ରାହୁଲଙ୍କୁ ଭେଟିଲେ ପ୍ରସାଦ

ନୂଆଦିଲ୍ଲୀ/ଭୁବନେଶ୍ୱର: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆଜି ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତୃତ୍ୱରେ ପରିବର୍ତ୍ତନ କଥା ଉଠିଥିବା ବେଳେ ଏହି ସାକ୍ଷାତକାରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ପ୍ରସାଦ କହିଛନ୍ତି,“ଦଳର ସାଂଗଠନିକ ବ୍ୟାପାର ନେଇ ମୁଁ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲି। ଦଳୀୟ ସଂଗଠନ ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ସଂପର୍କରେ ତାଙ୍କ ସହିତ ଆଲୋଚନା କରିଥିଲି। […]

prasad

Rakesh Mallick
  • Published: Friday, 28 October 2016
  • , Updated: 28 October 2016, 11:06 PM IST

ନୂଆଦିଲ୍ଲୀ/ଭୁବନେଶ୍ୱର: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆଜି ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତୃତ୍ୱରେ ପରିବର୍ତ୍ତନ କଥା ଉଠିଥିବା ବେଳେ ଏହି ସାକ୍ଷାତକାରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।

ତେବେ ପ୍ରସାଦ କହିଛନ୍ତି,“ଦଳର ସାଂଗଠନିକ ବ୍ୟାପାର ନେଇ ମୁଁ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲି। ଦଳୀୟ ସଂଗଠନ ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ସଂପର୍କରେ ତାଙ୍କ ସହିତ ଆଲୋଚନା କରିଥିଲି।  ସେ ଯେଉଁ ଦିଗଦର୍ଶନ ଦେଇଛନ୍ତି ତାକୁ କାର୍ଯ୍ୟକାରୀ କରାଯିବ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର ରାହୁଲଙ୍କ ଦିଲ୍ଲୀ ଗସ୍ତ ନେଇ ସେ କହିଛନ୍ତି,“ଆମେ ଏକାଠି ଅଛୁ ଓ ଏକାଠି କାମ କରୁଛୁ। ଆମେ ରାଜ୍ୟର ସ୍ୱାର୍ଥ ପାଇଁ ଲଢୁଛୁ ଓ ଲଢ଼ିବୁ।”

ପୂର୍ବରୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ବି.କେ. ହରିପ୍ରସାଦଙ୍କୁ ସାକ୍ଷାତ କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ୧୬ ଜଣ କଂଗ୍ରେସ ବିଧାୟକଙ୍କ ସହିତ ସେ ରାହୁଲଙ୍କୁ ସାକ୍ଷାତ କରିଥିଲେ। ସେମାନେ ପ୍ରସାଦଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ ଉଦ୍ୟମ କରିଥିବା ଆଲୋଚନା ହୋଇଥିଲା।

ପ୍ରସାଦ ଆଜି ରାହୁଲଙ୍କୁ ଭେଟିବା ପରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଥିଲେ,“ରାଜ୍ୟ କଂଗ୍ରେସର ନେତୃତ୍ୱରେ ଯିଏ ପରିବର୍ତ୍ତନ କଥା କହୁଥିଲେ ସେ ଜଣେ ମାମୁଲି ବିଧାୟକ। ପ୍ରସାଦଙ୍କ ଉପରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଦୃଢ଼ ଆସ୍ଥା ରହିଛି। ତାଙ୍କ ନେତୃତ୍ୱରେ କଂଗ୍ରେସ ଆଗାମୀ ପଞ୍ଚାୟତ ଓ ୨୦୧୯ ବିଧାନସଭା ନିର୍ବାଚନ ଲଢ଼ିବ।”

ଏହା ସହିତ ସେ ନିରଞ୍ଜନ ପଟ୍ଟନାୟକଙ୍କୁ ନାରଦ ବୋଲି କହିଥିଲେ। ତେବେ ନିରଞ୍ଜନଙ୍କ ପ୍ରତି ସୁରଙ୍କ ଏଭଳି ମନ୍ତବ୍ୟକୁ ପ୍ରସାଦ ସମାଲୋଚନା କରିଛନ୍ତି। ସେ କହିଛନ୍ତି,“ନିରଞ୍ଜନ ପଟ୍ଟନାୟକ ଜଣେ ବରିଷ୍ଠ ନେତା। ତାଙ୍କ ପ୍ରତି ଏଭଳି ମନ୍ତବ୍ୟ ଠିକ୍ ନୁହେଁ।”

ରାଜ୍ୟ କଂଗ୍ରେସ ପ୍ରଭାରୀ ହରିପ୍ରସାଦ କହିଛନ୍ତି,“ପିସିସି ସଭାପତି ପରିବର୍ତ୍ତନ ନେଇ କୌଣସି ଆଲୋଚନା ହୋଇନାହିଁ। ଏବେ ପିସିସି ସଭାପତି ପରିବର୍ତ୍ତନ ହେବାର ନାହିଁ, କାରଣ ଏହି ପଦ ପାଇଁ ବର୍ତ୍ତମାନ ପଦ ଖାଲିନାହିଁ।

Related story