ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ଆଜି ବିଜ୍ଞପ୍ତି ପ୍ରକାଶ କରିଛି। ଏଥର ଛାତ୍ରଛାତ୍ରୀ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନରେ ଆବେଦନ କରିପାରିବେ। ଚଳିତମାସ ୨୩ ତାରିଖରୁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। www.dheodisha.gov.in ରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଅନ୍‌ଲାଇନ୍‌ରେ ଆବେଦନ କରିବାର ଶେଷ ତାରିଖ ଜୁନ୍୬ ରହିଛି। ସେହିପରି ଅଫ୍‌ ଲାଇନ୍‌ରେ ଶେଷ ତାରିଖ ଜୁନ୍‌ ୭ ରହିଛି। ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ଜୁନ୍ ୧୩ରେ ପ୍ରକାଶ ପାଇବ। ଜୁନ୍‌ ୧୬ରୁ ୨୧ ମଧ୍ୟରେ […]

CHSE

Rakesh Mallick
  • Published: Wednesday, 18 May 2016
  • , Updated: 18 May 2016, 12:22 PM IST

ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ଆଜି ବିଜ୍ଞପ୍ତି ପ୍ରକାଶ କରିଛି। ଏଥର ଛାତ୍ରଛାତ୍ରୀ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନରେ ଆବେଦନ କରିପାରିବେ। ଚଳିତମାସ ୨୩ ତାରିଖରୁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। www.dheodisha.gov.in ରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ।

ଅନ୍‌ଲାଇନ୍‌ରେ ଆବେଦନ କରିବାର ଶେଷ ତାରିଖ ଜୁନ୍୬ ରହିଛି। ସେହିପରି ଅଫ୍‌ ଲାଇନ୍‌ରେ ଶେଷ ତାରିଖ ଜୁନ୍‌ ୭ ରହିଛି। ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ଜୁନ୍ ୧୩ରେ ପ୍ରକାଶ ପାଇବ। ଜୁନ୍‌ ୧୬ରୁ ୨୧ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ।

Related story