ଜଣେ ଶୋଉଥିଲା, ଅନ୍ୟଟି ଚେଉଁଥିଲା: ଆଉ ଶେଷରେ...

ନୂଆଦିଲ୍ଲୀ: ଏ ଦୁନିଆ ହେଉଛି ରହସ୍ୟମୟ। ଏହି ରହସ୍ୟମୟୀ ଦୁନିଆକୁ ଯେତେ ବୁଝିବାକୁ ଚେଷ୍ଟା କଲେ ବି ବୁଝି ହୁଏନି। ଯାହା ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇ ଚାଲିଥାଏ। ଆମେ ଆଜି ସେମିତି ଏକ କଥା କହିବାକୁ ଯାଉଛୁ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।  ଆଉ ସେହି ଅଦ୍ଭୁତ ଘଟଣାଟି ହେଉଛି ଜଣେ ମଣିଷ। କିନ୍ତୁ ତାର ଦୁଇଟି ଚେହେରା। ଆଉ ସବୁଠୁ ଆଶ୍ଚର୍ଯ୍ୟକର ହେଉଛି  ଗୋଟିଏ ଚେହେରା ଶୋଉଥିଲା ବେଳେ ଅନ୍ୟଟି ଚେଉଁଥିଲା। ଏକଥା ଶୁଣିଲା […]

man

Rakesh Mallick
  • Published: Sunday, 10 June 2018
  • , Updated: 10 June 2018, 05:42 PM IST

ନୂଆଦିଲ୍ଲୀ: ଏ ଦୁନିଆ ହେଉଛି ରହସ୍ୟମୟ। ଏହି ରହସ୍ୟମୟୀ ଦୁନିଆକୁ ଯେତେ ବୁଝିବାକୁ ଚେଷ୍ଟା କଲେ ବି ବୁଝି ହୁଏନି। ଯାହା ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇ ଚାଲିଥାଏ। ଆମେ ଆଜି ସେମିତି ଏକ କଥା କହିବାକୁ ଯାଉଛୁ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।  ଆଉ ସେହି ଅଦ୍ଭୁତ ଘଟଣାଟି ହେଉଛି ଜଣେ ମଣିଷ। କିନ୍ତୁ ତାର ଦୁଇଟି ଚେହେରା। ଆଉ ସବୁଠୁ ଆଶ୍ଚର୍ଯ୍ୟକର ହେଉଛି  ଗୋଟିଏ ଚେହେରା ଶୋଉଥିଲା ବେଳେ ଅନ୍ୟଟି ଚେଉଁଥିଲା। ଏକଥା ଶୁଣିଲା ପରେ ଆପଣ କେବେ ବିଶ୍ୱାସ କରିପାରୁ ନଥିବେ। ହେଲେ କଥାଟି କିନ୍ତୁ ସତ।

ଆମେ କହୁଛୁ ୧୯୮୫ ମସିହାର କଥା । ଇଂଲଣ୍ଡର ଏମିତି ଜଣେ ବ୍ୟକ୍ତି ଥିଲେ ଯାହାଙ୍କ ନାଁ ଥିଲା ଏଡୱର୍ଡ ମୋରଡ୍ରାକେ । କୁହାଯାଏ  ଏହି ବ୍ୟକ୍ତି ପଛପଟେ ଆଉ ଏକ ଚେହେରା ଥିଲା । ଗୋଟିଏ ଚେହେରା ଶୋଉଥିବା ବେଳେ ଅନ୍ୟ ଚେହେରାଟି ଚେଇଁ ରହୁଥିଲା । ଏମିତି ବି କୁହାଯାଏ ଏଡୱର୍ଡଙ୍କ ପଛ ଚେହେରାଟି କେବେ ସକ୍ରିୟ ରହୁ ନଥିଲା । କିନ୍ତୁ ସାମ୍ନା ଚେହେରାଟି ଶୋଇବା କ୍ଷଣି ପଛ ଚେହେରାଟି ଜାଗି ରହୁଥିଲା। ବେଳେ ବେଳେ ପଛ ଚେହେରାଟି ତାଙ୍କ କାନ ପାଖରେ ଫୁସ୍ ଫୁସ୍ ହୋଇ କଥା ହେଉଥିଲା। ରିପୋର୍ଟ ଅନୁଯାୟୀ ଏହି ସମସ୍ୟା ସମ୍ପର୍କରେ ଏଡୱର୍ଡ ଡାକ୍ତରଙ୍କୁ ଦେଖାଇଥିଲେ । କିନ୍ତୁ ସେତେବେଳେ ଟେକ୍ନୋଲୋଜି ଏତେ ବିକଶିତ ହୋଇ ନ ଥିଲା। ଫଳରେ ତାଙ୍କ ଚିକିତ୍ସା ମଧ୍ୟ ସମ୍ଭବ ହୋଇ ପାରି ନ ଥିଲା । ପ୍ରତିଦିନ ଏଭଳି ସମସ୍ୟାରେ ରହି ସେ ଅବସାଦରେ  ରହୁଥିଲେ। ଆଉ ଶେଷରେ ଜୀବନକୁ ତୁଚ୍ଛ ମଣି ସେ ଆତ୍ମହତ୍ୟା କରିଥିଲେ।

ଘଟଣାର ସତ୍ୟତା: ୧୮୯୬ର ମେଡିକାଲ ଇନ୍‌ ସାଇକ୍ଲୋପିଡିଆରେ ଏଡ୍‌ୱର୍ଡଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା।  ଏତେ ସବୁ ପରେ ବି ଲୋକମାନେ ଏହାକୁ କାହାଣୀ ବୋଲି ଭାବନ୍ତି।

 

 

 

 

 

Related story