କାଷ୍ଟିଂକାଉଚ ମାମଲାରେ ଫସିଯିବେ କି ପପୁ ପମ୍‌ପମ୍‌ ? କମିଶନର କହିଲେ ଅଭିଯୋଗରେ ରହିଛି ସତ୍ୟତା

ଭୁବନେଶ୍ୱର: ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ସମସ୍ୟା ବଢିବାକୁ ଯାଉଛି। ନାବାଳିକାଙ୍କ ସହ କାଷ୍ଟିଂକାଉଚ ମାମଲାରେ କମିଶନରେଟ୍‌ ପୋଲିସ ପପୁ ଏବଂ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁ ନାଁରେ ଚାର୍ଜସିଟ୍‌ ଦାଖଲ କରି ସାରିଥିବା ବେଳେ ଖୁବଶୀଘ୍ର ଶୁଣାଣି ଆରମ୍ଭ ହେବ ବୋଲି କହିଛି। ଦରକାର ପଡିଲେ ମାମଲାର ଶୁଣାଣି ବେଳେ ସ୍ୱତନ୍ତ୍ର ପିପି ନିଯୁକ୍ତ ହେବେ ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି। ଖୁରାନିଆ କହିଛନ୍ତି,“ ଅଭିଯୋଗରେ ସତ୍ୟାସତ୍ୟ ଥିବାରୁ ଚାର୍ଜସିଟ୍‌ ଦାଖଲ କରାଯାଇଛି। […]

papu

Rakesh Mallick
  • Published: Friday, 28 April 2017
  • , Updated: 28 April 2017, 04:49 PM IST

ଭୁବନେଶ୍ୱର: ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ସମସ୍ୟା ବଢିବାକୁ ଯାଉଛି। ନାବାଳିକାଙ୍କ ସହ କାଷ୍ଟିଂକାଉଚ ମାମଲାରେ କମିଶନରେଟ୍‌ ପୋଲିସ ପପୁ ଏବଂ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁ ନାଁରେ ଚାର୍ଜସିଟ୍‌ ଦାଖଲ କରି ସାରିଥିବା ବେଳେ ଖୁବଶୀଘ୍ର ଶୁଣାଣି ଆରମ୍ଭ ହେବ ବୋଲି କହିଛି। ଦରକାର ପଡିଲେ ମାମଲାର ଶୁଣାଣି ବେଳେ ସ୍ୱତନ୍ତ୍ର ପିପି ନିଯୁକ୍ତ ହେବେ ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।

ଖୁରାନିଆ କହିଛନ୍ତି,“ ଅଭିଯୋଗରେ ସତ୍ୟାସତ୍ୟ ଥିବାରୁ ଚାର୍ଜସିଟ୍‌ ଦାଖଲ କରାଯାଇଛି। କମିଶନରେଟ୍‌ ପୋଲିସ ଏହି ମାମଲାକୁ ଗୁରୁତର ସହ ନେଇଛି। ମାମଲାର ଶୁଣାଣି ବେଳେ କୋର୍ଟରେ ନାବାଳିକାଙ୍କ ବୟାନ ରେକର୍ଡ କରାଯିବ।”

ପୂର୍ବରୁ କୋର୍ଟରେ ନାବାଳିକାଙ୍କ ୧୬୪ ବୟାନ ରେକର୍ଡ ସରିଛି।

ଏନେଇ ପପୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ମୋର ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରଷା ରହିଛି। ମାମଲାର ଶୁଣାଣି ଶୀଘ୍ର କରାଯାଉ।”

କିଛି ନା କିଛି କାରଣକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହୁଥିବା ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଛନ୍ଦି ହୋଇ ଏକ ମାସରୁ ଅଧିକ ଜେଲ୍‌ରେ ରହିବା ପରେ ହାଇକୋର୍ଟରୁ ଜାମିନରେ ଆସିଛନ୍ତି ପପୁ।

Related story