ଦିନକ ପାଇଁ ପୋଲିସ ଇନ୍ସପେକ୍ଟର ହେଲେ ୭ବର୍ଷର ପୁଅ ଅର୍ପିତ

ମୁମ୍ୱାଇ: ପୁଣି ଥରେ ଜଣେ ୭ ବର୍ଷର କ୍ୟାନସର ରୋଗୀକୁ ଗୋଟିଏ ଦିନ ପାଇଁ ପୋଲିସ ଇନ୍ସପେକ୍ଟର କରି ପ୍ରଶଂସା ସାଉଁଟିଛି ମୁମ୍ୱାଇ ପୋଲିସ। ତାଙ୍କ ନାଁ ଅର୍ପିତ ମଣ୍ଡଳ। ସେ ପୋଲିସ ଇନ୍ସପେକ୍ଟର ହେବାକୁ ଚାହୁଁଥିଲେ। ଅର୍ପିତଙ୍କ ସମ୍ପର୍କରେ ମୁମ୍ୱାଇ ପୋଲିସ ଜାଣିବା ପରେ  ତାଙ୍କ ଇଚ୍ଛା ପୂରଣ କରିବା ପାଇଁ  ଚାହିଁଥିଲେ। ଏହାପରେ ଇଣ୍ଡିଆ ଫାଉଣ୍ଡେସନ ସହାୟତାରେ ତାଙ୍କ ଇଚ୍ଛା ପୂରଣ କରାଯାଇଛି। ନିକଟରେ ଅର୍ପିତଙ୍କୁ  ଗୋଟିଏ ଦିନ ପାଇଁ ମୁଲୁଣ୍ଡ ପୋଲିସ ଷ୍ଟେସନର […]

mumbai

Rakesh Mallick
  • Published: Saturday, 24 March 2018
  • , Updated: 24 March 2018, 12:19 PM IST

ମୁମ୍ୱାଇ: ପୁଣି ଥରେ ଜଣେ ୭ ବର୍ଷର କ୍ୟାନସର ରୋଗୀକୁ ଗୋଟିଏ ଦିନ ପାଇଁ ପୋଲିସ ଇନ୍ସପେକ୍ଟର କରି ପ୍ରଶଂସା ସାଉଁଟିଛି ମୁମ୍ୱାଇ ପୋଲିସ। ତାଙ୍କ ନାଁ ଅର୍ପିତ ମଣ୍ଡଳ। ସେ ପୋଲିସ ଇନ୍ସପେକ୍ଟର ହେବାକୁ ଚାହୁଁଥିଲେ। ଅର୍ପିତଙ୍କ ସମ୍ପର୍କରେ ମୁମ୍ୱାଇ ପୋଲିସ ଜାଣିବା ପରେ  ତାଙ୍କ ଇଚ୍ଛା ପୂରଣ କରିବା ପାଇଁ  ଚାହିଁଥିଲେ। ଏହାପରେ ଇଣ୍ଡିଆ ଫାଉଣ୍ଡେସନ ସହାୟତାରେ ତାଙ୍କ ଇଚ୍ଛା ପୂରଣ କରାଯାଇଛି। ନିକଟରେ ଅର୍ପିତଙ୍କୁ  ଗୋଟିଏ ଦିନ ପାଇଁ ମୁଲୁଣ୍ଡ ପୋଲିସ ଷ୍ଟେସନର ଇନ୍ସପେକ୍ଟର  କରାଯାଇଥିଲା।

ମୁମ୍ୱାଇ ପୋଲିସ ଟ୍ୱିଟ୍‌ କରିଥିବା ଫଟୋରେ ଦେଖିବାକୁ ମିଳିଛି ଯେ ଅର୍ପିତ ପୋଲିସ ପୋଷାକ ପିନ୍ଧି ଥାନାରେ କେକ୍‌ କାଟିବା ସହ ତାଙ୍କୁ ଇନ୍ସପେକ୍ଟର ଚୌକିରେ ବସାଯାଇଥିଲା।

ସୂଚନାଯୋଗ୍ୟ, ୨୦୧୫ ମସିହାରେ ମୁମ୍ୱାଇ ପୋଲିସ ମହକ ସିଂ ନାମକ ୭ ବର୍ଷର କ୍ୟାନସର ରୋଗୀକୁ ଗୋଟିଏ ଦିନ ପାଇଁ ପୋଲିସ ଇନ୍ସପେକ୍ଟର କରିଥିଲା।  ମହକ ପୋଲିସ ଇନ୍ସପେକ୍ଟର ହେବାକୁ ଚାହୁଁଥିବା ତାଙ୍କ ଚିକିତ୍ସା କରୁଥିବା ଡାକ୍ତର ଜାଣିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଓ ମୁମ୍ୱାଇ ପୋଲିସ ସହଯୋଗରେ ସେ ଥାନାର ଇନ୍ସପେକ୍ଟର ବନି ଯାଇଥିଲେ।

ମହକଙ୍କୁ ଚିକିତ୍ସା କରୁଥିବା ଟାଟା ହସ୍ପିଟାଲର ଡାକ୍ତର ଚିନ୍ନା ସ୍ୱାମୀ କହିଥିଲେ,“ ମହକ ବୋନ୍‌ କ୍ୟାନସର୍‌ରେ ପୀଡ଼ିତ। ସେ ପୋଲିସ ଇନସ୍‌ପେକ୍ଟର ହେବାକୁ ଚାହୁଁଥିବା ଆମ ପାଖରେ କହିଥିଲା। ଏହାପରେ ହସ୍ପିଟାଲ ପକ୍ଷରୁ  ମେକ ଏ ବିଶ୍ୱ ଫାଉଣ୍ଡେସନ୍ ସହ ଏନେଇ ଯୋଗାଯୋଗ କରାଯାଇଥିଲା। ହେଲେ ମହକର ଏହି ଇଚ୍ଛାକୁ  ତିନି ଦିନରେ ପୂରଣ କରିଥିଲା ଫାଉଣ୍ଡେସନ୍ କର୍ତ୍ତୃପକ୍ଷ।”

ବୋଇୱାଡା ଥାନର ପୋଲିସ ଇନ୍ସପେକ୍ଟର କହିଥିଲେ,“ ଆମେ ଯେବେ ଜାଣିବାକୁ ପାଇଲୁ ମହକ କ୍ୟାନସରେ ପୀଡିତ ଓ ସେ ପୋଲିସ ଇନ୍ସପେକ୍ଟର ହେବାକୁ ଚାହୁଁଛି। ଆମେ ତୁରନ୍ତ ତାର ଇଚ୍ଛା ପୂରଣ କରିବାକୁ ଚାହୁଁଥିଲୁ।”

Related story