ନୂଆପଡ଼ାରେ ପ୍ଲାଷ୍ଟିକ୍ ଚାଉଳ ଆତଙ୍କ; ଭାତକୁ ଗୁଳା କରି ତଳେ ପକାଇଲେ ବଲ୍ ଭଳି ଉପରକୁ ଡେଉଁଛି

Ordigital Desk
  • Published: Thursday, 08 June 2017
  • , Updated: 08 June 2017, 02:22 PM IST
<p>ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପ୍ଲାଷ୍ଟିକ ଚାଉଳ ଭୟ।&nbsp; ବସ୍ତାରେ ପ୍ୟାକିଂ ହୋଇ ବଜାରରେ ବିକ୍ରି ହେଉଛି ପ୍ଲାଷ୍ଟିକ ଚାଉଳ।&nbsp; ତରବୋଡ଼ ଗାଁର ଲବ ଜଗତ ନାମକ ଜଣେ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ୨ ବସ୍ତା ଚାଉଳ ଘରକୁ ଆଣିଥିଲେ।&nbsp; ତେବେ ସେହି ଚାଉଳରେ ଭାତ ରାନ୍ଧି ଖାଇବା ପରେ ତାହା ହଜମ ହୋଇ ନ ଥିବା ଓ ପିଲାଙ୍କୁ ଝାଡ଼ାବାନ୍ତି ହୋଇଥିବା ସେ ଅଭିଯୋଗ କରିଛନ୍ତି।</p> <p>[vc_video link=&quot; &quot; align=&quot;center&quot;]</p> <p>ଏହି ଭାତକୁ ଗୁଳା କରି ତଳେ କଚାଡ଼ିବାରୁ ତାହା ରବର୍ ବଲ୍ ଭଳି ଡେଉଁଥିବା ଦେଖିବାକୁ ମିଳିଛି।&nbsp; ତେଣୁ ଏହାକୁ ପ୍ଲାଷ୍ଟିକ ଚାଉଳ ବୋଲି ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକ।&nbsp; ସେମାନେ ଏହି ଘଟଣାର ତଦନ୍ତ ଦାବି କରିଥିବା ବେଳେ ବ୍ଲକ୍ ଯୋଗାଣ ଅଧିକାରୀ କହିଛନ୍ତି ଯେ ସେ ଏସମ୍ପର୍କରେ ଅଭିଯୋଗ ପାଇଛନ୍ତି ଏବଂ ଏହା ପ୍ରକୃତ ଚାଉଳ ନା ପ୍ଲାଷ୍ଟିକ ଚାଉଳ ତାହା ପରୀକ୍ଷା ପରେ ଜଣାପଡ଼ିବ।</p>

Related story