ପଞ୍ଚାୟତ ନିର୍ବାଚନ: ଦଳୀୟ ନେତା ଓ ପର୍ଯ୍ୟବେକ୍ଷକଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର: ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ରାଜନୈତିକ କସରତ ଆରମ୍ଭ ହୋଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ନେତାଙ୍କୁ ଡାକି ଗୁରୁମନ୍ତ୍ର ପ୍ରଦାନ କରୁଛନ୍ତି। ନିର୍ବାଚନ ରଣନୀତି ପ୍ରସ୍ତୁତ ପାଇଁ  ସାଙ୍ଗଠନିକ ଜିଲ୍ଲାୱାରୀ ବୈଠକ ଚାଲିଛି। ପର୍ଯ୍ୟବେକ୍ଷକ, ବିଧାୟକ, ସାଂସଦ ଓ ଅନ୍ୟ ନେତାଙ୍କୁ ନେଇ ଦଳ ଜିଲ୍ଲା ଅନୁସାରେ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଛନ୍ତି। ନବୀନ ଜିଲ୍ଲାୱାରି […]

naveen

naveen

Rakesh Mallick
  • Published: Sunday, 04 September 2016
  • Updated: 10 September 2016, 01:24 PM IST

Sports

Latest News

naveen ଭୁବନେଶ୍ୱର: ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ରାଜନୈତିକ କସରତ ଆରମ୍ଭ ହୋଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ନେତାଙ୍କୁ ଡାକି ଗୁରୁମନ୍ତ୍ର ପ୍ରଦାନ କରୁଛନ୍ତି। ନିର୍ବାଚନ ରଣନୀତି ପ୍ରସ୍ତୁତ ପାଇଁ  ସାଙ୍ଗଠନିକ ଜିଲ୍ଲାୱାରୀ ବୈଠକ ଚାଲିଛି। ପର୍ଯ୍ୟବେକ୍ଷକ, ବିଧାୟକ, ସାଂସଦ ଓ ଅନ୍ୟ ନେତାଙ୍କୁ ନେଇ ଦଳ ଜିଲ୍ଲା ଅନୁସାରେ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଛନ୍ତି।

ନବୀନ ଜିଲ୍ଲାୱାରି ସମୀକ୍ଷା ଆରମ୍ଭ କରିଛନ୍ତି। ପ୍ରଥମ ଦାଫାରେ ଆଜି ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି। ବୁଥ୍‌ ସ୍ତରରେ ସଂଗଠନକୁ ମଜଭୁତ କରିବା, ସରକାରଙ୍କ ବିକାଶମୂଳକ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା, ନୂଆ ପଞ୍ଚାୟତକୁ ଗୁରୁତ୍ୱ ଓ ଯେଉଁଠି ଲୋକଙ୍କ ମନରେ ଅସନ୍ତୋଷ ରହିଛି ତାକୁ କେମିତି ପ୍ରଶମିତ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ବିଶେଷ କରି ଗୋଷ୍ଠୀ କନ୍ଦଳ ଦୂର କରି ସମନ୍ୱୟ ରକ୍ଷା ପାଇଁ ନବୀନ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।

ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, “ସବୁ ପଞ୍ଚାୟତକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଜିତୁ ଥିବା ପଞ୍ଚାୟତକୁ ଗୋଟିଏ ଓ ଦୁର୍ବଳ ଥିବା ପଞ୍ଚାୟତକୁ ଅନ୍ୟ ଶ୍ରେଣୀରେ ରଖାଯାଇଛି। ଦୁର୍ବଳ ଥିବା ପଞ୍ଚାୟତର ଲୋକଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିବା ସହ ସେଠାରେ କିପରି ବିଜୟ ମିଳିବ ସେ ନେଇ ଆଲୋଚନା ହୋଇଥିଲା।

ଭଦ୍ରକ ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, “ବୁଥଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ସଂଗଠନରେ ସମନ୍ୱୟ ରକ୍ଷା କରି ନିର୍ବାଚନ ଲଢିବାକୁ ମୁଖ୍ୟମନ୍ତ୍ରୀ ଆମକୁ କହିଛନ୍ତି।”

ରାସନକାର୍ଡ ପ୍ରସଙ୍ଗଠାରୁ ଆରମ୍ଭ କରି ଗୁମୁଡୁମାହା ଗୁଳିକାଣ୍ଡ, ନଗଡ଼ାର ନଗ୍ନ ଚିତ୍ର, ଦାନ ମାଝି ଘଟଣା ଏବେ ବିଜେଡିକୁ ଅଡୁଆରେ ପକାଇଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳ ନବୀନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ବେଶ ଚ୍ୟାଲେଞ୍ଜ ହୋଇପାରେ ବୋଲି କୁହାଯାଉଛି।

ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି, “ଦାନ ମାଝି ପ୍ରସଙ୍ଗ ଏକ ସମ୍ବେଦନଶୀଳ ଘଟଣା। ଏହାକୁ ନେଇ ରାଜନୀତି କରାଯିବା ଅନୁଚିତ। ଯେଉଁମାନେ କରୁଛନ୍ତି ସେମାନେ ହୀନ ରାଜନୀତି କରୁଛନ୍ତି। ଯେଉଁଠି ମାନବିକତାର ପ୍ରଶ୍ନ ଉଠେ ସେଠାରେ ରାଜନୀତି କରାଯାଇ ନ ଥାଏ।”

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି, “ଦଳ ଭିତରେ ଥିବା ମତାନ୍ତର ଦୂର କରିବାକୁ ନବୀନ ବାବୁ ଆମକୁ କହିଛନ୍ତି। ପ୍ରତ୍ୟେକ ୱାର୍ଡରେ ବୁଥ କମିଟି ଗଠନ କରିବାକୁ କହିଛନ୍ତି।”

୨୦୧୭ ଫେବୃଆରୀରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ତେଣୁ ହାତରେ ସମୟ କମ୍‌ ଥିବାରୁ ଏବେ ଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ।

ବିଜେପି ରାଜ୍ୟର ସମସ୍ତ ୱାର୍ଡରୁ  ଆରମ୍ଭ କରି ଜିଲ୍ଲାପରିଷଦରେ ପ୍ରାର୍ଥୀ ଦେବ ବୋଲି ନିର୍ବାଚନ ପରିଚାଳନା ସମିତି  ବୈଠକରେ ଘୋଷଣା କରିଛି। କଂଗ୍ରେସ ବି ଟାସ୍କଫୋର୍ସ କମିଟି ଗଠନ କରି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେବାକୁ ରଣନୀତି ପ୍ରସ୍ତୁତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story