ପେନ୍‌କ୍ଲିଅର୍‌ ଖାଉଛନ୍ତି କି? ଦେଖାଯାଇପାରେ ଏ ସବୁ ସମସ୍ୟା

କୌଣସି କାରଣରୁ ହାତ, ଗୋଡ଼ ଅବା ଶରୀରର ଅନ୍ୟ କୌଣସି ସ୍ଥାନରେ ଆଘାତ ଲାଗି ଯନ୍ତ୍ରଣା ହେଲେ, ଉପଶମ ପାଇଁ ଆମ ମାନଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ ପେନ୍‌କ୍ଲିଅର୍‌ ଖାଇଥାଆନ୍ତି। କିନ୍ତୁ ଆପଣ ଜାଣନ୍ତି, ତତ୍‌କ୍ଷଣାତ୍ ବା ଖୁବ୍‌ କମ୍‌ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦେଉଥିବା ଏହି ପେନ୍‌କ୍ଲିଅର୍‌ ଗୁଡ଼ିକ ଶରୀର ପାଇଁ ହାନିକାରକ। ବରାବର ଏଗୁଡ଼ିକୁ ଖାଇଲେ ଶରୀରକୁ ବହୁତ ପ୍ରକାର କ୍ଷତି ପହଞ୍ଚିଥାଏ। ଆସନ୍ତୁ ଜାଣିବା ପେନ୍‌କ୍ଲିଅର୍‌ ଖାଇଲେ କ’ଣ ସବୁ କ୍ଷତି ହେବାର […]

Painclearimage

Painclearimage

Ordigital Desk
  • Published: Tuesday, 19 December 2017
  • Updated: 19 December 2017, 11:45 AM IST

Sports

Latest News

କୌଣସି କାରଣରୁ ହାତ, ଗୋଡ଼ ଅବା ଶରୀରର ଅନ୍ୟ କୌଣସି ସ୍ଥାନରେ ଆଘାତ ଲାଗି ଯନ୍ତ୍ରଣା ହେଲେ, ଉପଶମ ପାଇଁ ଆମ ମାନଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ ପେନ୍‌କ୍ଲିଅର୍‌ ଖାଇଥାଆନ୍ତି। କିନ୍ତୁ ଆପଣ ଜାଣନ୍ତି, ତତ୍‌କ୍ଷଣାତ୍ ବା ଖୁବ୍‌ କମ୍‌ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦେଉଥିବା ଏହି ପେନ୍‌କ୍ଲିଅର୍‌ ଗୁଡ଼ିକ ଶରୀର ପାଇଁ ହାନିକାରକ। ବରାବର ଏଗୁଡ଼ିକୁ ଖାଇଲେ ଶରୀରକୁ ବହୁତ ପ୍ରକାର କ୍ଷତି ପହଞ୍ଚିଥାଏ। ଆସନ୍ତୁ ଜାଣିବା ପେନ୍‌କ୍ଲିଅର୍‌ ଖାଇଲେ କ'ଣ ସବୁ କ୍ଷତି ହେବାର ସମ୍ଭାବନା ରହିଛି।

କିଡ୍‌ନୀ ଖରାପ ହୋଇପାରେ

ଅଧିକ ମାତ୍ରାରେ ପେନ୍‌କ୍ଲିଅର୍ ଖାଇବା ଦ୍ୱାରା କିଡ୍‌ନୀ ଉପରେ ଖରାପ ପ୍ରଭାବ ପଡ଼ିଥାଏ। କିଡ୍‌ନୀ ଫେଲ୍‌ ହୋଇଯିବାର ମଧ୍ୟ ଆଶଙ୍କା ରହିଛି।

ପେଟ ସମ୍ୱନ୍ଧୀୟ ସମସ୍ୟା

ଅଲଗା ଅଲଗା କମ୍ପାନୀର ପେନ୍‌କ୍ଲିଅର୍‌ ଖାଇବା ଦ୍ୱାରା ଏସିଡିଟି, ବାନ୍ତି, ଡାଇରିଆ ସହିତ ବିଭିନ୍ନ ପ୍ରକାର ପେଟ ସମସ୍ୟା ଦେଖାଯାଇଥାଏ।

ମସ୍କିଷ୍କ ଉପରେ ଖରାପ ପ୍ରଭାବ ପଡ଼େ

ପେନ୍‌କ୍ଲିଅର୍‌ରେ  କାନସୀଲା ନାମକ ଏକ ପଦାର୍ଥ ରହିଛି।  ଏହା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ।

ରକ୍ତଚାପ ବଢ଼େ

ପେନ୍‌କ୍ଲିଅର୍‌ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ପରି ସମସ୍ୟା ଦେଖାଯାଇଥାଏ।

ହାଡ଼କୁ ଦୁର୍ବଳ କରେ

ଅଧିକାଂଶ ଲୋକେ ଆଣ୍ଠୁଗଣ୍ଠି ଦରଜ ହେବା ମାତ୍ରେ ପେନ୍‌କ୍ଲିଅର୍‌ ଖାଇଥାନ୍ତି। କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ। ଏହା ଛଡ଼ା ଏହି ମେଡିସିନି  ମେରୁଦଣ୍ଡ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos