ପାରାଦୀପ: ମାଲ୍ ଲୋଡିଂ ଅନଲୋଡିଂକୁ ନେଇ ପାରାଦୀପ ବନ୍ଦରରେ ଦେଖା ଦେଇଥିବା ବିବାଦର ସମାଧାନ ପାଇଁ ସର୍ବଭାରତୀୟ ଷ୍ଟିଭେଡର୍ସର ମହାସଂଘ ଓ ପାରାଦୀପ ଷ୍ଟିଭେଡର୍ସ ଆସୋସିଏସନ୍ କର୍ମକର୍ତ୍ତାଙ୍କ ବୈଠକ ଆରମ୍ଭ ହୋଇଛି । ଏଥିପାଇଁ ସର୍ବଭାରତୀୟ ଷ୍ଟିଭେଡୋର୍ସ ମହାସଂଘର ସଭାପତି କ୍ରୀଷ୍ଣ କୁମାର, ସମ୍ପାଦକ ଯୋଗେଶ ମେହେଟା ଏବଂ ସଦସ୍ୟ ଆଶିଷ ମଚାଡୋ ଗତକାଲି ସନ୍ଧ୍ୟାରେ ପାରାଦୀପରେ ପହଞ୍ଚିଥିଲେ। ବନ୍ଦର ଅଧ୍ୟକ୍ଷ ଅନୁପସ୍ଥିତ ଥିବାରୁ ଏମାନେ ଉପାଧ୍ୟକ୍ଷ ଏମ୍ ଭାୟାପୁରୀଙ୍କ ସହ ଆଲୋଚନା କରିଛନ୍ତି।
ଆଜିର ବୈଠକରେ କ’ଣ ପାଇଁ ବିବାଦ ସୃଷ୍ଟି ହୋଇଛି, ଏଥିପାଇଁ ଦୋଷ କାହାର, ପାରାଦୀପ ଷ୍ଟିଭେଡୋର୍ସ ଆସୋସିଏସନର ନୀତି ନିୟମ କ'ଣ ରହିଛି ଓ ବନ୍ଦର ପ୍ରଶାସନର ଆଭିମୁଖ୍ୟ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଉଛି।
ସେପଟେ ଜଗତସିଂପୁର ଜିଲ୍ଲାପାଳ ମଧ୍ୟ ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ପ୍ରଶାସନିକ ସ୍ତରରେ ଯାହା ନିଷ୍ପତ୍ତି ନିଆଯିବ ତାକୁ ସମସ୍ତେ ମାନିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରାଜସ୍ୱ ବିଭାଗର ଚେତାବନୀ: ହ୍ରାସପାଇଲାଣି ସରକାରୀ ଜମି, ଆଉ ମନଇଚ୍ଛା ପ୍ରସ୍ତାବ ଦିଅନି
ଆଉ ମନଇଚ୍ଛା ଜମି ହସ୍ତାନ୍ତର ପାଇଁ ପ୍ରସ୍ତାବ ନଦେଇ ବାସ୍ତବରେ ଆବଶ୍ୟକ ହେଉଥିବା ଜମିର ବିବେକାନୁମୋଦିତ ସଠିକ୍ ଆକଳନ କରାଯାଉ।
Politics
ମୋତେ ମାରି ଉପନିର୍ବାଚନ କରିବାକୁ ଯୋଜନା ରଖିଥିଲେ; କାହା ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ବିଧାୟକ
ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ଫୋନ୍ କରିଥିଲେ। ଯାହା ହେଲା ହେଲା, କଂପ୍ରୋମାଇଜ୍ କରିଦିଅ କହିଥିଲେ। ଲୋକ ଲଗାଇ ପିଟିବେ, ପୁଣି କଂପ୍ରୋମାଇଜ୍ ପାଇଁ କହିବେ।
Health
୨୪ଘଣ୍ଟା ଖୋଲା ରହିବ ‘ନିରାମୟ’ ମେଡିସିନ୍ ଷ୍ଟୋର, ବନ୍ଦ କଲେ କାର୍ଯ୍ୟାନୁଷ୍ଠାନ
ରାଜ୍ୟ ସରକାର ରୋଗୀଙ୍କୁ ମାଗଣାରେ ସମସ୍ତ ‘ନିରାମୟ’ ମେଡିସିନ୍ ଷ୍ଟୋରରେ ଔଷଧ ଯୋଗାଉଛନ୍ତି। କିନ୍ତୁ ଏହି ନିରାମୟ କେନ୍ଦ୍ରଗୁଡ଼ିକ ରାତିରେ ବନ୍ଦ ରହୁଥିବା ଓ ଆବଶ୍ୟକ ଔଷଧ ନଥିବା ଯୋଗୁ ରୋଗୀଙ୍କୁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
Events & Festivals
ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସରକାର ଗଢ଼ିଲେ କମିଟି: ଅମିତ୍ ଶାହ ଅଧ୍ୟକ୍ଷ, ୨୩ଜଣ ସଦସ୍ୟ
ଆଜି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସ୍ୱର୍ଗତ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।
Miscellaneous
ଦୁଇରୁ ଅଧିକ ସନ୍ତାନ ଥିବାରୁ ଗଲା ସମବାୟ ସଭାପତି ପଦ
ଦୁଇରୁ ଅଧିକ ପିଲା ଥିବାରୁ ବାପୁଜୀ ନଗର କ୍ୟାପିଟାଲ କୋଅପରେଟିଭ୍ ହାଉସିଂ ଲିମିଟେଡର ସଭାପତି ଓ ସଭ୍ୟ ପଦ ହରାଇଛନ୍ତି ବିଶ୍ୱରଂଜନ ମହାନ୍ତି। ତାଙ୍କର ଦୁଇରୁ ଅଧିକ ପିଲା ଥିବାନେଇ ଓଡ଼ିଶା ରିପୋର୍ଟରରେ ଗତ ବର୍ଷ ପ୍ରମାଣ ସହ ବାଜିଥିଲା ଖବର।