ପୋଲାଭରମ୍‌ ପ୍ରସଙ୍ଗ: ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ବିଜେଡିର ହରତାଳ

ଭୁବନେଶ୍ୱର: ପୋଲାଭରମ୍‌ ପ୍ରକଳ୍ପକୁ ଜାତୀୟ ମାନ୍ୟତା ବିରୋଧରେ ଆଜି ବିଜେଡି ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ହରତାଳ କରୁଛି। ସେହି ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ କନ୍ଧମାଳ। ଏହି ଜିଲ୍ଲା ଗୁଡ଼ିକରେ ଦୋକାନ ବଜାର ଓ ଗାଡି ଚଳାଳଚଳ ବନ୍ଦ ରହିଛି। ଏହାସହିତ ପରୀକ୍ଷା ଚଲିଥିବା ସ୍କୁଲ୍‌ ଓ କଲେଜ ଗୁଡ଼ିକକୁ ହରାତାଳରୁ ବାଦ୍‌ ଦିଆଯାଇଛି। ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ବିଜେଡି କରୁଥିବା […]

phulbani

Rakesh Mallick
  • Published: Saturday, 01 October 2016
  • , Updated: 01 October 2016, 12:06 PM IST

ଭୁବନେଶ୍ୱର: ପୋଲାଭରମ୍‌ ପ୍ରକଳ୍ପକୁ ଜାତୀୟ ମାନ୍ୟତା ବିରୋଧରେ ଆଜି ବିଜେଡି ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ହରତାଳ କରୁଛି। ସେହି ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ କନ୍ଧମାଳ। ଏହି ଜିଲ୍ଲା ଗୁଡ଼ିକରେ ଦୋକାନ ବଜାର ଓ ଗାଡି ଚଳାଳଚଳ ବନ୍ଦ ରହିଛି। ଏହାସହିତ ପରୀକ୍ଷା ଚଲିଥିବା ସ୍କୁଲ୍‌ ଓ କଲେଜ ଗୁଡ଼ିକକୁ ହରାତାଳରୁ ବାଦ୍‌ ଦିଆଯାଇଛି।

ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ବିଜେଡି କରୁଥିବା ହରତାଳ ପ୍ରଭାବ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ମାଲକାନଗିରି ସହରର ସମସ୍ତ ଛକରେ ବିଜେଡି କର୍ମୀମାନେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାତାୟତ ଠପ୍‌ ହୋଇଯାଇଛି। ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ସହ ସ୍କୁଲ ଓ କଲେଜ ମଧ୍ୟ ବନ୍ଦ ରହିଛି।

କେବଳ ସଦର ମହକୁମା ନୁହେଁ ଜିଲ୍ଲାର ସମସ୍ତ ଅଞ୍ଚଳରେ ଏହି ବନ୍ଦର ପ୍ରଭାବ ପଡିଛି। ପୋଲାଭରମ୍‌ ପ୍ରକଳ୍ପ ବନ୍ଦ ନ ହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସ୍ଥାନୀୟ ବିଜେଡି ନେତାମାନେ କହିଛନ୍ତି।

ପୋଲାଭରମ୍‌କୁ ନେଇ ବିଜେଡିର ହରତାଳର ପ୍ରଭାବ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି। ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନେତୃତ୍ୱରେ  ଦଳର ନେତା ଓ କର୍ମୀମାନେ ଏକାଠି ହୋଇ  ସହରର ମୁଖ୍ୟ ରାସ୍ତା ଅବରୋଧ କରିବା ସହ ପିକେଟିଂ କରି ହରତାଳ କରୁଛନ୍ତି। ଫଳରେ ସହରରେ ଗାଡ଼ି ଚଳାଚଳ ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।

ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରମୁଖ ସହର ଜୟପୁରରେ ମଧ୍ୟ ବିଜେଡିର ହରତାଳର ପ୍ରଭାବ ପଡ଼ିଛି। ବିଜେଡି ନେତା ଓ କର୍ମୀମାନେ ସକାଳୁ ସକାଳୁ ହରତାଳ ଆରମ୍ଭ କରିଛନ୍ତି। ସହରକୁ ଗାଡ଼ି ଚଳାଚଳ ଓ ଦୋକାନ ବଜାର ସବୁ ବନ୍ଦ ରହିଛି।

ନବରଙ୍ଗପୁର ଜିଲ୍ଲାର ବିଜେଡି କର୍ମୀ ଓ ନେତାମାନେ ସକାଳୁ ସକାଳୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନବରଙ୍ଗପୁର ବିଧାୟକ ମନୋହର ରାନ୍ଧାରୀଙ୍କ ନେତୃତ୍ୱରେ ସହରର ନୂଆ ବନ୍ଧ ସାହି ଛକରେ ପ୍ରତିବାଦ କରାଯାଉଛି।

ପୋଲାଭରମ୍‌ ପ୍ରକଳ୍ପ ବିରୋଧରେ ବିଜେଡିର ହରତାଳର ପ୍ରଭାବ ଫୁଲବାଣୀରେ ଦେଖିବାକୁ ମିଳିଛି। ଦଳର କର୍ମୀମାନେ ପୋଷ୍ଟର ଧରି ସ୍ଲୋଗାନ୍ ଦେବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ହରତାଳ ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି ଓ ବସ୍‌ଷ୍ଟାଣ୍ଡରେ ଯାତ୍ରୀବାହୀ ବସ୍‌ ସବୁ ଅଟକି ରହିଛି।

ଏହି ୭ଟି ଜିଲ୍ଲାରେ ହରତାଳକୁ ସୁପରିଚାଳନା କରିବା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ପର୍ଯ୍ୟବେକ୍ଷକ ଓ ସହ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ ଦ୍ୱାରା ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାର କିଛି ଅଞ୍ଚଳରେ ସ୍ଥାନୀୟ ଲୋକ ଓ ଆଦିବାସୀ ବାସଚ୍ୟୁତ ହେବେ ବୋଲି ଦଳ ଅଭିଯୋଗ କରିଛି। ଏହା କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ ଓଡ଼ିଶା ବିରୋଧୀ ମନୋଭାବ ବୋଲି ପୂର୍ବରୁ ଦଳ ଅଭିଯୋଗ କରି ଆସୁଛି। ଏଥିସହ ନିୟମର ଉଲ୍ଲଂଘନ ହେଉଥିବାରୁ ମିଳିଥିବା ପରିବେଶ ମଞ୍ଜୁରୀ ରଦ୍ଦ କରାଯାଉ ବୋଲି ଦାବି ହୋଇଛି।

Related story