ସମୁଦ୍ର ମଝିରେ ଡଙ୍ଗା ବୁଡ଼ିଗଲା:  ୭ ମତ୍ସ୍ୟଜୀବୀ ଉଦ୍ଧାର, ଜଣେ ନିଖୋଜ

ଜଳେଶ୍ୱର: ମାଛ ଧରିବାକୁ ମଝି ଦରିଆକୁ ଯାଇଥିଲେ। ଗଲା ବେଳେ ଫେରିବାର କେତେ ସ୍ୱପ୍ନ ଦେଖିଥିଲେ। ମାତ୍ର ମଝି ଦରିଆରେ ଡଙ୍ଗା ଓଲଟି ପଡ଼ିଥିଲା। ଫଳରେ ଜଣେ ହଜିଗଲେ। ଅନ୍ୟ ୭ ଜଣ କୂଳକୁ ଫେରି ଆସିଛନ୍ତି।  ଏଭଳି ଅଭାବନୀୟ ଘଟଣା ଭୋଗରାଇ ଥାନା ଅଞ୍ଚଳରେ ଘଟିଛି। ଗତକାଲି ରାତିରେ ୮ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ। ଆଜି ଦିନ ୧୧ଟା ବେଳେ ହଠାତ୍‌ ଡଙ୍ଗାଟି ବୁଡ଼ି ଯାଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣ ଅନ୍ୟ […]

balasore fishing

Rakesh Mallick
  • Published: Tuesday, 13 June 2017
  • , Updated: 13 June 2017, 06:06 PM IST

ଜଳେଶ୍ୱର: ମାଛ ଧରିବାକୁ ମଝି ଦରିଆକୁ ଯାଇଥିଲେ। ଗଲା ବେଳେ ଫେରିବାର କେତେ ସ୍ୱପ୍ନ ଦେଖିଥିଲେ। ମାତ୍ର ମଝି ଦରିଆରେ ଡଙ୍ଗା ଓଲଟି ପଡ଼ିଥିଲା। ଫଳରେ ଜଣେ ହଜିଗଲେ। ଅନ୍ୟ ୭ ଜଣ କୂଳକୁ ଫେରି ଆସିଛନ୍ତି।  ଏଭଳି ଅଭାବନୀୟ ଘଟଣା ଭୋଗରାଇ ଥାନା ଅଞ୍ଚଳରେ ଘଟିଛି।

ଗତକାଲି ରାତିରେ ୮ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ। ଆଜି ଦିନ ୧୧ଟା ବେଳେ ହଠାତ୍‌ ଡଙ୍ଗାଟି ବୁଡ଼ି ଯାଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣ ଅନ୍ୟ ଏକ ଡଙ୍ଗାରେ ବିଚିତ୍ରପୁର କୂଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଶ୍ରଦ୍ଧାପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସାମାନ୍ୟ ଚିକିତ୍ସା ପରେ ମତ୍ସ୍ୟଜୀବୀମାନେ ଘରକୁ ଫେରିଛନ୍ତି। ଡଙ୍ଗା ବୁଡ଼ିବାର ଦୀର୍ଘ ୬ ଘଣ୍ଟା ପରେ ଶିବଶଙ୍କର ବେହେରାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପଶ୍ଚିମବଙ୍ଗର ଦୀଘା ମୁହାଣରୁ ଉଦ୍ଧାର କରାଯାଇଥିଲା। ଏନେଇ ଦୀଘା ଥାନା ପୋଲିସ ତାଳସାରୀ ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ। ଏବେ ମଧ୍ୟ ବିନୋଦ ମହାନ୍ତି ନାମକ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି।

Related story