୨ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ

ବୌଦ୍ଧ (ଓଡ଼ିଶା ରିପୋର୍ଟର): ଗାଁକୁ ଯିବା ପାଇଁ ରାସ୍ତା ନାହିଁ। ସେଥିପାଇଁ ଅଧା ରାସ୍ତାରେ ଅଟକିଲା ଆମ୍ୱୁଲାନ୍ସ। ଫଳରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ଖଟିଆରେ ୨ କିଲୋମିଟର ବୋହିବାକୁ ପଡ଼ିଲା। ଏପରି ଏକ ଦୁର୍ଗମ ଗାଁର ଚିତ୍ର ସମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲାରୁ। କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ମଲିକୁଦ ଗାଁର ୭୦ ବର୍ଷୀୟା ପଞ୍ଚୁ ଭୋଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ମେଡ଼ିକାଲ ନେବା ପାଇଁ ଆମ୍ୱୁଲାନ୍ସକୁ ଫୋନ କରିଥିଲେ। ମାତ୍ର ଗାଁକୁ […]

Rakesh Mallick
  • Published: Saturday, 07 October 2017
  • , Updated: 07 October 2017, 06:41 PM IST

ବୌଦ୍ଧ (ଓଡ଼ିଶା ରିପୋର୍ଟର): ଗାଁକୁ ଯିବା ପାଇଁ ରାସ୍ତା ନାହିଁ। ସେଥିପାଇଁ ଅଧା ରାସ୍ତାରେ ଅଟକିଲା ଆମ୍ୱୁଲାନ୍ସ। ଫଳରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ଖଟିଆରେ ୨ କିଲୋମିଟର ବୋହିବାକୁ ପଡ଼ିଲା। ଏପରି ଏକ ଦୁର୍ଗମ ଗାଁର ଚିତ୍ର ସମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲାରୁ।

କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ମଲିକୁଦ ଗାଁର ୭୦ ବର୍ଷୀୟା ପଞ୍ଚୁ ଭୋଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ମେଡ଼ିକାଲ ନେବା ପାଇଁ ଆମ୍ୱୁଲାନ୍ସକୁ ଫୋନ କରିଥିଲେ। ମାତ୍ର ଗାଁକୁ ରାସ୍ତା ନଥିବାରୁ ଅଧା ବାଟରେ ଆମ୍ୱୁଲାନ୍ସ ଅଟକିଲା। ପରିବାର ଲୋକେ ଉପାୟଶୂନ୍ୟ ହୋଇ ପଞ୍ଚୁଙ୍କୁ ଖଟିଆରେ ୨ କିମି ବୋହି ନେଇଥିଲେ। ପରେ ତାଙ୍କୁ ଆମ୍ୱୁଲାନ୍ସରେ ନିଆଯାଇ କଣ୍ଟାମାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଆମ୍ୱୁଲାନ୍ସ ଚାଳକ କହିଛନ୍ତି-“ଫୋନ୍‌ ପାଇଁ ଗାଁକୁ ଯିବାକୁ ଚେଷ୍ଟା କରିଥିଲୁ। ମାତ୍ର ରାସ୍ତା ନଥିବାରୁ ଯିବା ସମ୍ଭବ ହୋଇନଥିଲା। ଯାହାଫଳରେ ଅଧା ରାସ୍ତାରେ ଆମ୍ୱୁଲାନ୍ସକୁ ରଖିବାକୁ ପଡ଼ିଲା।”

କଣ୍ଟାମାଳ ବିଡ଼ିଓ ବିଜୟ କୁମାର ନାୟକ କହିଛନ୍ତି-“କିଛି ଦିନ ହେବ ପ୍ରବଳ ବର୍ଷା ହେଉଛି। ଯେଉଁଥିପାଇଁ ରାସ୍ତା ଖରାପ ହୋଇଛି। ସେଥିପାଇଁ ଆମ୍ୱୁଲାନ୍ସ ଯାଇପାରିଲା ନାହିଁ। ଅନ୍ୟପକ୍ଷରେ ଉକ୍ତ ରାସ୍ତାଟି ଜଙ୍ଗଲ ବିଭାଗ ଅଧୀନରେ ଯାଉଛି। ଏଥିପାଇଁ ଜଙ୍ଗଲ ବିଭାଗ ଅନୁମତି ଦେଲେ ରାସ୍ତା ନିର୍ମାଣ ଆରମ୍ଭ କରାଯିବ।”

Related story