ଚୀନ୍‌ବାସୀଙ୍କ ଅଦ୍ଭୁତ ବିଶ୍ୱାସ୍‌: ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବିଶ୍ୱରେ ଚିନ୍‌ ଏକ ଶକ୍ତିଶାଳୀ ଦେଶ ଭାବେ ଜଣାଶୁଣା। କୌଣସି ଶତ୍ରୁପକ୍ଷ ଚୀନ୍‌ରେ ପଶିବା ଅସମ୍ଭବ। କେବଳ ଶକ୍ତିରେ ନୁହେଁ ସଂସ୍କୃତିରେ ମଧ୍ୟ ଚୀନ୍ ବହୁତ ସମୃଦ୍ଧ। ଚୀନ୍‌ର ସଂସ୍କୃତି ବିଷୟରେ ଜାଣିବାକୁ ପ୍ରାୟତଃ ସମସ୍ତେ ଚାହିଁଥାନ୍ତି। ଚୀନ୍‌ ସଂସ୍କୃତିକୁ ନେଇ ଏମିତି କିଛି କଥା ଅଛି, ଯାହା ବହୁତ କମ ଲୋକ ଜାଣିଥିବେ। ଆସନ୍ତୁ ଜାଣିବା ଚୀନ୍‌ ସମ୍ପର୍କରେ ଏମିତି କିଛି ଅଜଣା କଥା। ୧. ଚୀନ୍‌ର ଲୋକଙ୍କୁ ଯେକୌଣସି ସମୟରେ ଶୋଇବାକୁ ଅନୁମତି ମିଳେଥାଏ। […]

china

Rakesh Mallick
  • Published: Saturday, 24 March 2018
  • , Updated: 24 March 2018, 09:19 PM IST

ବିଶ୍ୱରେ ଚିନ୍‌ ଏକ ଶକ୍ତିଶାଳୀ ଦେଶ ଭାବେ ଜଣାଶୁଣା। କୌଣସି ଶତ୍ରୁପକ୍ଷ ଚୀନ୍‌ରେ ପଶିବା ଅସମ୍ଭବ। କେବଳ ଶକ୍ତିରେ ନୁହେଁ ସଂସ୍କୃତିରେ ମଧ୍ୟ ଚୀନ୍ ବହୁତ ସମୃଦ୍ଧ। ଚୀନ୍‌ର ସଂସ୍କୃତି ବିଷୟରେ ଜାଣିବାକୁ ପ୍ରାୟତଃ ସମସ୍ତେ ଚାହିଁଥାନ୍ତି। ଚୀନ୍‌ ସଂସ୍କୃତିକୁ ନେଇ ଏମିତି କିଛି କଥା ଅଛି, ଯାହା ବହୁତ କମ ଲୋକ ଜାଣିଥିବେ। ଆସନ୍ତୁ ଜାଣିବା ଚୀନ୍‌ ସମ୍ପର୍କରେ ଏମିତି କିଛି ଅଜଣା କଥା।

୧. ଚୀନ୍‌ର ଲୋକଙ୍କୁ ଯେକୌଣସି ସମୟରେ ଶୋଇବାକୁ ଅନୁମତି ମିଳେଥାଏ। ଏପରିକି ସେମାନେ ଯେଉଁଠି ଚାହିଁବେ ସେଠି ଶୋଇ ପାରିବେ। ଚୀନ୍‌ର ସ୍କୁଲ୍‌ରେ ପିଲାମାନଙ୍କୁ ଶୋଇବା ପାଇଁ ଅଧ ଘଣ୍ଟାଏ ଅଲଗା ଟାମ୍‌ ଦିଆଯାଇଥାଏ। ଶୋଇବାର ଏହି ପ୍ରକ୍ରିୟା ଯେକୌଣସି ସ୍ଥାନରେ କରିପାରିବେ। ଅଫିସ୍‌ ହେଉ କି ରେଲୱେ ଷ୍ଟେସନ ଯେଉଁଠି ଚାହିଁବେ ଶୋଇପାରିବେ।

୨. ଚୀନ୍‌ର ଅଧିକାଂଶ ଲୋକ ନିଜ ପିଲାର ନାଁ ଅଲମ୍ପିକ ପରି ଭଳି ଖେଳ ଅନୁସାରେ ରଖିଥାନ୍ତି। ଚୀନ୍‌ବାସୀଙ୍କ ଏହି ଭାବନା ରହିଛି, ଏପରି ନାଁ ଦେଲେ ପିଲାଙ୍କ ଭବିଷ୍ୟତ ଉପରେ ଭଲ ପ୍ରଭାବ ପଡ଼ିଥାଏ। ଅଲମ୍ପିକ୍‌ରେ ଚୀନ୍‌ ବହୁତ ଦମଦାର ପ୍ରଦର୍ଶନ କରିଥାଏ। ଏହି କାରଣରୁ ଅଲମ୍ପିକ୍‌ ଅନୁସାରେ ପିଲାଙ୍କ ନାଁ ରଖିବାକୁ ସେମାନେ ଭଲ ପାଇଥାନ୍ତି।

୩. ସନ୍ଧ୍ୟା ୭ଟାରେ ଅଧିକାଂଶ ଚୀନ୍‌ବାସୀ ଗୋଟିଏ ଚ୍ୟାନେଲ ଦେଖିଥାନ୍ତି। ଏହା ସେମାନଙ୍କ ଫେବରାଇଟ୍‌ ଚ୍ୟାନେଲ୍‌। ଚୀନ୍‌ରେ ଏଣ୍ଟରଟେନ୍‌ମେଣ୍ଟ ପାଇଁ ବହୁତ କମ ଚ୍ୟାନେଲ ରହିଛି। ଏଥିପାଇଁ ସନ୍ଧ୍ୟା ୭ଟାରେ ସମସ୍ତେ ଗୋଟିଏ ଚ୍ୟାନେଲ ଦେଖିଥାନ୍ତି।

୪. ଚୀନ୍‌ର ସବୁ ଲୋକ ଏକା ସାଙ୍ଗରେ ଛୁଟି ମନେଇବାକୁ ଯାଇଥାନ୍ତି। ଚାଇନିଜ୍‌ ନ୍ୟୁ ଇୟର ସମୟରେ ପ୍ରାୟ ୪୦ ଦିନର ଛୁଟି ମିଳିଥାଏ। ଏହି ସମୟରେ ୩.୭ ମିଲିୟନ ଲୋକ କୌଣସି ନା କୌଣସି ସ୍ଥାନକୁ ବୁଲିବାକୁ ଯାଇଥାନ୍ତି।

୫. ଚୀନ୍‌ରେ ଟ୍ରାଫିକ୍‌ ଜାମରେ ଫସିଗଲେ, ଯେକୌଣସି ବାଇକ୍‌ ବାଲାକୁ ଡାକି ତା ସହ ନିଜ ଗନ୍ତବ୍ୟ ସ୍ଥାନକୁ ଯାଇପାରିବେ। କାହାକୁ ବି ହାୟର କରି କାରରେ ବସାଇ ଦେଇ ପଳେଇବେ। ଟ୍ରାଫିକ୍‌ କ୍ଲିୟର ହେବା ପରେ ଉକ୍ତ ବ୍ୟକ୍ତି ଉଚିତ୍‌ ଠିକଣାରେ କାରକୁ ପହଞ୍ଚାଇ ଦେଇଥାଏ।

୬. କେବଳ ମଜା ଉଠାବା ପାଇଁ ଚୀନ୍‌ରେ ମଦ ପିଆଯାଇ ନଥାଏ। ଯଦି ବୋସ୍‌ (ଉପରିସ୍ଥ ଅଧିକାରୀ) ମଦ ଅଫର କଲେ ତେବେ ପିଇବାକୁ ପଡ଼ିଥାଏ। ଚୀନ୍‌ର ଅଧିକାଂଶ ଅଫିସ୍‌ରେ ଉପରିସ୍ଥ ଅଧିକାରୀ ଦଣ୍ଡବିଧାନରେ ମଦ ପିଇବାକୁ କହିଥାନ୍ତି।

Related story