ଖାକି ଉହାଡ଼ରେ ଦାମଙ୍କ ଘର: ଜଗିଛନ୍ତି ୫ ପ୍ଲାଟୁନ୍‌ ପୋଲିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସର୍ବସାଧାରଣରେ ‘ସ୍ୱାମୀଛାଡ଼ି ଅଙ୍ଗନୱାଡ଼ି’ ଶବ୍ଦ ପ୍ରୟୋଗ କରିଥିବା ମନ୍ତ୍ରୀ ଦାମୋଦର ରାଉତଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ତାଙ୍କ ଭୁବନେଶ୍ୱରର ସ୍ଥିତ ବାସଭବନ ଚାରି ପାର୍ଶ୍ୱରେ ୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରିଛନ୍ତି। ଦାମଙ୍କ ବାସଭବନ ରାସ୍ତାରେ ପୋଲିସ୍ ବ୍ୟାରିକେଡ୍ କରିଛି। କ୍ୟାପିଟାଲ ହସ୍ପିଟାଲ-ଶିଶୁ ଭବନ ଛକ ରାସ୍ତାରେ ପୋଲିସ୍ ଛାଉଣୀରେ ପରିଣତ ହୋଇଯାଇଛି। କିଛି ଦିନ ତଳେ ଦଳୀୟ ପ୍ରେସମିଟ୍‌ରେ ଦାମଙ୍କୁ ଶ୍ରୀଖଣ୍ଡି ଓ ନବୀନ ପଟ୍ଟନାୟକଙ୍କୁ ଧୃତରାଷ୍ଟ୍ର ବୋଲି ବିଜେପି […]

police-protection-in-dama's-resident

Rakesh Mallick
  • Published: Friday, 27 October 2017
  • , Updated: 27 October 2017, 05:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସର୍ବସାଧାରଣରେ ‘ସ୍ୱାମୀଛାଡ଼ି ଅଙ୍ଗନୱାଡ଼ି’ ଶବ୍ଦ ପ୍ରୟୋଗ କରିଥିବା ମନ୍ତ୍ରୀ ଦାମୋଦର ରାଉତଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ତାଙ୍କ ଭୁବନେଶ୍ୱରର ସ୍ଥିତ ବାସଭବନ ଚାରି ପାର୍ଶ୍ୱରେ ୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରିଛନ୍ତି। ଦାମଙ୍କ ବାସଭବନ ରାସ୍ତାରେ ପୋଲିସ୍ ବ୍ୟାରିକେଡ୍ କରିଛି। କ୍ୟାପିଟାଲ ହସ୍ପିଟାଲ-ଶିଶୁ ଭବନ ଛକ ରାସ୍ତାରେ ପୋଲିସ୍ ଛାଉଣୀରେ ପରିଣତ ହୋଇଯାଇଛି।

କିଛି ଦିନ ତଳେ ଦଳୀୟ ପ୍ରେସମିଟ୍‌ରେ ଦାମଙ୍କୁ ଶ୍ରୀଖଣ୍ଡି ଓ ନବୀନ ପଟ୍ଟନାୟକଙ୍କୁ ଧୃତରାଷ୍ଟ୍ର ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ। ଏହାର ଜବାବରେ ବିଜେଡିର ଜନସଂପର୍କ ଯାତ୍ରାରେ ଦାମ, ଲେଖାଶ୍ରୀଙ୍କ ପ୍ରତି ଆକ୍ଷେପ କରି ‘ସ୍ୱାମୀଛାଡ଼ି ଅଙ୍ଗନୱାଡ଼ି’ କହିଥିଲେ। ତେବେ ବିଜେପି ମହିଳା ମୋର୍ଚ୍ଚା ଏହାର ପ୍ରତିବାଦ କରିବା ସହ ଦାମ କ୍ଷମା ନ ମାଗିଲେ ସାରା ରାଜ୍ୟରେ ବିକ୍ଷୋଭ କରିବାକୁ ଚେତାବନୀ ଦେଇଥିଲା।

Related story