ପୋଲାଭରମକୁ ଜାତୀୟ ପ୍ରକଳ୍ପ ମାନ୍ୟତା ପ୍ରସଙ୍ଗ ନେଇ ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର: କେନ୍ଦ୍ର ଜଳସମ୍ପଦ ବିଭାଗ ସବୁ ଗାଇଡଲାଇନକୁ ଅଣଦେଖା କରି ପୋଲଭରମକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦିଆଯାଇଥିବା ନେଇ ‘ଓଟିଭି’ରେ ଖବର ପ୍ରସାରଣ ପରେ ରାଜ୍ୟରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ ବିଭାଜନ ସର୍ତ୍ତ ଅନୁସାରେ ସେହି ସମୟରେ କେନ୍ଦ୍ରରେ ଶାସନାଧୀନ ଥିବା ୟୁପିଏ ସରକାର ପୋଲାଭରମକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେଇଥିବା ବିଜେପି ଅଭିଯୋଗ କରିଛି। ଏନ୍‌ଡିଏ ସରକାର ସବୁ ଆଇନକୁ ଉଲ୍ଲଙ୍ଘନ କରି ଅର୍ଥ ମଞ୍ଜୁର କରିଥିବା ଯୁକ୍ତି କରିଛି କଂଗ୍ରେସ। […]

polavaram

Rakesh Mallick
  • Published: Thursday, 22 September 2016
  • , Updated: 22 September 2016, 09:25 PM IST

ଭୁବନେଶ୍ୱର: କେନ୍ଦ୍ର ଜଳସମ୍ପଦ ବିଭାଗ ସବୁ ଗାଇଡଲାଇନକୁ ଅଣଦେଖା କରି ପୋଲଭରମକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦିଆଯାଇଥିବା ନେଇ ‘ଓଟିଭି’ରେ ଖବର ପ୍ରସାରଣ ପରେ ରାଜ୍ୟରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ ବିଭାଜନ ସର୍ତ୍ତ ଅନୁସାରେ ସେହି ସମୟରେ କେନ୍ଦ୍ରରେ ଶାସନାଧୀନ ଥିବା ୟୁପିଏ ସରକାର ପୋଲାଭରମକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେଇଥିବା ବିଜେପି ଅଭିଯୋଗ କରିଛି। ଏନ୍‌ଡିଏ ସରକାର ସବୁ ଆଇନକୁ ଉଲ୍ଲଙ୍ଘନ କରି ଅର୍ଥ ମଞ୍ଜୁର କରିଥିବା ଯୁକ୍ତି କରିଛି କଂଗ୍ରେସ। ଏହି ପ୍ରସଙ୍ଗ ନେଇ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି କହିଛି ବିଜେଡି।

ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି,“ପୋଲାଭରମ ନେଇ ୟୁପିଏ ସରକାର ବେଳେ ହୋଇଥିବା ଚୁକ୍ତିକୁ ଏନ୍‌ଡିଏ ସରକାର କେବଳ ଅନୁସରଣ କରୁଛନ୍ତି। ୟୁପିଏ ସରକାର ବେଳେ ପୋଲାଭରମ ନେଇ ଯେଉଁ ସର୍ତ୍ତାବଳୀ ରହିଛି ତାହାକୁ ଅନୁସରଣ କରାଯାଇ ନାହିଁ ତାହାକୁ ଅନୁସରଣ କରାଯିବା ଉଚିତ।”

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି,“ପୋଲାଭରମ ପ୍ରକଳ୍ପରେ ୟୁପିଏ ସରକାର ସର୍ତ୍ତ କରିଥିଲେ ଓଡ଼ିଶାର କୌଣସି କ୍ଷତି ହେବ ନାହିଁ। ଓଡ଼ିଶାର ସ୍ୱାର୍ଥ କୌଣସି ପରିସ୍ଥିତିରେ କ୍ଷତି ହେବାକୁ ଦିଆଯିବ ନାହିଁ। ଏନ୍‌ଡିଏ ସରକାର ମନଇଚ୍ଛା ସବୁ ଆଇନ କାନୁନକୁ ପଛରେ ପକାଇ ଏହି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି।”

ପରିବହନ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି,“ପୋଲାଭରମ ପ୍ରକଳ୍ପ ମାଧ୍ୟମରେ ହଜାର ହଜାର ଆଦିବାସୀ ପରିବାରଙ୍କ ଜୀବନ ଜୀବିକା ବିପର୍ଣ୍ଣ ହେବ। ଏକର ଏକର ଜଙ୍ଗଲ ଜମି ଓ ଚାଷ ଜମି ବୁଡି ଯିବାର ସମ୍ଭାବନା ରହିଛି। ଏନେଇ ୟୁପିଏ ଓ ଏନ୍‌ଡିଏ ସରକାର ଧ୍ୟାନ ଦେଉନାହାନ୍ତି। ଅତୀତରେ ୟୁପିଏ ସରକାର ଯେପରି ପାତର ଅନ୍ତର କରୁଥିଲା ଏବେ ଏନ୍‌ଡିଏ ସରକାର ସେପରି କରୁଛି।”

କୌଣସି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେବା ଓ ଏଥିପାଇଁ ଅର୍ଥ ମଞ୍ଜୁର ପୂର୍ବରୁ ଆକ୍ସିଲିରେଟେଡ୍‌ ଇରିଗେସନ ବେନିଫିଟ ପ୍ରୋଗ୍ରାମ (ଏଆଇବିପି) ଅନୁଯାୟୀ ପ୍ଲାନିଂ କମିଶନରୁ ଇନ୍‌ଭେଷ୍ଟମେଣ୍ଟ କ୍ଲିୟରାନ୍ସ ଅଣାଯିବା କଥା। ହେଲେ ପୋଲାଭରମ କ୍ଷେତ୍ରରେ ଏହି କ୍ଲିୟରାନ୍ସ ଅଣାଯାଇନାହିଁ। ସେହିପରି କୌଣସି ରାଜ୍ୟ ସରକାରଙ୍କଠାରୁ ଜାତୀୟ ପ୍ରକଳ୍ପସ୍ଥଳ ପରିଦର୍ଶନ କରିବା ଆବଶ୍ୟକ ରହିଥିବାବେଳେ ମଧ୍ୟ ଏପରି କିଛି କରାଯାଇନାହିଁ। ଏଥି ସହ ପ୍ରକଳ୍ପର ସ୍ଥିତି ଓ ଏହାଦ୍ୱାରା ହେବାକୁ ଯାଉଥିବା କ୍ଷୟକ୍ଷତି ଓ ନିର୍ଦ୍ଧିଷ୍ଟ ସମୟରେ ପ୍ରକଳ୍ପ ସରିବ କି ନାହିଁ ସେନେଇ ମଧ୍ୟ ଟିମ ଅନୁଧ୍ୟାନ କରିବା ଦରକାର। ତେବେ ପୋଲାଭରମ କ୍ଷେତ୍ରରେ କେନ୍ଦ୍ର ଜଳସମ୍ପଦ ବିଭାଗର ଟିମ ପ୍ରକଳ୍ପ ସ୍ଥଳକୁ ଯାଇ ଅନୁଧ୍ୟାନ କରି ନ ଥିବା ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ମାଗିଥିବା ତଥ୍ୟରୁ ଜଣାପଡିଛି।

Related story