ଆଜି ପୁଣି ଜାମିନ ଆବେଦନ କରିବେ ମହିମା ମିଶ୍ର

ପାରାଦୀପ: ସିୱେଜ୍ ସିପିଂ ଜିଏମ୍ ହତ୍ୟା ମାମଲାରେ କୁଜଙ୍ଗ ସବ୍‌ଜେଲ୍‌ରେ ଥିବା ଶିଳ୍ପପତି ମହିମା ମିଶ୍ରଙ୍କ ପକ୍ଷରୁ ଆଜି ପୁଣି ଜାମିନ ଆବେଦନ କରାଯିବ। ମହିମାଙ୍କ ପକ୍ଷରୁ ଜଗତସିଂହପୁର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଜାମିନ୍ ଆବେଦନ କରାଯିବ ବୋଲି ସୂଚନା ମିଳିଛି। ତେବେ ୨୯ ତାରିଖରୁ ମହିମାନନ୍ଦ ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ୪ ଦିନିଆ ରିମାଣ୍ଡରେ ନେବା ଲାଗି ପାରାଦୀପ ପୋଲିସ୍‌କୁ ଅନୁମତି ଦେଇଛନ୍ତି କୋର୍ଟ। ମହିମାଙ୍କୁ ଜେରା ବେଳେ ତାଙ୍କର ଜଣେ […]

mahimamishra

Rakesh Mallick
  • Published: Wednesday, 28 December 2016
  • , Updated: 28 December 2016, 07:52 AM IST

ପାରାଦୀପ: ସିୱେଜ୍ ସିପିଂ ଜିଏମ୍ ହତ୍ୟା ମାମଲାରେ କୁଜଙ୍ଗ ସବ୍‌ଜେଲ୍‌ରେ ଥିବା ଶିଳ୍ପପତି ମହିମା ମିଶ୍ରଙ୍କ ପକ୍ଷରୁ ଆଜି ପୁଣି ଜାମିନ ଆବେଦନ କରାଯିବ। ମହିମାଙ୍କ ପକ୍ଷରୁ ଜଗତସିଂହପୁର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଜାମିନ୍ ଆବେଦନ କରାଯିବ ବୋଲି ସୂଚନା ମିଳିଛି। ତେବେ ୨୯ ତାରିଖରୁ ମହିମାନନ୍ଦ ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ୪ ଦିନିଆ ରିମାଣ୍ଡରେ ନେବା ଲାଗି ପାରାଦୀପ ପୋଲିସ୍‌କୁ ଅନୁମତି ଦେଇଛନ୍ତି କୋର୍ଟ। ମହିମାଙ୍କୁ ଜେରା ବେଳେ ତାଙ୍କର ଜଣେ ଓକିଲ ଉପସ୍ଥିତ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି କୁଜଙ୍ଗ ଜେଏମ୍‌ଏଫ୍‌ସିଙ୍କ ଆବାସିକ କାର୍ଯ୍ୟାଳୟରେ ଜାମିନ୍ ଆବେଦନ ଖାରଜ ହେବା ପରେ ଉଭୟଙ୍କୁ ସମାଗୋଳ ସ୍ଥିତ କୁଜଙ୍ଗ ସବ୍‌ଜେଲ୍‌କୁ ପଠାଇ ଦିଆଯାଇଥିଲା।

ଜେଲ୍‌ ଯିବାର କେଇ ଘଣ୍ଟା ପରେ ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳ ଅସୁସ୍ଥ ଅନୁଭବ କରିଥିଲେ। ସେମାନଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

Related story