ପ୍ରଫେସର ଇଶାନ ପାତ୍ର ହେଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି। ପ୍ରଫେସର ଇଶାନ ପାତ୍ର ହେଲେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂଆ କୁଳପତି। ରାଜ୍ୟପାଳ ଏସସି ଜମିର ପ୍ରଫେସର ଇଶାନ ପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି।

ଗ୍ୱାଲିୟର ଜିୱାଜୀ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ପ୍ରଫେସର ଭାବେ ଇଶାନ ପାତ୍ର କାର୍ଯ୍ୟ କରୁଛନ୍ତି। ଏନେଇ ସେ କହିଛନ୍ତି-“ରେଭେନ୍ସ କଲେଜ ଓ ବିଶ୍ୱବିଦ୍ୟାଳୟ ହେଉଛି ୧୫୦ ବର୍ଷର ଇନ୍‌ଷ୍ଟିଚ୍ୟୁସନ୍‌। ଏହାର ଜାତୀୟ ଓ ଆନ୍ତର୍ଜାତୀୟ କ୍ଷାତି ରହିଛି। ରେଭେନ୍ସାର ଯେଉଁ କ୍ଷାତି ରହିଛି, ତାକୁ ଆଗକୁ ନେବା ଏକ ବଡ଼ ଚ୍ୟାଲେଞ୍ଜ ହେବ। ଛାତ୍ର ଓ ଶିକ୍ଷାର ବିକାଶ ପାଇଁ କାର୍ଯ୍ୟ କରିବି। ବିଶ୍ୱବିଦ୍ୟାଳୟରେ ଅନେକ ଉନ୍ନୟନ କାର୍ଯ୍ୟ ହୋଇଛି। ବାକି ଥିବା କାମ କରିବି। ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ପ୍ଲେସମେଣ୍ଟକୁ ଗୁରୁତ୍ୱ ଦେବି।”