ସମୁଦ୍ରରେ ଗାଧୋଇବା ହେଲା କାଳ: ଦୁଇ ଉଦ୍ଧାର, ଜଣେ ନିଖୋଜ

ପୁରୀ: କାଳ ହେଲା ସମୁଦ୍ର ସ୍ନାନ। ପୁରୀ ସମୁଦ୍ରରେ ଗୋଧୋଇବା ବେଳେ ଭାସିଗଲେ ୨ ଜଣ ଯୁବକ। ବର୍ତ୍ତମାନ ସୁଦ୍ଧା ଜଣେ ନିଖୋଜ ଥିବା ବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଛି।  ଉଦ୍ଧାର ହୋଇଥିବା ଯୁବକ ହେଲେ ରାହୁଲ ଶର୍ମା।  ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ନିଖୋଜ ଥିବା ଯୁବକଙ୍କ ନାଁ ରାହୁଲ ଅରୋରା। ଭୁବନେଶ୍ୱରର ଏକ ସରକାରୀ ଶିକ୍ଷା ଅନୁଷ୍ଠାନ ଗତିର ଛାତ୍ରମାନଙ୍କ ସହ ବାହାର ରାଜ୍ୟର କିଛି ଛାତ୍ର […]

Rakesh Mallick
  • Published: Saturday, 09 September 2017
  • , Updated: 09 September 2017, 12:08 PM IST

ପୁରୀ: କାଳ ହେଲା ସମୁଦ୍ର ସ୍ନାନ। ପୁରୀ ସମୁଦ୍ରରେ ଗୋଧୋଇବା ବେଳେ ଭାସିଗଲେ ୨ ଜଣ ଯୁବକ। ବର୍ତ୍ତମାନ ସୁଦ୍ଧା ଜଣେ ନିଖୋଜ ଥିବା ବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଛି।  ଉଦ୍ଧାର ହୋଇଥିବା ଯୁବକ ହେଲେ ରାହୁଲ ଶର୍ମା।  ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ନିଖୋଜ ଥିବା ଯୁବକଙ୍କ ନାଁ ରାହୁଲ ଅରୋରା। ଭୁବନେଶ୍ୱରର ଏକ ସରକାରୀ ଶିକ୍ଷା ଅନୁଷ୍ଠାନ ଗତିର ଛାତ୍ରମାନଙ୍କ ସହ ବାହାର ରାଜ୍ୟର କିଛି ଛାତ୍ର ପୁରୀ ବୁଲିବାକୁ ଆସିଥିଲେ।  ଦିଗବାରେଣୀ ଖୁଣ୍ଟ ନିକଟରେ ସମୁଦ୍ରରେ ଗାଧୋଉ ଥିବା ବେଳେ ଏହି ଅଘଟଣ ଘଟିଛି।

ଜଣେ ପୋଲିସ୍ ଅଧିକାରୀ କହିଛନ୍ତି, “ଭୁବନେଶ୍ୱରର ଗତି ଇନ୍‌ଷ୍ଟିଚ୍ୟୁଟ୍‌ର ୮ ଜଣ ଛାତ୍ର  ପୁରୀ ବୁଲିବା ସହ ସମୁଦ୍ରରେ ଗାଧୋଇବାକୁ ଆସିଥିଲେ। ଗାଧୋଇବା ବେଳେ ୩ ଜଣ ଛାତ୍ର ବୁଡ଼ି ଯାଇଥିଲେ। ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଆଉ ଜଣେ ଯୁବକ ନିଖୋଜ ଅଛନ୍ତି। ଉଦ୍ଧାର ହୋଇଥିବା ଜଣେ ଯୁବକ କଟକ ଡାକ୍ତରଖାନାରେ ଚିକିତ୍ସି ହେଉଛନ୍ତି। ଆଉ ଜଣଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କିରାଯାଇଛି।”

Related story