ପୋସ୍କୋ ପାଇଁ କେନ୍ଦ୍ରକୁ ଅନୁରୋଧ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଦେଶର ସର୍ବାଧିକ ବିଦେଶୀ ପୁଞ୍ଜିନିବେଶ ହେବାକୁ ଥିବା ପୋସ୍କୋ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ ରାଜ୍ୟ ସରକାର। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ବୈଠକ ପରେ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି, ପୋସ୍କୋ ସଂପର୍କରେ ଆଲୋଚନା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି। ଆଲୋଚନା ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରିବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ। ଆଲୋଚନାରେ କେନ୍ଦ୍ର, […]

posco

posco

Rakesh Mallick
  • Published: Thursday, 20 August 2015
  • Updated: 20 August 2015, 07:55 AM IST

ଭୁବନେଶ୍ୱର: ଦେଶର ସର୍ବାଧିକ ବିଦେଶୀ ପୁଞ୍ଜିନିବେଶ ହେବାକୁ ଥିବା ପୋସ୍କୋ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ ରାଜ୍ୟ ସରକାର। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଏହି ବୈଠକ ପରେ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି, ପୋସ୍କୋ ସଂପର୍କରେ ଆଲୋଚନା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି। ଆଲୋଚନା ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରିବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ। ଆଲୋଚନାରେ କେନ୍ଦ୍ର, ରାଜ୍ୟ ଓ ପୋସ୍କୋର ପ୍ରତିନିଧିମାନେ ଉପସ୍ଥିତ ରହିବେ।

ସେ ଆହୁରି ମଧ୍ୟ କହିଛନ୍ତି, ପୋସ୍କୋ ଓଡ଼ିଶା ଛାଡ଼ି ବାହାରେ ଶିଳ୍ପ ପ୍ରତିଷ୍ଠା କରିବା ନେଇ ରାଜ୍ୟ ସରକାରଙ୍କ ପାଖରେ ସୂଚନା ନାହିଁ। ପୋସ୍କୋ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ନା ନାହିଁ, ଶିଳ୍ପ ପ୍ରତିଷ୍ଠା ପାଇଁ ସଂସ୍ଥା ରାଜ୍ୟ ସରକାରଙ୍କଠାରୁ କ’ଣ ସବୁ ସହଯୋଗ ଚାହୁଁଛି ସେ ନେଇ ପ୍ରଥମେ ଆଲୋଚନାକୁ ଆସୁ। ଆଇନର ପରିଧି ମଧ୍ୟରେ ଯାହା କିଛି କରାଯାଇପାରିବେ ରାଜ୍ୟ ସରକାର ତାହା ନିଶ୍ଚିତ କରିବେ।

କିଛି ଦିନ ତଳେ ପୋସ୍କୋ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟି ଅନୁରୋଧ କରିଥିଲେ ରାଜ୍ୟର ବିଜେଡି ସାଂସଦ।

୫୨ହଜାର କୋଟି ଟଙ୍କାର ଏହି ମେଗା ପ୍ରକଳ୍ପ ପାଇଁ ସମସ୍ୟା ହୋଇଛି ଖଣି। ଅନ୍ୟପକ୍ଷରେ ଏହା ଭିତରେ ପେସ୍କା ମହାରାଷ୍ଟ୍ରରେ ଏକ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏମଓୟୁ ବି ସାଇନ୍ କରିସାରିଛି। ଏହା ପରେ ଆଲୋଚନା ହୋଇଥିଲା ଯେ ପୋସ୍କୋ ଓଡ଼ିଶା ଛାଡ଼ି ଚାଲି ଯାଉଛି। ତେବେ ରାଜ୍ୟ ସରକାର କହିଛନ୍ତି ଏନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos