ଥାନାରେ ହାଜର ହେଲେ ମହିମାଙ୍କ ଦୁଇ ପୁଅ

ପାରାଦୀପ: ସିୱେଜ ସିପିଂ କଂପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ମହିମା ମିଶ୍ରଙ୍କ ଦୁଇ ପୁଅ ଚନ୍ଦନ ଓ ଚର୍ଚ୍ଚିତ ଆଜି ପାରାଦୀପ ଥାନାରେ ହାଜର ହୋଇଥିଲେ। ଆର୍ଥିକ କାରବାର ନେଇ ସେମାନଙ୍କୁ ପଚରାଉଚରା କରାଯାଇଥିଲା। ୧୧ ତାରିଖ ସୁଦ୍ଧା ଥାନାରେ ହାଜର ହେବାକୁ ଉଭୟଙ୍କୁ ଗତ ୮ ତାରିଖରେ ନୋଟିସ୍ ଜାରି କରାଯାଇଥିଲା। ଗତକାଲି ମହିମାଙ୍କ କଂପାନୀ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ର ଫାଇନାନ୍ସ ଡିଜିଏମ୍‌ ରବୀନ୍ଦ୍ର ଦଳେଇ ପାରାଦୀପ ପୋଲିସ୍‌ ନିକଟରେ ହାଜର […]

paradeep

Rakesh Mallick
  • Published: Wednesday, 11 January 2017
  • , Updated: 11 January 2017, 06:25 PM IST

ପାରାଦୀପ: ସିୱେଜ ସିପିଂ କଂପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ମହିମା ମିଶ୍ରଙ୍କ ଦୁଇ ପୁଅ ଚନ୍ଦନ ଓ ଚର୍ଚ୍ଚିତ ଆଜି ପାରାଦୀପ ଥାନାରେ ହାଜର ହୋଇଥିଲେ। ଆର୍ଥିକ କାରବାର ନେଇ ସେମାନଙ୍କୁ ପଚରାଉଚରା କରାଯାଇଥିଲା।

୧୧ ତାରିଖ ସୁଦ୍ଧା ଥାନାରେ ହାଜର ହେବାକୁ ଉଭୟଙ୍କୁ ଗତ ୮ ତାରିଖରେ ନୋଟିସ୍ ଜାରି କରାଯାଇଥିଲା।

ଗତକାଲି ମହିମାଙ୍କ କଂପାନୀ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ର ଫାଇନାନ୍ସ ଡିଜିଏମ୍‌ ରବୀନ୍ଦ୍ର ଦଳେଇ ପାରାଦୀପ ପୋଲିସ୍‌ ନିକଟରେ ହାଜର ହୋଇଥିଲେ। ତାଙ୍କୁ ବି ନୋଟିସ୍ ଜାରି କରାଯାଇଥିଲା।

ମହିମା ଗିରଫ ହୋଇ ସମାଗୋଳ ଜେଲ୍‌ରେ ଅଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ ତାଙ୍କ ସମେତ ମୋଟ ୮ ଜଣ ଗିରଫ ହୋଇଛନ୍ତି।

Related story