ପାରାଦୀପ ବନ୍ଦରରେ ମାଲପରିବହନ ବିବାଦର ଅବସାନ: ଆରମ୍ଭ ହେଲା ଲୋଡିଂ ଅନଲୋଡିଂ

ପାରାଦୀପ: ତିନି ଦିନ ଧରି  ଅଚଳାବସ୍ଥା ପରେ ବନ୍ଦରରେ ଲାଗିଥିବା ଜାହାଜରୁ ଲୋଡିଂ ଓ ଅନ୍ ଲୋଡିଂ କାମ ଆରମ୍ଭ ହୋଇଛି। ସିକ୍ୟୁ- ୱାନ୍ ବର୍ଥରେ ଏମଭି ହାମ୍ ଜାହାଜରୁ ଅନଲୋଡିଂ ଆରମ୍ଭ ହୋଇଥିବା ବେଳେ ସିୱେଜ୍ ସିପିଂ ଆଣ୍ଡ ଲଜିଷ୍ଟିକ୍ ଲିମିଟେଟ୍ ଅନଲୋଡିଂ କରୁଛି। ଏହାସହ କଡା ସୁରକ୍ଷା ବଳୟରେ ବନ୍ଦର ଭିତରକୁ ସି-ୱେଜ୍ ସଂସ୍ଥାର ୨୫ରୁ ଊର୍ଦ୍ଧ୍ୱ ଡମ୍ପର ପଶିଛି। ତେବେ ସି-ୱେଜ୍ ସଂସ୍ଥାକୁ ବିରୋଧ କରୁଥିବା ପାରାଦୀପ ଷ୍ଟିଭେଡର୍ସ ଆସୋସିଏସନ୍ ପକ୍ଷରୁ କାର୍ଯ୍ୟବନ୍ଦ […]

paradeep

Rakesh Mallick
  • Published: Saturday, 19 September 2015
  • , Updated: 19 September 2015, 06:47 AM IST

ପାରାଦୀପ: ତିନି ଦିନ ଧରି  ଅଚଳାବସ୍ଥା ପରେ ବନ୍ଦରରେ ଲାଗିଥିବା ଜାହାଜରୁ ଲୋଡିଂ ଓ ଅନ୍ ଲୋଡିଂ କାମ ଆରମ୍ଭ ହୋଇଛି। ସିକ୍ୟୁ- ୱାନ୍ ବର୍ଥରେ ଏମଭି ହାମ୍ ଜାହାଜରୁ ଅନଲୋଡିଂ ଆରମ୍ଭ ହୋଇଥିବା ବେଳେ ସିୱେଜ୍ ସିପିଂ ଆଣ୍ଡ ଲଜିଷ୍ଟିକ୍ ଲିମିଟେଟ୍ ଅନଲୋଡିଂ କରୁଛି। ଏହାସହ କଡା ସୁରକ୍ଷା ବଳୟରେ ବନ୍ଦର ଭିତରକୁ ସି-ୱେଜ୍ ସଂସ୍ଥାର ୨୫ରୁ ଊର୍ଦ୍ଧ୍ୱ ଡମ୍ପର ପଶିଛି। ତେବେ ସି-ୱେଜ୍ ସଂସ୍ଥାକୁ ବିରୋଧ କରୁଥିବା ପାରାଦୀପ ଷ୍ଟିଭେଡର୍ସ ଆସୋସିଏସନ୍ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଅପରପକ୍ଷରେ ଯେଉଁ ସବୁ ଷ୍ଟିଭେଡର୍ସ ‌ଓ ଆସୋସିଏସନ୍ କାର୍ଯ୍ୟବନ୍ଦ କରିଛନ୍ତି ସେମାନଙ୍କୁ ପୋର୍ଟ କର୍ତ୍ତୃପକ୍ଷ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ୍ଦର ପରିସରରେ ପୋଲିସ ଓ ସିଆଇଏସଏଫ୍ ମୁତୟନ ହୋଇଛନ୍ତି।

ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଓ ଷ୍ଟିଭେଡର୍ସ ଆସୋସିଏସନ୍ ନିଜ ନିଜ ଜିଦରେ ଅଟଳ ରହିବାରୁ ବନ୍ଦରରେ  ମାଲ୍ ଲୋଡ଼ିଂ ଅନଲୋଡିଂ ଠପ୍ ହୋଇଯାଇଥିଲା। ସମସ୍ୟାର ସମାଧାନ ପାଇଁ ଗତକାଲି ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଥିବା ଦ୍ୱିପାକ୍ଷିକ ବୈଠକରେ ମଧ୍ୟ କୌଣସି ସମାଧାନ ବାହାରି ପାରି ନ ଥିଲା। ଫଳରେ ବନ୍ଦରରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଲାଗି କର୍ତ୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଥିଲେ।

Related story