ଅମାପ ଶକ୍ତିର ଆଧାର ଗାୟତ୍ରୀ ମନ୍ତ୍ର: ଜପିଲେ ସିଦ୍ଧି ପ୍ରାପ୍ତ ହୁଏ

ଅନେକ ରୀତିନୀତି, ସଂସ୍କୃତି ଏବଂ ପରମ୍ପରାର ସମାହାର ହେଉଛି ହିନ୍ଦୁ ଧର୍ମ। ଆଜି ନୁହଁ ଶହ ଶହ ବର୍ଷ ଧରି ଏହି ନୀତିନିୟମ ଏବଂ  ବିଧିବ୍ୟବସ୍ଥା  ଚଳିଆସିଛି। ଏଠି ଭିନ୍ନ ଭିନ୍ନ ପୂଜା ପାଇଁ ନିର୍ଦ୍ଦିଷ୍ଟ ପଦ୍ଧତି ସହ ମନ୍ତ୍ର ରହିଛି। ତନ୍ମଧ୍ୟରୁ ଗାୟତ୍ରୀ ମନ୍ତ୍ର ଅନ୍ୟତମ।  ଯେଉଁ ମନ୍ତ୍ର ଜପ କଲେ ଜୀବନରେ ଅନେକ କିଛି ସିଦ୍ଧିପ୍ରାପ୍ତ ହୋଇଥାଏ ବୋଲି ହିନ୍ଦୁ ଧର୍ମର ବିଶ୍ୱାସ। ତେବେ ଏହି ମନ୍ତ୍ରରେ ଏମିତି କଣ ଶକ୍ତି ଅଛ ? […]

Rakesh Mallick
  • Published: Friday, 13 October 2017
  • , Updated: 13 October 2017, 06:57 AM IST

ଅନେକ ରୀତିନୀତି, ସଂସ୍କୃତି ଏବଂ ପରମ୍ପରାର ସମାହାର ହେଉଛି ହିନ୍ଦୁ ଧର୍ମ। ଆଜି ନୁହଁ ଶହ ଶହ ବର୍ଷ ଧରି ଏହି ନୀତିନିୟମ ଏବଂ  ବିଧିବ୍ୟବସ୍ଥା  ଚଳିଆସିଛି। ଏଠି ଭିନ୍ନ ଭିନ୍ନ ପୂଜା ପାଇଁ ନିର୍ଦ୍ଦିଷ୍ଟ ପଦ୍ଧତି ସହ ମନ୍ତ୍ର ରହିଛି। ତନ୍ମଧ୍ୟରୁ ଗାୟତ୍ରୀ ମନ୍ତ୍ର ଅନ୍ୟତମ।  ଯେଉଁ ମନ୍ତ୍ର ଜପ କଲେ ଜୀବନରେ ଅନେକ କିଛି ସିଦ୍ଧିପ୍ରାପ୍ତ ହୋଇଥାଏ ବୋଲି ହିନ୍ଦୁ ଧର୍ମର ବିଶ୍ୱାସ। ତେବେ ଏହି ମନ୍ତ୍ରରେ ଏମିତି କଣ ଶକ୍ତି ଅଛ ? ଏହାକୁ ଜପିଲେ କ’ଣ ସବୁ ଲାଭ ହୋଇଥାଏ ଆସନ୍ତୁ ଜାଣିବା।

୧-ସବୁଦିନ ଏହି ମନ୍ତ୍ର ଜପିବା ଦ୍ୱାରା ଆପଣଙ୍କ ଚର୍ମ ତେଜୀୟାନ୍‌ ହୋଇଥାଏ। ଆଖିରେ  ଅଧିକ ଚମିକ ଆସେ  । ଆପଣଙ୍କ ଭିତରେ ଥିବା କ୍ରୋଧ ନିୟନ୍ତ୍ରଣ ହୋଇଥାଏ। ଜ୍ଞାନ ଶକ୍ତିର ପ୍ରଜ୍ଜ୍ୱଳିତ ହୋଇଥାଏ।

୨- ଏହି ମନ୍ତ୍ର ଛାତ୍ରଛାତ୍ରୀଙ୍କ ପାଇଁ ବେଶ ଉପଯୋଗୀ। ଗୋଟିଏ ଦିନରେ ୧୦୮ ଥର ଏହି ମନ୍ତ୍ରକୁ ଉଚ୍ଚାରଣ କରାଯାଇଥାଏ।  ଏହି ମନ୍ତ୍ର ଉଚ୍ଚାରଣ କଲେ ଛାତ୍ରଛାତ୍ରୀଙ୍କ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।  ପଢାରେ ମନ ନ ଲାଗିବା, ପାଠ ମନେ ରହିବା, ତୁରନ୍ତ ଭୁଲି ଯିବା ଆଦି ସମସ୍ୟାର ଉପଚାର ଏହି ମନ୍ତ୍ରରେ ଭରି ରହିଛି। ଛାତ୍ରଙ୍କୁ ମେଧାବୀ କରିବାରେ ଏହା ହେଉଛି ଅନ୍ୟ ଏକ ସୂତ୍ର ମଧ୍ୟ।

୩-ବାଣିଜ୍ୟ ବ୍ୟବସାୟରେ କ୍ଷତି, ଚାକିରୀ ନ ମିଳିବା, ସ୍ୱଳ୍ପ ରୋଜଗାରରେ ଖର୍ଚ୍ଚ ଅଧିକ ହେବା ଆଦି ସମସ୍ୟା ଥିଲେ ଏହି ମନ୍ତ୍ର ଜପିବା ଅପରିହାର୍ଯ୍ୟ। ବିଷେଶ କରି ଶୁକ୍ରବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରି  ଧ୍ୟାନମୁଦ୍ରାରେ ବସି ଗାୟନ୍ତ୍ରୀ ମନ୍ତ୍ର ଉଚ୍ଚାରଣ କଲେ ପରିବାରର ଆର୍ଥିକ ସମସ୍ୟା ଉଭେଇ ଯିବ।

୪- ଯଦି କୌଣସି ଦମ୍ପତ୍ତିଙ୍କ ସନ୍ତାନ ପ୍ରାପ୍ତ ହେଉ ନାହିଁ କିମ୍ବା ପିଲା ରୋଗଗ୍ରସ୍ତ ରହୁଛି ତେବେ ସ୍ୱାମୀ ସ୍ତ୍ରୀ ଏକ ସଙ୍ଗେ  ଧଳାବସ୍ତ୍ର ଧାରଣ କରି ‘ୟୁନ୍‌’ ସିଧ୍ ମନ୍ତ୍ର ସହ ଗାୟତ୍ରୀ ମନ୍ତ୍ର ଜପିବା ଉଚିତ୍‌। ଏପରି କଲେ ତୁରନ୍ତ ସନ୍ତାନ ସମ୍ପର୍କିତ ସମସ୍ୟାରୁ ମୁକ୍ତି ମିଳିବ।

୫- ଯଦି କୌଣସି ଶତ୍ରୁ ଦ୍ୱାରା ଆପଣ ବିଚଳିତ ବା ଅସହାୟ ତେବେ ମଙ୍ଗଳବାର, ଅମାବାସ୍ୟା ଅବା ରବିବାର ଦିନ ଲାଲ ରଙ୍ଗର ବସ୍ତ୍ର ପରିଧାନ କରି ମା’ଦୁର୍ଗାଙ୍କ ସମ୍ମୁଖରେ ଯୋଗ ମୁଦ୍ରାରେ ବସି ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରନ୍ତୁ । ତେବେ ଆପଣଙ୍କୁ ନିଶ୍ଚୟ ସୁଫଳ ମିଳିବ। ଆପଣଙ୍କ ପାଖରୁ ଶତ୍ରୁ ଦୂରେଇ ଯିବେ। ତେବେ ଏହି ମନ୍ତ୍ର ୧୦୮ ଥର ଜପିବା ଅନିର୍ବାର୍ଯ୍ୟ।

ମନ୍ତ୍ର: ଓଁ ଭୂ ର୍ଭୁବଃ ସ୍ୱଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍ । 

Related story