ଆପଣାନ୍ତୁ ଦିନକୁ ଥରେ ଖାଇବା ଉପାୟ: ମିଳିବ ଏହି ଫାଇଦା

ମୋଟା ପଣ ଆଣିପାଲି ମୁଖ୍ୟ ସମସ୍ୟାରେ ପରିଣତ ହୋଇଛି। ଓଜନ କମାବାକୁ କିଏ କେତେ ପ୍ରକାର ପାୟ ଅବଲମ୍ବନ କରୁଛନ୍ତି। ଡାକ୍ତରଙ୍କ ପରାମର୍ଶ ନେ ଡାଇଟ କରୁଛନ୍ତି। ହେଲେ କିଛି ଲାଭ ହେଉନାହିଁ। ଅଳ୍ପ ଅଳ୍ପ କରି ଦିନକୁ ୪ରୁ ୫ ଥର ଖାଉଥିଲେ ବି ଫଳ ମିଳୁନାହିଁ। ତେବେ ଦିନକୁ ଥରେ ଖାଇବା ଡାଇଟ ପ୍ଲାନ ଆପଣାନ୍ତୁ। ଏହି ଡାଇଟ ପ୍ଲାନକୁ ‘One Mile A Day Diet Plan’ କୁହାଯାଇଥାଏ। ଏହି ଡାଇଟ୍‌ ପ୍ଲାନ […]

food

Rakesh Mallick
  • Published: Tuesday, 27 March 2018
  • , Updated: 27 March 2018, 10:09 AM IST

ମୋଟା ପଣ ଆଣିପାଲି ମୁଖ୍ୟ ସମସ୍ୟାରେ ପରିଣତ ହୋଇଛି। ଓଜନ କମାବାକୁ କିଏ କେତେ ପ୍ରକାର ପାୟ ଅବଲମ୍ବନ କରୁଛନ୍ତି। ଡାକ୍ତରଙ୍କ ପରାମର୍ଶ ନେ ଡାଇଟ କରୁଛନ୍ତି। ହେଲେ କିଛି ଲାଭ ହେଉନାହିଁ। ଅଳ୍ପ ଅଳ୍ପ କରି ଦିନକୁ ୪ରୁ ୫ ଥର ଖାଉଥିଲେ ବି ଫଳ ମିଳୁନାହିଁ। ତେବେ ଦିନକୁ ଥରେ ଖାଇବା ଡାଇଟ ପ୍ଲାନ ଆପଣାନ୍ତୁ। ଏହି ଡାଇଟ ପ୍ଲାନକୁ ‘One Mile A Day Diet Plan’ କୁହାଯାଇଥାଏ। ଏହି ଡାଇଟ୍‌ ପ୍ଲାନ ଆପଣାଇଲେ ଆପଣଙ୍କୁ ଦିନକୁ ମାତ୍ର ଥରେ ଖାଇବାକୁ ପଡ଼ିବ। ଆପଣଙ୍କ ସୁବିଧା ଅନୁସାରେ ଯେବେ ଚାହିଁବେ ଖାଇବା ପାଇଁ ଟାଇମ୍‌ ଫିକ୍ସ କରିପାରିବେ। ଏହାଦ୍ୱାରା ଆପଣଙ୍କ ଓଜନ କମିବ ଏବଂ ପଚନ ତନ୍ତ୍ର ଠିକ୍‌ ଭାବେ କାମ କରିବ ବୋଲି ବିଶେଷଜ୍ଞମାନେ କହିଥାନ୍ତି। ଆସନ୍ତୁ ଜାଣିବା One Mile A Day Diet Plan ବିଷୟରେ।

ଦିନକୁ ଥରେ ଖାଇବା ଦ୍ୱାରା କ’ଣ ହୋଇଥାଏ ?

ଏହା କ୍ୟାଲୋରୀ ରେଷ୍ଟ୍ରିକସନ୍‌ ଉପରେ କାମ କରିଥାଏ। ଆପଣ ଦିନସାରା କ୍ୟାଲୋରୀ ଯୁକ୍ତ ଖାଇବା ପରିବର୍ତ୍ତେ ଦିନକୁ ଥରେ କମ କ୍ୟାଲୋରୀର ଖାଦ୍ୟ ଓ ଅଧିକ ପୋଷକ ତତ୍ତ୍ୱ ଥିବା ଭୋଜନ କରିବେ। ଥରେ ଖାଇବା ଦ୍ୱାରା ଆପଣ ପୂରା ଦିନରେ ଶରୀର ପାଇଁ ଯେତିକି କ୍ୟାଲୋରୀ ଆବଶ୍ୟକ ସେତିକି ଗ୍ରହଣ କରିବେ। ଆପଣ ୨୩ ଘଣ୍ଟା ଆକ୍ଟିଭ ରହି ମାତ୍ର ଏକ ଘଣ୍ଟାରେ ଥରେ ଖାଇବେ। ଖାବାକୁ ଛାଡି ବାକି ୨୩ ଘଣ୍ଟା ଆପଣ ଅନ୍ୟ କାମରେ ବ୍ୟସ୍ତ ରହିଲେ ଏହି ସମୟରେ ଆପଣଙ୍କ ଶରୀର ଦେହରେ ଥିବା ଫ୍ୟାଟ୍‌କୁ ଶକ୍ତି ଆକାରରେ ବ୍ୟବହାର କରିଥାଏ। ଆପଣଙ୍କ ଓଜନ କମିଥାଏ ଓ ମୋଟାପଣ ଦୂର ହୋଇଥାଏ। ଏହାସହ One Mile A Day Diet Plan ଆପଣଙ୍କ କବଜ୍‌ ଓ ଅନ୍ୟ ପାଚନ ସମ୍ପର୍କୀତ ସମସ୍ୟା ଦୂର କରିଥାଏ।

One Mile A Day Diet Plan କ’ଣ ଖାଇବେ

ଖାଦ୍ୟ: ଗାଜର, କ୍ରୋକଲି, ବନ୍ଧାକୋବି, ଫୁଲକୋବି, ବିଟ୍‌, ଲେଟସ୍‌, ଆଳୁ, କନ୍ଦ ଓ ପାଳଙ୍ଗ ସାଗ ଖାଇବା ମେନୁରେ ସାମିଲ କରନ୍ତୁ।

ଫଳ: ଆପଲ, କଦଳୀ, କମଳା, କାକୁଡି, ପିୟର୍ସ, ଲେମ୍ବୁ, ନାସପାତି, ଆମ୍ବ, ଜାମୁ, ବ୍ଲ୍ୟୁବେରୀ।

ପ୍ରୋଟିନ: ଚିକେନ୍‌, ମାଛ, ଛତୁ, ବିମ୍ସ, ଅଣ୍ଡା, ପନିର।

କ୍ଷୀର ଜାତ ଦ୍ରବ୍ୟ: କ୍ଷୀର, ଦହି, ପନିର, ଲସି ଓ ଛେନା।

ଅନ୍ନ: ବ୍ରାଉନ୍‌ ଚାଉଳ, ବ୍ରୋକନ ହ୍ୱିଟ୍‌, ବାଜରା, ଜାଉ।

ନୁଟ୍ସ: ବାଦାମ, ଅଖରୋଟ, ପିସ୍ତା, ସୂର୍ଯ୍ୟମୁଖୀ ମଞ୍ଜି, ତରଭୁଜ ମଞ୍ଜି, କଖାରୁ ମଞ୍ଜି।

ପିଇବା ଦ୍ରବ୍ୟ: ପାଣି, ଲେମ୍ବୁ ରସ, ପଇଡ ପାଣି, ଜୁସ।

One Mile A Day Diet Plan ବେଳେ କ’ଣ ଖାଇବେ ନାହିଁ

୧. ହାଏ ଗ୍ଲାଇସୋମିକ ଡିଣ୍ଡକ୍ସ ଫଳ।

୨. ଅଧିକ ଫ୍ୟାଟ୍‌ ବାଲା ମାଂସ।

୩. କମ ଫ୍ୟାଟ ବାଲା ଡାଏରୀ ଉତ୍ପାଦ ଓ ଫ୍ଲେବର ୟୋଗର୍ଟ।

୪. ଧଳା ଚାଉଳ

୫.  କାଜୁ, ଭେଜିଟେବୁଲ ଅଏଲ

୬. Processed foods ଅର୍ଥାତ ତେଲରେ ଛଣା ଯାଇଥିବା ଖାଦ୍ୟ, ଜାମ, ଜେଲି

୭. ପ୍ୟାକେଜ୍‌ ଫୁଡ, ଯଥା ଜୁସ, ସୋଡା, ଡାଇଟ ସୋଡ଼ା, ଏନର୍ଜି ଡ୍ରିଙ୍କସ୍‌

Related story