ସୁରକ୍ଷିତ ପ୍ରସବ ଯୋଜନା ବାଟବଣା: ସେବା ପାଇବାକୁ ପ୍ରସୂତିଙ୍କୁ ଦେବାକୁ ପଡୁଛି ହାତଗୁଞ୍ଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନୁଷ୍ଠାନିକ ପ୍ରସବ ଓ ସୁରକ୍ଷିତ ମାତୃତ୍ୱ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କରିଛନ୍ତି ଅନେକ ଯୋଜନା। ଗାଁ ଗାଁରୁ ହସ୍ପିଟାଲକୁ ଆଣିବା ପାଇଁ ଜନନୀ ସୁରକ୍ଷା ଯୋଜନାରେ ମିଳୁଛି ମାଗଣା ୧୦୨ ସେବା। ହସ୍ପିଟାଲରେ ମାଗଣା ଚିକିତ୍ସା ସହ “ମମତା” ଯୋଜନାରେ ଆର୍ଥିକ ସହାୟତାର ମଧ୍ୟ ବ୍ୟବସ୍ଥା ରହିଛି। କିନ୍ତୁ ଗ୍ରାଉଣ୍ଡ ଜିରୋରେ, ଏସବୁ ବ୍ୟବସ୍ଥା ଯୋଜନା ଯୋଜନା ଦୂରରେ।  ସେବା ପାଇବାକୁ ୧୦୨ ଡ୍ରାଇଭରଠୁ, ହସପିଟାଲର ସ୍ୱିପର, ସମସ୍ତଙ୍କୁ ଦରକାର […]

bvgg

Rakesh Mallick
  • Published: Wednesday, 11 April 2018
  • , Updated: 11 April 2018, 10:05 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନୁଷ୍ଠାନିକ ପ୍ରସବ ଓ ସୁରକ୍ଷିତ ମାତୃତ୍ୱ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କରିଛନ୍ତି ଅନେକ ଯୋଜନା। ଗାଁ ଗାଁରୁ ହସ୍ପିଟାଲକୁ ଆଣିବା ପାଇଁ ଜନନୀ ସୁରକ୍ଷା ଯୋଜନାରେ ମିଳୁଛି ମାଗଣା ୧୦୨ ସେବା। ହସ୍ପିଟାଲରେ ମାଗଣା ଚିକିତ୍ସା ସହ “ମମତା” ଯୋଜନାରେ ଆର୍ଥିକ ସହାୟତାର ମଧ୍ୟ ବ୍ୟବସ୍ଥା ରହିଛି। କିନ୍ତୁ ଗ୍ରାଉଣ୍ଡ ଜିରୋରେ, ଏସବୁ ବ୍ୟବସ୍ଥା ଯୋଜନା ଯୋଜନା ଦୂରରେ।  ସେବା ପାଇବାକୁ ୧୦୨ ଡ୍ରାଇଭରଠୁ, ହସପିଟାଲର ସ୍ୱିପର, ସମସ୍ତଙ୍କୁ ଦରକାର ଉପୁରି।  ଆଉ ନର୍ସଙ୍କ ମିଠାଖିଆ ପାଇଁ ବି ରହିଛି ଫିକ୍ସ  ରେଟ୍‌।  ଡାକ୍ତର ବାବୁଙ୍କ କଥାତ ପୂରା ଅଲଗା।ଏମାନେ କୁହନ୍ତି  ଟଙ୍କା ଦିଅ ନ ହେଲେ ନର୍ସିଂ ହୋମ ଯାଅ। ବଲାଙ୍ଗିର ଜିଲ୍ଳାର ସଦର ମହକୁମାଠାରୁ ଆରମ୍ଭ କରି ପି.ଏଚ୍.ସି, ସି.ଏଚ୍.ସି ପର୍ଯ୍ୟନ୍ତ, ସବୁଠି ସମାନ ଅବସ୍ଥା।

ଖୋଦ୍‌ ଏ.ଡି.ଏମ୍‌.ଓ କହୁଛନ୍ତି, ଗର୍ଭବତୀଙ୍କ ପାଇଁ ୧୦୨ ମାଗଣା ସେବା ମିଳୁଛି। କିନ୍ତୁ ବଲାଙ୍ଗିର ଜିଲ୍ଳା ଟିଟିଲାଗଡର ଏକ ଭାଇରାଲ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା।  ଯେଉଁ ଦୃଶ୍ୟ ବର୍ଣ୍ଣନା କଲାବେଳେ ଆପଣଙ୍କ ପାଟିରୁ ବି ଆହାଃ ବାହାରି ଆସିବ।

ଘଟଣା ଥିଲା ଏମିତି- ଟଙ୍କା ଛିଣ୍ଡୁ ନ ଥିବାରୁ ୧୦୨ ଆମ୍ବୁଲାନ୍ସ ଭିତରେ ଡ୍ରାଇଭର ଭାଇ ବସି ରହିଥାନ୍ତି। ଆଉ ପ୍ରସବ ବେଦନାରେ ଛଟପଟ ହେଉଥାନ୍ତି ଗର୍ଭବତୀ । ଡ୍ରାଇଭର ବାବୁଙ୍କୁ ଦରକାର ଉପୁରି ଖର୍ଚ୍ଚ । କିନ୍ତୁ ଗାଁ ଲୋକଙ୍କ ଜିଦ୍, ମାଗଣା ସରକାରୀ ଯୋଜନାରେ ଟଙ୍କା ଦେବୁନି।  ଶେଷରେ ଘରୋଇ ଗାଡି ଭଡାରେ ନେଇ ଗର୍ଭବତୀଙ୍କୁ ଡାକ୍ତରଖାନାକୁ ଆଣାଗଲା। ଏ ସମସ୍ତ ଦୃଶ୍ୟକୁ ମୋବାଇଲରେ ରେକର୍ଡ କରି କେହି ସୋସିଆଲ ମିଡିଆରେ ଭାଇରାଲ କରିଛି। ଦାଣ୍ଡରେ ପଡିଛି ଜନନୀ ଯୋଜନାରେ ହେଉଥିବା ଦୁର୍ନୀତି।

ଖାଲି ସେତିକି ନୁହେଁ  ବଲାଙ୍ଗିର ହସ୍ପିଟାଲରେ ଦେଖିବାକୁ ମିଳୁଛି ଅଜବ ଦୃଶ୍ୟ । ଏଠି ଉପରୁ ତଳ ପର୍ଯ୍ୟନ୍ତ କେହି କମ୍‌ ନୁହନ୍ତି।  ସମସ୍ତେ ନିଜ ନିଜ ଭାଗ ନେଲା ପରେ ଶେଷରେ ନିଜ ଭାଗ ପାଇଁ ଅଡି ବସୁଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଭାଗର ଝାଡୁଦାର।  ଛୁଆଟିଏ ହେଲାମାନେ କିଛି ଟଙ୍କା ଦିଅ। ଆଉ ଏ ଟଙ୍କା ଦିଆ ନାଁରେ ହଇରାଣ ହେଉଛନ୍ତି ବିଚରା ଗର୍ଭବତୀଙ୍କ ସମ୍ପର୍କିୟ।

Related story