ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ପ୍ରସନ୍ନ, ବିଷ୍ଣୁ ଓ ଭାସ୍କର ରାଓ

ଭୁବନେଶ୍ୱର: ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେଡିର ତିନି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ, ବିଷ୍ଣୁ ଦାସ ଓ ଏନ୍‌. ଭାସ୍କର ରାଓ। ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଆଜି ଏହି ସୂଚନା ଦେଇଛନ୍ତି। ଭାସ୍କର ରାଓ ଏବେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଥିବା ବେଳେ ବିଷ୍ଣୁ ଦାସ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ଅଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ ପୂର୍ବରୁ ଲୋକସଭା ସଦସ୍ୟ ସହିତ ରାଜ୍ୟରେ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି। ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବିଜେଡିର […]

Prasanna-Acharya-Bishnu-Charan-Das-N-Bhaskar-Rao-to-Rajya-Sabha-

Rakesh Mallick
  • Published: Friday, 03 June 2016
  • , Updated: 03 June 2016, 10:04 AM IST

ଭୁବନେଶ୍ୱର: ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେଡିର ତିନି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ, ବିଷ୍ଣୁ ଦାସ ଓ ଏନ୍‌. ଭାସ୍କର ରାଓ। ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଆଜି ଏହି ସୂଚନା ଦେଇଛନ୍ତି।

ଭାସ୍କର ରାଓ ଏବେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଥିବା ବେଳେ ବିଷ୍ଣୁ ଦାସ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ଅଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ ପୂର୍ବରୁ ଲୋକସଭା ସଦସ୍ୟ ସହିତ ରାଜ୍ୟରେ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି।

ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବିଜେଡିର ଏହି ତିନି ନେତାଙ୍କ ମଧ୍ୟରୁ ଏନ୍‌.ଭାସ୍କର ରାଓ ହେଉଛନ୍ତି ସବୁଠୁ ଧନୀ।  ସେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି ଯେ ତାଙ୍କ ସ୍ଥାବର ସଂପତ୍ତିର ମୂଲ୍ୟ ୨୯ କୋଟି ୮୪ ଲକ୍ଷ ୮୦ ହଜାର ଟଙ୍କା ହୋଇଥିବା ବେଳେ ଅସ୍ଥାବର ସଂପତ୍ତିର ମୂଲ୍ୟ ୩ କୋଟି ୫୨ ଲକ୍ଷ ୬୮ ହଜାର ଟଙ୍କା।

ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ଥାବର ସଂପତ୍ତିର ମୂଲ୍ୟ ୪ କୋଟି ୪୭ ଲକ୍ଷ ୩୩ ହଜାର ଟଙ୍କା ହୋଇଥିବା ବେଳେ ଅସ୍ଥାବର ସଂପତ୍ତିର ମୂଲ୍ୟ ୮୦ ଲକ୍ଷ ୯୧ ହଜାର ଟଙ୍କା। ବିଷ୍ଣୁ ଦାସଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୯ ଲକ୍ଷ ଟଙ୍କା ହୋଇଥିବା ବେଳେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୩ ଲକ୍ଷ ୭୩ ହଜାର ଟଙ୍କା।

ଏହି ତିନି ନେତାଙ୍କ ମଧ୍ୟରୁ କେବଳ ବିଷ୍ଣୁ ଦାସଙ୍କ ନାଁରେ ଗୋଟିଏ ମାମଲା ରହିଛି। ସେ ଏକଥା ସତ୍ୟପାଠରେ ଉଲ୍ଲେଖ କରିଥିଲେ।

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ତରଫରୁ ଏହି ତିନି ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ବିଧାନସଭାରେ ସଂଖ୍ୟାର ଅଭାବ ଯୋଗୁଁ କଂଗ୍ରେସ ଓ ବିଜେପି ପକ୍ଷରୁ କୌଣସି ପ୍ରାର୍ଥୀ ଦିଆଯାଇ ନ ଥିଲା। ତିନି ଜଣ ସ୍ୱାଧୀନ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ କେହି ପ୍ରସ୍ତାବକ ନ ଥିବାରୁ ସେମାନଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଯାଇଥିଲା।

Related story