ପାଲଲହଡ଼ା: ପୋଖରୀରେ ବୁଡି ଦୁଇ ଭାଇ ମୃତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଜୟ ବୋଇତାଙ୍କ ଦୁଇ ପୁଅ ଦେବାଶିଷ(୧୧) ଓ ଭବାନୀ(୯) ପୋଖରୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ। ଗାଁ ଲୋକେ ସେମାନଙ୍କ ମୃତଦେହ ଉଦ୍ଧାର କରିଥିଲେ।  ଦୁଇ ପିଲାଙ୍କ ମୃତ୍ୟୁରେ ବାପା-ମା’ ଭାଙ୍ଗି ପଡ଼ିଛନ୍ତି। ବିଜୟ ଗୁରୁଜାଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ତାଙ୍କ ବଡ଼ ପୁଅ ଅନୁଗୋଳ ନବୋଦୟରେ ଓ ସାନ ପୁଅ ପାଲଲହଡ଼ାରେ ଏକ ଇଂଲିଶ୍‌ ମିଡିୟମ୍‌ […]

pallahara

Rakesh Mallick
  • Published: Tuesday, 11 October 2016
  • , Updated: 11 October 2016, 05:32 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଜୟ ବୋଇତାଙ୍କ ଦୁଇ ପୁଅ ଦେବାଶିଷ(୧୧) ଓ ଭବାନୀ(୯) ପୋଖରୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ। ଗାଁ ଲୋକେ ସେମାନଙ୍କ ମୃତଦେହ ଉଦ୍ଧାର କରିଥିଲେ।  ଦୁଇ ପିଲାଙ୍କ ମୃତ୍ୟୁରେ ବାପା-ମା’ ଭାଙ୍ଗି ପଡ଼ିଛନ୍ତି।

ବିଜୟ ଗୁରୁଜାଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ତାଙ୍କ ବଡ଼ ପୁଅ ଅନୁଗୋଳ ନବୋଦୟରେ ଓ ସାନ ପୁଅ ପାଲଲହଡ଼ାରେ ଏକ ଇଂଲିଶ୍‌ ମିଡିୟମ୍‌ ସ୍କୁଲରେ ପଢ଼ୁଥିଲେ। ଦଶହରା ଛୁଟିରେ ସମସ୍ତେ ଗାଁକୁ ଯାଇଥିଲେ।

Related story