ କେନ୍ଦ୍ର ରହିଛି। ଆଜି ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ, ସାଧାରଣ ଓ ସାମାଜିକ କ୍ଷେତ୍ର ସଂପର୍କିତ ସିଏଜି ରିପୋର୍ଟରୁ ଏହା ଜଣାପଡ଼ିଛି।

ରାଜ୍ୟର ମାଓ ପ୍ରଭାବିତ ଜିଲ୍ଲା ଗୁଡିକରେ ବିକାଶ ପାଇଁ ଆଇଏପି ଓ ଅନ୍ୟାନ୍ୟ ବିକାଶମୂଳକ ସ୍ୱତନ୍ତ୍ର ଭାବେ ଯୋଜନା କାର୍ଯ୍ୟକାରୀ କରାଯାଉଥିଲା। ମାତ୍ର ଏହି ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ମାଓ ପ୍ରଭାବିତ ଅଞ୍ଚଳରେ ବିକାଶ କାର୍ଯ୍ୟ ହୋଇପାରୁ ନାହିଁ। ଏନେଇ ଆଜି ସିଏଜି (ମହାଲେଖା ନିୟନ୍ତ୍ରକ) ରିପୋର୍ଟରେ ଦର୍ଶାଇଛି। ଏହାଛଡ଼ା ବିଭିନ୍ନ ଉଦ୍ଦେଶ୍ୟରେ ଆସିଥିବା ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚ କରିବା ଯୋଗୁଁ ରାଜ୍ୟ ୪୯୭ କୋଟି ୪୩ ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ହରାଇଛି। କୋରାପୁଟରେ ସ୍ପେଶାଲ ଅପରେସନ୍ ଗ୍ରୁପ ହବ୍, କେନ୍ଦ୍ରୀୟ ପୋଲିସ୍ ବଳ ପାଇଁ ମୁନିଗୁଡ଼ାରେ ହବ୍ ପ୍ରତିଷ୍ଠା ପ୍ରଭୃତି କାର୍ଯ୍ୟରେ ଅହେତୁକ ବିଳମ୍ବ ଓ ଅନିୟମିତତା ପରିଲକ୍ଷିତ ହୋଇଛି। ବିନା ଅନୁମତିରେ ହେଲିକପ୍ଟର ଭଡାରେ ନେବା, ଭିତ୍ତିଭୂମି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିବା ଯୋଗୁଁ କେନ୍ଦ୍ର ସରକାର ୮୧ କୋଟି ୯୦ ଲକ୍ଷ ଟଙ୍କାର ନିରାପତ୍ତା ସମ୍ପର୍କିତ ଖର୍ଚ୍ଚକୁ ଅଗ୍ରାହ୍ୟ କରିଦେଇଛନ୍ତି।

୨୦୧୧ ମସିହାଠାରୁ ୨୦୧୬ ମଧ୍ୟରେ ଆଇସିଡିଏସ୍‌ ଯୋଜନାରେ ସରକାର ଯେଉଁ ଅର୍ଥ ଖର୍ଚ୍ଚ କରିଛନ୍ତି, ତାହା ପ୍ରକୃତରେ ଦର୍ଶା ଯାଇନାହିଁ। ଯାହାଦ୍ୱାରା ଏହି ଯୋଜନା ବାବଦରେ କେନ୍ଦ୍ରଠାରୁ ଅତିରିକ୍ତ ଫଣ୍ଡ ଯାହା (ଶିକ୍ଷା ଓ ଔଷଧ କିଟ୍ ବାବଦକୁ ୮୧ କୋଟି ୭୫ ଲକ୍ଷ) ମିଳିବା କଥା ତାହା ରାଜ୍ୟ ସରକାର ପାଇବାରୁ ବଞ୍ଚିତ ହୋଇଛନ୍ତି। ସିଏଜି ୭ଟି ଜିଲ୍ଲାରେ ସାମ୍ପୁଲ ଅଡ଼ିଟ୍‌ କରି ଏହି ତଥ୍ୟ ଦେଇଛନ୍ତି। ଏହି ୭ଟି ଜିଲ୍ଲାରେ ୧୦୨ କୋଟି ୭୭ ଲକ୍ଷ ଟଙ୍କା ଖର୍ଚ୍ଚ  ନହୋଇ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀଙ୍କ ପାଖରେ ପଡ଼ି ରହିଛି।

ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଚାଲିଥିବା ସ୍ୱେରେଜ ପ୍ରକଳ୍ପରେ ମଧ୍ୟ ଅନିୟମିତତା ହୋଇଛି।  କଟକ ଓ ତାଳଚେର ପୌରାଞ୍ଚଳରେ ପରିମଳ ପ୍ରକଳ୍ପ ତ୍ରୁଟିଯୁକ୍ତ ରହିଛି। ଫଳରେ ଅତିରିକ୍ତ କାର୍ଯ୍ୟ କରାଯିବାରୁ ୯୫ କୋଟି ଅପଚୟ ହୋଇଛି। ମନ୍ଥରତା ଯୋଗୁଁ ସ୍ୱେରେଜ ବୋର୍ଡ ୯୯ କୋଟି ଅନୁଦାନ ହରାଇଛି ବୋଲି ସିଏଜି କହିଛି।

Related story