ଝାରପଡା ଜେଲ୍‌ରେ ପ୍ରଶାନ୍ତ, ପ୍ରଭାତ ଓ ଶୁଭଙ୍କରଙ୍କୁ ସିବିଆଇର ଜେରା

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ପ୍ରଶାନ୍ତ ଦାସ ତାଙ୍କ ଭାଇ ପ୍ରଭାତ ଦାସ ଓ ମଧ୍ୟସ୍ଥି ଶୁଭଙ୍କର ନାୟକକୁ ଝାରପଡ଼ା ଜେଲେରେ ଶନିବାର ସିବିଆଇର ଏକ ଟିମ୍‌ ପହଞ୍ଚି ପଚରାଉଚରା କରିଛି। ସିବିଆଇର ଜଣେ ଏସ୍‌ପି ଓ ଜଣେ ତଦନ୍ତକାରୀ ଅଧିକାରୀ ୩ ଅଭିଯୁକ୍ତଙ୍କୁ ଦୀର୍ଘ ସମୟ ଧରି ଜେରା କରୁଛି। ପ୍ରଥମ ପର୍ଯ୍ୟାୟରେ ସିବିଆଇ ସମସ୍ତଙ୍କୁ ଅଲଗା ଅଲଗା ଜେରା କରୁଛି। ଦ୍ୱିତୀୟ ପର୍ଯ୍ୟାୟ ଜେରାରେ ୩ ଜଣଙ୍କୁ ଏକାଠି ବସାଇ ରାଜନୈତିକ ଓ […]

prabhat-prasnta-subhankar

Rakesh Mallick
  • Published: Saturday, 02 July 2016
  • , Updated: 03 July 2016, 08:48 AM IST

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ପ୍ରଶାନ୍ତ ଦାସ ତାଙ୍କ ଭାଇ ପ୍ରଭାତ ଦାସ ଓ ମଧ୍ୟସ୍ଥି ଶୁଭଙ୍କର ନାୟକକୁ ଝାରପଡ଼ା ଜେଲେରେ ଶନିବାର ସିବିଆଇର ଏକ ଟିମ୍‌ ପହଞ୍ଚି ପଚରାଉଚରା କରିଛି। ସିବିଆଇର ଜଣେ ଏସ୍‌ପି ଓ ଜଣେ ତଦନ୍ତକାରୀ ଅଧିକାରୀ ୩ ଅଭିଯୁକ୍ତଙ୍କୁ ଦୀର୍ଘ ସମୟ ଧରି ଜେରା କରୁଛି। ପ୍ରଥମ ପର୍ଯ୍ୟାୟରେ ସିବିଆଇ ସମସ୍ତଙ୍କୁ ଅଲଗା ଅଲଗା ଜେରା କରୁଛି। ଦ୍ୱିତୀୟ ପର୍ଯ୍ୟାୟ ଜେରାରେ ୩ ଜଣଙ୍କୁ ଏକାଠି ବସାଇ ରାଜନୈତିକ ଓ ଅର୍ତନୈତିକ ତଥ୍ୟ ଆଦାୟ କରିବ ବୋଲି ସୂଚନା ମିଳିଛି। ସେମାନଙ୍କଠାରୁ କିଛି ନୂଆ ତଥ୍ୟ ମିଳିଲେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ବୋଲି ସିବିଆଇ ଅଧିକାରୀମାନେ କହିଛନ୍ତି। ପଚରାଉଚରା ପାଇଁ ସିବିଆଇ ପକ୍ଷରୁ କୋର୍ଟରୁ ୩ ଦିନ ଅନୁମତି ଆଣାଯାଇଛି।

ରାଜ୍ୟରେ ଏହି ଚିଟ୍‌ଫଣ୍ଡ ସଂସ୍ଥା ୧୦୦୦ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ବେଳେ ଚାର୍ଜସିଟ୍‌ରେ ୫୦୦୦କୋଟି ଟଙ୍କା ଠକେଇ ହୋଇଥିବା ଜଣାପଡିଛି।

ସିବିଆଇ ପକ୍ଷରୁ ସି-ସୋର ମାମଲାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଏହି ସମୟରେ ମଧ୍ୟସ୍ତି ଶୁଭଙ୍କର ନାୟକଙ୍କ ଠାରୁ ଏକ ଡାଏରୀ ମିଳିଥିଲା। ଏହି ଡାଏରୀରେ ବହୁ ନେତା, ପ୍ରଶାସନିକ ଅଧିକାରୀଙ୍କ ସମେତ ବହୁ ଉଚ୍ଚପଦସ୍ତ କର୍ମଚାରୀଙ୍କ ନାଁ ରହିଥିଲା। ଯେଉଁଥିରେ ଶୁଭଙ୍କର ମଧ୍ୟସ୍ଥି ସାଜି ସି-ସୋରକୁ ଲାଭବାନ କରାଇଥିଲା। ଏହି ଆଧାରରେ ପୂର୍ବରୁ ବହୁ ଆଇଏଏସ୍‌, ୪ ଆଇପିଏସ୍‌ ଓ ଏକାଧିକ ବିଧାୟକ ଓ ସାସଂଦଙ୍କୁ ଜେରା କରାଯାଇଛି।

ଗତ ଏପ୍ରିଲ ୨୭ ତାରିଖରେ ସି-ସୋର ଗ୍ରୁପ ଅଧ୍ୟକ୍ଷ ପ୍ରଶାନ୍ତ ଦାସଙ୍କ ଜାମିନ ଆବେଦନକୁ ହାଇକୋର୍ଟରେ ଖାରଜ କରି ଦେଇଥିଲେ।

ଏପ୍ରିଲ ୭ ତାରିଖରେ ଏହି ମାମଲାରେ ପ୍ରଶାନ୍ତ ଦାସଙ୍କ ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର ବାସଭବନରେ ରାଞ୍ଚିରୁ ୭୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଥିଲା। ଏହାସହ କମ୍ପାନୀର ଜଣେ ନିର୍ଦ୍ଦେଶିକାଙ୍କ ପଳାଶୁଣୀ ସ୍ଥିତ ଘରେ ମଧ୍ୟ ଯାଞ୍ଚ କରାଯାଇଥିଲା।

Related story