ଏମିତି ଜାଗା ଯେଉଁଠି ମୃତ୍ୟୁ ମନା

କୁହାଯାଏ, ମୃତ୍ୟୁକୁ କେହି ରୋକି ରଖିପାରିବ ନାହିଁ। ବିଶ୍ୱର ଏମିତି ସହର ଯେଉଁଠି ମରିବା ମନା। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ। କିନ୍ତୁ ନରୱେ ଦେଶର ଲଙ୍ଗାୱେରବନ  ଏପରି ଏକ ସୁନ୍ଦର ସହର ଯେଉଁଠି ମରିବା ମନା। ନରୱେର ଉତ୍ତର-ପୂର୍ବ ଅଞ୍ଚଳରେ ଏହି  ସହର ଅବସ୍ଥିତ। ଶୀତ ଦିନେ ଏହାର ତାପମାତ୍ରା ଏତେ କମିଯାଏ ଯେ ମଣିଷ ଶରୀରର ରକ୍ତ ଜମାଟ ବାନ୍ଧିଯାଏ। ଏଥିପାଇଁ ପ୍ରଶାସନ ଏଠାରେ ମରିବାକୁ ଅନୁମତି ଦିଏ ନାହିଁ। ଯେଉଁଥିପାଇଁ ୭୦ […]

1 (1)

Rakesh Mallick
  • Published: Sunday, 13 May 2018
  • , Updated: 13 May 2018, 02:42 PM IST

କୁହାଯାଏ, ମୃତ୍ୟୁକୁ କେହି ରୋକି ରଖିପାରିବ ନାହିଁ। ବିଶ୍ୱର ଏମିତି ସହର ଯେଉଁଠି ମରିବା ମନା। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ। କିନ୍ତୁ ନରୱେ ଦେଶର ଲଙ୍ଗାୱେରବନ  ଏପରି ଏକ ସୁନ୍ଦର ସହର ଯେଉଁଠି ମରିବା ମନା। ନରୱେର ଉତ୍ତର-ପୂର୍ବ ଅଞ୍ଚଳରେ ଏହି  ସହର ଅବସ୍ଥିତ।

ଶୀତ ଦିନେ ଏହାର ତାପମାତ୍ରା ଏତେ କମିଯାଏ ଯେ ମଣିଷ ଶରୀରର ରକ୍ତ ଜମାଟ ବାନ୍ଧିଯାଏ। ଏଥିପାଇଁ ପ୍ରଶାସନ ଏଠାରେ ମରିବାକୁ ଅନୁମତି ଦିଏ ନାହିଁ। ଯେଉଁଥିପାଇଁ ୭୦ ବର୍ଷ ହେବ ଏହି ସହରରେ କେହି ବି ମରିନାହାନ୍ତି।

ମନରେ ଆପଣଙ୍କ ପ୍ରଶ୍ନ ଆସୁଥିବ ଏହା କିପରି ସମ୍ଭବ। ଅସଲ କଥାଟି ହେଉଛି ଏହି ସହରର ତାପମାତ୍ରା ଖୁବ୍ କମ୍‌ ଥିବାରୁ ମୃତଦେହ ବହୁତ ବର୍ଷ ରହିପାରେ। ଅଧିକ ଥଣ୍ଡା କାରଣରୁ ମୃତଦେହର କୌଣସି କ୍ଷତି ହୁଏ ନାହିଁ ବା ସେଥିରୁ ଦୁର୍ଗନ୍ଧ ବାହାରେ ନାହିଁ।

ମିଡିଆ ରିପୋର୍ଟ ଅନୁସାରେ ୧୯୧୭ରେ ଇନ୍‌ଫ୍ଲ୍ୟୁଏନ୍‌ଜା କାରଣରୁ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିଲା। ମରିବା ପରେ ବ୍ୟକ୍ତି ଶରୀରରୁ ଇନ୍‌ଫ୍ଲୁଏଜା ଭାଇରସ୍ ସ୍ଥାନୀୟ ଅଞ୍ଚଳରେ ରୋଗ ସୃଷ୍ଟି କଲା। ଏହି କାରଣରୁ ସ୍ଥାନୀୟ ପ୍ରଶାସନ ମୃତ୍ୟୁ ଉପନୀତ ବ୍ୟକ୍ତି ଉପରେ ରୋକ ଲଗାଇଛନ୍ତି।

ଉପରେ ରୋକ୍‌ ଲଗାଇଦେଲା। ଏଠାରେ ଯଦି କୌଣସି ଲୋକଙ୍କୁ ଭୟଙ୍କର ରୋଗ ହୁଏ ଅବା ଜରୁରୀ ପରିସ୍ଥିତି ଉପୁଜେ, ତେବେ ସେଠାକାର ପ୍ରଶାସନ ହେଲିକପ୍ଟର ଯୋଗେ ତାଙ୍କୁ ନରୱେର ଅନ୍ୟ ସ୍ଥାନଙ୍କୁ ନେଇଯାଆନ୍ତି। ବ୍ୟକ୍ତିର ମୃତ୍ୟ ହେଲେ ସେହିଠାରେ ହିଁ ଅନ୍ତିମ ସଂସ୍କାର କରାଯାଇଥାଏ।

Related story