ସଂଘରେ ଚାଲିଛି ମନ୍ଥନ: ପ୍ରତାପ ପିନ୍ଧିବେ ରାଜ୍ୟ ବିଜେପି ସଭାପତି ମୁକୁଟ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଏ ହେବ ପରବର୍ତ୍ତୀ ରାଜ୍ୟ ବିଜେପି ସଭାପତି। କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ। ତାକୁ ନେଇ ଚାଲିଛି ରାଜନୈତିକ ଚର୍ଚ୍ଚା। କାରଣ ଓଡ଼ିଶା ବିଜେପିରେ ଖୁବ୍‌ଶୀଘ୍ର ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଏହାକୁ ନେଇ ଆରଏସ୍‌ଏସ୍‌ ପକ୍ଷରୁ ଏକ ରୁଦ୍ଧ ଦ୍ୱାର ବୈଠକ ଚାଲିଛି। ସେଠାରେ ସଂଘ ସମେତ ବିଜେପିର କିଛି ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ତେବେ ରାଜ୍ୟ ବିଜେପିରେ ଯାହା ସବୁ ଘଟୁଛି ଏଥିରୁ  ଏକ ବଡ଼ […]

p-777

Rakesh Mallick
  • Published: Tuesday, 03 April 2018
  • , Updated: 03 April 2018, 07:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଏ ହେବ ପରବର୍ତ୍ତୀ ରାଜ୍ୟ ବିଜେପି ସଭାପତି। କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ। ତାକୁ ନେଇ ଚାଲିଛି ରାଜନୈତିକ ଚର୍ଚ୍ଚା। କାରଣ ଓଡ଼ିଶା ବିଜେପିରେ ଖୁବ୍‌ଶୀଘ୍ର ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଏହାକୁ ନେଇ ଆରଏସ୍‌ଏସ୍‌ ପକ୍ଷରୁ ଏକ ରୁଦ୍ଧ ଦ୍ୱାର ବୈଠକ ଚାଲିଛି। ସେଠାରେ ସଂଘ ସମେତ ବିଜେପିର କିଛି ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ତେବେ ରାଜ୍ୟ ବିଜେପିରେ ଯାହା ସବୁ ଘଟୁଛି ଏଥିରୁ  ଏକ ବଡ଼ ତଥା ଆମୁଳଚୁଳ ପରିବର୍ତ୍ତନର ଆଭାସ ମିଳୁଛି।

ଏ ଭିତରେ ସଙ୍ଗଠନ ସମ୍ପାଦକ ପରିବର୍ତ୍ତନ ହୋଇ ସାରିଛନ୍ତି। ଆଉ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏବେ ବୈଠକର  ନିଷ୍ପତି ତୁରନ୍ତ ଘୋଷଣା କରା ନଯାଇ ଅମିତ ଶାହଙ୍କ ସଭାରେ ହୋଇପାରେ ବୋଲି ସୂଚନା ମିଳୁଛି। ରାଜ୍ୟ ବିଜେପି ସଭାପତି ରେସ୍‌ରେ କନକ ବର୍ଦ୍ଧନ ସିଂଦେଓ, ପ୍ରତାପ ଷଡ଼ଙ୍ଗୀ ଏବଂ ସମୀର ମହାନ୍ତିଙ୍କ ନାମ ଆଲୋଚନା ହେଉଛି। ଦୀର୍ଘ ଦିନ ହେଲା ପଶ୍ଚିମ ଓଡିଶାରୁ ସୁରେଶ ପୂଜାରୀ, ଜୁଏଲ ଓରାମ୍, କନକବର୍ଦ୍ଧନ ସିଂହଦେଓ ଓ ବସନ୍ତ ପଣ୍ଡା ସଭାପତି ହୋଇ ଆସୁଥିବାରୁ ଏଥର ପୂର୍ବ ଓଡ଼ିଶାରୁ କେହି ସଭାପତି ହେବା କଥା ଉଠୁଛି। ବିଜେପି ଭିତରେ ଥିବା ଏକ କ୍ଷମତାଶାଳି ଗୋଷ୍ଠୀ ସମିରଙ୍କ ସପକ୍ଷରେ ଥିବା ବେଳେ ସଂଘ ତଥା ସଙ୍ଗଠନର ତୃଣମୂଳ ସ୍ତରରୁ ପ୍ରତାପ ଷଡ଼ଙ୍ଗୀଙ୍କ ସପକ୍ଷରେ ପ୍ରବଳ ମତ ରହିଛି।

ପୁଣି ଏ ଭିତରେ ଦିଲ୍ଲୀ କନକ ବର୍ଦ୍ଧନ କିମ୍ବା ପ୍ରତାପଙ୍କ ସପକ୍ଷରେ ରହୁଥିବା ବେଳେ ରାଜ୍ୟ ବିଜେପି ସମୀରଙ୍କ ସମର୍ଥନରେ ରହିଛି। ଏକଦା ଦଳରେ କୋଣଠେସା ହୋଇ ଅଲୋଡା ହୋଇପଡିଥିବା ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ ଦିଲ୍ଲୀ ଯାଇ ବିଜେପିର ବରିଷ୍ଠ ନେତା ରାଜନାଥ ସିଂ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ସାହଙ୍କୁ ଭେଟି ପରବର୍ତ୍ତୀ ରଣନୀତି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି । ତେବେ ଏହି ଭେଟଘାଟ ଭିତରେ ପ୍ରତାପ ଅଭୟ ବାଣୀ ପାଇଥିବା ଚର୍ଚ୍ଚା ହେଉଛି।  ସେହିପରି ସଂଘର ଶୁଭ ଦୃଷ୍ଟିରେ ସମୀର ନଥିବା ଭଳି ମନେହେଛି। ଏସବୁ ଭିତରେ ବୈଠକରେ ସବୁ ଦିଗକୁ ନେଇ ବିଚାର ବିମର୍ଶ ଚାଲିଛି। ଏବେ ସଙ୍ଗଠନ ସମ୍ପାଦକ ପରିବର୍ତ୍ତନ ହୋଇଥିବା ବେଳେ ଏବଂ ସଙ୍ଗଠନରେ ଆମୁଳଚୁଳ ପରିବର୍ତ୍ତନ କଥା ଭିତରେ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଅଧିକ ଚର୍ଚ୍ଚା ହେଉଛି।

ସୂଚନା ଯୋଗ୍ୟ, ଗତ ଥର ସଭାପତି ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଚର୍ଚ୍ଚାରେ ଥିଲା ବେଳେ ଶେଷ ମୁହୂର୍ତ୍ତରେ ବାଦ୍‌ ପଡ଼ିଯାଇଥିଲେ । କୁହାଯାଉଛି ଧର୍ମେନ୍ଦ୍ର ଲାଗି ପ୍ରତାପ ଗତ ଥର ସଭାପତି ହୋଇପାରି ନଥିଲେ। ଏବେ ପୁଣି ସଂଘ ଏବଂ ସଙ୍ଗଠନ ଭିତରେ ତାଳି ପକାଇ ଧର୍ମେନ୍ଦ୍ର ଏବଂ ତାଙ୍କ ଗୋଷ୍ଠୀ ନିର୍ଣ୍ଣୟ ନିଜ ସପକ୍ଷରେ ନେବାକୁ ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ  ତୃଣମୂଳ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କ ମନୋଭାବ ବାବଦରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ଅବଗତ ଅଛନ୍ତି। ପରିବର୍ତ୍ତନ ହେବା ତ’ ପ୍ରାୟ ନିଶ୍ଚିତ। ଏବେ ସଭାପତି ଥିବା ବସନ୍ତ ପଣ୍ଡା ବି ଆଗୁଆ ଇସ୍ତଫା ଦେବା ସ୍ପଷ୍ଟ ବାରି ହେଉଛି। ବାକି ରହିଲା କିଏ ହେବ ସଭାପତି?

ଉତ୍ତର ପ୍ରଦେଶରେ ଯୋଗୀଙ୍କ ପାଇଁ ତୃଣମୂଳସ୍ତରରୁ ଦାବି ହୋଇ ସେ ମୁଖ୍ୟମନ୍ତ୍ରୀ ହେଲା ପରି ପ୍ରତାପ ଷଡ଼ଙ୍ଗୀ ସଭାପତି ହେବେ ନା ଦୀର୍ଘଦିନ ହେଲା ରାଜ୍ୟରେ ପ୍ରଭାବ ବିସ୍ତାର କରି ରହି ଆସିଥିବା ନେତାଙ୍କ କଥାରେ ସମୀର ହେଉଛନ୍ତି ସଭାପତି ତାକୁ ଦେଖିବାକୁ ବାକି ରହିଲା।

Related story