ପାରଳା ଗଣଆତ୍ମହତ୍ୟା ମାମଲା: ଗଜପତି ଜିଲ୍ଲା ସଭାପତିଙ୍କ ସମେତ ୩ ଜଣ କ୍ରାଇମବ୍ରାଞ୍ଚରେ ହାଜର

କଟକ: ପାରଳା ପ୍ୟାଲେସ୍‌ ଗଣଆତ୍ମହତ୍ୟା ମାମଲାରେ ସୋମବାର ଠାରୁ  କ୍ରାଇମବ୍ରାଞ୍ଚର ଜେରା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ୩ ଜଣ ହାଜର ହୋଇଥିଲେ। ସେମାନେ ହେଲେ ଗଜପତି ଜିଲ୍ଲା ବିଜେପି ସଭାପତି ଜି. ଭେଙ୍କଟ ରାବଣା, ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା ଓ ପୂର୍ବତନ ବିଜେଡି କାଉନ୍‌ସିଲର ବାବୁଲି ବେହେରା। କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ସେମାନେ ହାଜର ହୋଇଥିଲେ। ଜି. ଭେଙ୍କଟ ରାବଣା କହିଛନ୍ତି,“ମୋତେ ଯାହା ପଚାରିଲେ ମୁଁ କହିଲି। […]

cb

Rakesh Mallick
  • Published: Wednesday, 05 October 2016
  • , Updated: 05 October 2016, 03:24 PM IST

କଟକ: ପାରଳା ପ୍ୟାଲେସ୍‌ ଗଣଆତ୍ମହତ୍ୟା ମାମଲାରେ ସୋମବାର ଠାରୁ  କ୍ରାଇମବ୍ରାଞ୍ଚର ଜେରା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ୩ ଜଣ ହାଜର ହୋଇଥିଲେ। ସେମାନେ ହେଲେ ଗଜପତି ଜିଲ୍ଲା ବିଜେପି ସଭାପତି ଜି. ଭେଙ୍କଟ ରାବଣା, ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା ଓ ପୂର୍ବତନ ବିଜେଡି କାଉନ୍‌ସିଲର ବାବୁଲି ବେହେରା। କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ସେମାନେ ହାଜର ହୋଇଥିଲେ।

ଜି. ଭେଙ୍କଟ ରାବଣା କହିଛନ୍ତି,“ମୋତେ ଯାହା ପଚାରିଲେ ମୁଁ କହିଲି। ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବି ବୋଲି କହିଲି।”

ଏହି ମାମଲାରେ ଗତକାଲି ପାରଳାଖେମୁଣ୍ଡିର କଂଗ୍ରେସ ବିଧାୟକ କେ.ସୂରିୟା ରାଓଙ୍କ ସମେତ ତିନି ଜଣ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଥିଲେ। ଅନ୍ୟ ଦୁଇ ଜଣ ହେଲେ ଗଜପତି ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ବସନ୍ତ ଦାସ ଓ ମନୋରଞ୍ଜନ ବଡ଼ଘର। ଏହି ମାମଲାରେ ବିଧାୟକ କେ.ସୂରିୟା ରାଓଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ଆଜି ହାଇକୋର୍ଟ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

ସୋମବାର ପାରଳାଖେମୁଣ୍ଡି ପୌରପାଳିକାର କାଉନସିଲର୍‌ ବିଭୂତି ନାୟକ ଓ କଂଗ୍ରେସ ନେତା ସୁଧୀରଞ୍ଜନ ମହାପାତ୍ର ଏହି ମାମଲାରେ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଉଭୟଙ୍କୁ ୪ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା।

ଏହି ମାମଲାରେ କ୍ରାଇମବ୍ରାଞ୍ଚ ମୋଟ ୯ ଜଣଙ୍କୁ ନୋଟିସ୍ ଜାରି କରିଥିଲା।

ଏତଲା ଓ ସୁଇସାଇଡ୍‌ ନୋଟ୍‌ରେ ଥିବା ନାଁ ଆଧାରରେ କ୍ରାଇମବ୍ରାଞ୍ଚ ଏମାନଙ୍କ ନିକଟକୁ ନୋଟିସ୍ ପଠାଇଥିଲା ବୋଲି ଜଣାପଡ଼ିଛି।

ଗତ ଅଗଷ୍ଟ ୨୧ ତାରିଖରେ ପାରଳା ପ୍ୟାଲେସ୍‌ ମ୍ୟାନେଜର ଅନଙ୍ଗ ମଞ୍ଜରୀଙ୍କ ସହ ୪ ଜଣ ଆତ୍ମହତ୍ୟା କରିଥିଲେ।

Related story