ପଞ୍ଚାୟତ ନିର୍ବାଚନରେ ଆସନ ବୁଝାମଣା କରିବୁ: କଂଗ୍ରେସ

ଭୁମନେଶ୍ୱର: ଆଉ ୫ ମାସ ପରେ ରାଜ୍ୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ଭୁବନେଶ୍ୱରରେ ଦଳ ପକ୍ଷରୁ ଆୟୋଜିତ ସଙ୍କଳ୍ପ ସମାବେଶାରେ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ପଞ୍ଚାୟତ ନିର୍ବାଚନରେ ଆସନ ବୁଝାମଣା କରିବାକୁ ଦଳ ସୂଚନା ଦେଇଛି। ସମଭାବାପନ୍ନ ଦଳ ସହ ସ୍ଥାନୀୟ ମତ ଅନୁସାରେ ଦଳ ଆସନ ବୁଝାମଣା କରିପାରେ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। ଏହାସହ […]

congress-bhawan-re-blook-congress-sabhapati-nkn-sankalp-samabesa-re-manchasina-atithibrunda-1

Rakesh Mallick
  • Published: Sunday, 25 September 2016
  • , Updated: 25 September 2016, 08:22 PM IST

ଭୁମନେଶ୍ୱର: ଆଉ ୫ ମାସ ପରେ ରାଜ୍ୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ଭୁବନେଶ୍ୱରରେ ଦଳ ପକ୍ଷରୁ ଆୟୋଜିତ ସଙ୍କଳ୍ପ ସମାବେଶାରେ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ପଞ୍ଚାୟତ ନିର୍ବାଚନରେ ଆସନ ବୁଝାମଣା କରିବାକୁ ଦଳ ସୂଚନା ଦେଇଛି। ସମଭାବାପନ୍ନ ଦଳ ସହ ସ୍ଥାନୀୟ ମତ ଅନୁସାରେ ଦଳ ଆସନ ବୁଝାମଣା କରିପାରେ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। ଏହାସହ ସ୍ଥାନୀୟ ସମସ୍ୟା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଦଳ ପ୍ରତି ଗାଁର ଘରକୁ ଘର ଯିବାକୁ ନିଷ୍ପତ୍ତି ନେଇଛି। ସମାବେଶରେ କଂଗ୍ରେସର ପ୍ରଦେଶ ପଞ୍ଚାୟତ ନିର୍ବାଚନ କମିଟି, ଇସ୍ତାହାର କମିଟି ଗଠନ କରାଯାଇଛି।

ପ୍ରସାଦ କହିଛନ୍ତି,“ଆମେ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛୁ। ସମସ୍ତ ୮୫୪ ଜିଲ୍ଲା ପରିଷଦ ଆସନରେ ଆମେ ପ୍ରାର୍ଥୀ ଦେବୁ। ୩୦ ଜିଲ୍ଲାରେ ୩୦ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି।”

ସେ ଆହୁରି କହିଛନ୍ତି,“ ପଞ୍ଚାୟତ ନିର୍ବାଚନ ଆଉ ୫ ମାସ ଥିବାରୁ ଏହି ସଙ୍କଳ୍ପ ସମାବେଶ ଆମ ମାନଙ୍କ ପାଇଁ ବେଶ ମହତ୍ୱ ରଖୁଛି। ମହିଳା, ଦଳିତ, ଆଦିବାସୀ ଓ ଲୋକଙ୍କ ହକ୍‌ ପାଇଁ ବହୁ ପ୍ରସଙ୍ଗ ରହିଛି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ନିର୍ବାଚନ ଲଢିବ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ରାଜ୍ୟ ସରକାର ଓ ବିଜେଡିର ବିଫଳତା ଲୋକଲୋଚନକୁ ଆଣିବା ସହ ଆମ କାର୍ଯ୍ୟକ୍ରମ ଲୋକଙ୍କୁ ଗ୍ରହଣ କରାଇ ପାରିଲେ ଆମେ ନିଶ୍ଚିତ ସଫଳତା ପାଇବା। ସେ ସଫଳତା ପାଇବାକୁ ହେଲେ ସଂଗଠନକୁ ସୁଦୃଢ କରିବାକୁ ହେବ। ଏକତା ସ୍ଥାପନ କରିବାକୁ ପଡିବ। ଦଳରେ କୌଣସି ବିଭେଦ ନାହିଁ, ସାମାନ୍ୟ ମତ ପାର୍ଥକ୍ୟ ରହିଛି।”

ସେ କହିଛନ୍ତି,“କଂଗ୍ରେସ ଦଳରେ ଗୋଟେ ରୋଗ ରହିଯାଇଛି। ମନୋମାଳିନ୍ୟ ହେଉ, ମତ ପାର୍ଥକ୍ୟ ହେଉ କିମ୍ବା ବିଭିନ୍ନ କାରଣରୁ ବିଭେଦ ହେଉ ତାକୁ ଯେତେଦିନ ପର୍ଯ୍ୟନ୍ତ ଆମେ ଦୂର କରି ନ ପାରିଛୁ ସେପର୍ଯ୍ୟନ୍ତ ଆମକୁ ସମ୍ପୂର୍ଣ୍ଣ ସଫଳତା ମିଳିବ ନାହିଁ।”

ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ୩୩ଟି ସାଙ୍ଗଠନିକ ଜିଲ୍ଲା ସଭାପତି ଓ ୪୨୦ ବ୍ଲକର ସଭାପତି ସାମିଲ ହୋଇଥିଲେ। ଓଡ଼ିଶା କଂଗ୍ରେସ ପ୍ରଭାରୀ ବି.କେ. ହରିପ୍ରସାଦ ଏବଂ ସହ ପ୍ରଭାରୀ ଶୁଭଙ୍କର ସରକାର ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

Related story