ଅଯୋଧ୍ୟାର ବାବ୍ରି ମସ୍‌ଜିଦ୍‌ ତଳୁ ମିଳିଥିଲା ମନ୍ଦିରର ୮୫ ଖମ୍ବ ଓ ଦେବତାଙ୍କ ମୂର୍ତ୍ତି

ନୂଆଦିଲ୍ଲୀ: ଅଯୋଧ୍ୟାର ବିବାଦୀୟ ଜମି ଉପରେ ତିଆରି କରାଯାଇଥିବା ବାବ୍ରି ମସ୍‌ଜିଦ୍‌ ସ୍ଥାନରେ କ’ଣ ହିନ୍ଦୁ ମନ୍ଦିର ରହିଥିଲା? ଏ ପ୍ରଶ୍ନର ଉତ୍ତର ଅନେକ ବର୍ଷ ହେବ ଖୋଜାଚାଲିଛି। କିନ୍ତୁ ଏହାର ସଠିକ୍‌ ପ୍ରମାଣ ଆଜି ପର୍ଯ୍ୟନ୍ତ ମିଳିପାରିନଥିଲା। କିନ୍ତୁ ଏବେ ସୁପ୍ରିମ୍‌କୋର୍ଟରେ ଚାଲିଥିବା ଲଢେଇରେ ଏମିତି ଏକ ପ୍ରମାଣ ସାମ୍ନାକୁ ଆସିଛି ଯେଉଁଥିରୁ ଏହା ସ୍ପଷ୍ଟ ଭାବେ ଜାଣାପଡୁଛି ଯେ ହିନ୍ଦୁ ମନ୍ଦିର ଉପରେ ବାବ୍ରି ମସ୍‌ଜିଦ୍‌ର ନିର୍ମାଣ କରାଯାଇଛି। ବ୍ରିଟିସ୍‌ ସମୟରେ ଅନେକଥର ଏହା […]

ayodhya-1521089806 (1)

ayodhya-1521089806 (1)

Rakesh Mallick
  • Published: Monday, 19 March 2018
  • Updated: 19 March 2018, 03:17 PM IST

Sports

Latest News

ନୂଆଦିଲ୍ଲୀ: ଅଯୋଧ୍ୟାର ବିବାଦୀୟ ଜମି ଉପରେ ତିଆରି କରାଯାଇଥିବା ବାବ୍ରି ମସ୍‌ଜିଦ୍‌ ସ୍ଥାନରେ କ’ଣ ହିନ୍ଦୁ ମନ୍ଦିର ରହିଥିଲା? ଏ ପ୍ରଶ୍ନର ଉତ୍ତର ଅନେକ ବର୍ଷ ହେବ ଖୋଜାଚାଲିଛି। କିନ୍ତୁ ଏହାର ସଠିକ୍‌ ପ୍ରମାଣ ଆଜି ପର୍ଯ୍ୟନ୍ତ ମିଳିପାରିନଥିଲା। କିନ୍ତୁ ଏବେ ସୁପ୍ରିମ୍‌କୋର୍ଟରେ ଚାଲିଥିବା ଲଢେଇରେ ଏମିତି ଏକ ପ୍ରମାଣ ସାମ୍ନାକୁ ଆସିଛି ଯେଉଁଥିରୁ ଏହା ସ୍ପଷ୍ଟ ଭାବେ ଜାଣାପଡୁଛି ଯେ ହିନ୍ଦୁ ମନ୍ଦିର ଉପରେ ବାବ୍ରି ମସ୍‌ଜିଦ୍‌ର ନିର୍ମାଣ କରାଯାଇଛି। ବ୍ରିଟିସ୍‌ ସମୟରେ ଅନେକଥର ଏହା ସ୍ପଷ୍ଟ କରାଯାଇଛି ଯେ ସେଠାରେ ହିନ୍ଦୁ ମାନଙ୍କର ପୂଜା କରିବାର ହକ୍‌ ରହିଛି। କାରଣ ପୂର୍ବରୁ ସେଠାରେ ମନ୍ଦିର ରହିଥିଲା। କିନ୍ତୁ ପ୍ରତ୍ୟକଥର କିଛି କାରଣରୁ ପୁଣି ବିବାଦ ଉଙ୍କି ମାରୁଛି ଏବଂ ଦଙ୍ଗା ଆରମ୍ଭ ହେଉଛି। କିନ୍ତୁ ଏବେ ଯେଉଁ ପ୍ରମାଣ ହାତରେ ଲାଗିଛି ସେଥିରୁ ଏହା ଜଣାପଡୁଛି ଯେ, ସେଠାରେ ମନ୍ଦିର ଥିଲା।
ପ୍ରକୃତକଥା ଜାଣିବା ପାଇଁ ଅଯୋଧ୍ୟାରେ ଦୁଇଥର ମସ୍‌ଜିଦ୍‌ ପାଖ ଖନନ ହୋଇଥିଲା। ପ୍ରତ୍ୟେକ ଥର ପ୍ରଶ୍ନ ସାମାନ ଥିଲା ମସ୍‌ଜିତ୍ ତଳେ ମନ୍ଦିର ରହିଛି କି ନାହିଁ? ମନ୍ଦିର ଭଙ୍ଗାଯାଇ ମସ୍‌ଜିଦ୍‌ ତିଆରି କରାଯାଇଛି କି? ପ୍ରଥମ ଥର ୧୯୭୭ରେ ଖୋଳାହେଲା। ପରେ ୨୦୦୩ରେ ଦ୍ୱିତୀୟ ଥର ପାଇଁ ଖୋଳାଗଲା। ପ୍ରଥମଥର ଖୋଳାହେବା ସମୟରେ ବାବ୍ରି ମସ୍‌ଜିଦ୍ ଥିଲା ଏବଂ ଯେତେବେଳେ ଦ୍ୱିତୀୟ ଥର ଖୋଳାଗଲା ସେତେବେଳେ ବାବ୍ରି ମସ୍‌ଜିଦ୍‌ ଭଙ୍ଗା ସରିଥିଲା।
୪୦ବର୍ଷ ପୂର୍ବରୁ ପ୍ରଥମ ଥର ଅଯୋଧ୍ୟାରେ ଖୋଳା କାର୍ଯ୍ୟ ଚାଲିଥିବା ବେଳେ ASI ଟିମ୍‌କୁ ୧୪ଟି ଖମ୍ବ ମିଳିଥିଲା। ସମସ୍ତ ଖମ୍ବ ମନ୍ଦିରର ଥିଲା। କିନ୍ତୁ ଏହା ଉପରେ ବାବ୍ରି ମସ୍‌ଜିଦ୍‌ ଥିଲା। କଳା ପଥର ଖମ୍ବ ଉପରେ ହିନ୍ଦୁ ପୂଜା ପଦ୍ଧତିର ଚିହ୍ନ ବି ଦେଖିବାକୁ ମିଳିଥିଲା।
୧୯୭୭ରେ ମସ୍‌ଜିଦ୍‌ ବାହାରେ ଖମ୍ବକୁ ଟିକେ ଦୂରରେ ରଖାଯାଇଥିଲା। ଏସବୁ ପିଲାର ମନ୍ଦିର ମଣ୍ଡପ ତିଆରି କରିବାରେ ଲାଗିଥାଏ ବୋଲି କୁହାଯାଉଛି। ୨୦୦୩ରେ ହାଇକୋର୍ଟ ଆଦେଶରେ ପୁଣି ଖମ୍ବ କାମ ଆରମ୍ଭ ହେଲା। ଏଥର ଖୋଳିବା ପରେ ୮୫ଟି ପିଲାରବେସ୍ ମିଳିଲା। ଅର୍ଥାତ ମନ୍ଦିରକୁ ଭାଙ୍ଗି ମସ୍‌ଜିଦ୍‌ ନିର୍ମାଣ କରାଯାଇଥିବା କୁହାଯାଇଛି।
ସେହିପରି ଅଧିକ ଖୋଳିବା ପରେ ସେଠାରେ ଉମାମହେଶ୍ୱର ମୂର୍ତ୍ତି ମିଳିଥିଲା। ହାତରେ ତ୍ରିଶୁଳ ଥିବା ଉମାମହେଶ୍ୱର ମୂର୍ତ୍ତି ମିଳିବା ପରେ କୁବେର ମୂର୍ତ୍ତି ମିଳିଲା। ଦେବୀ ଦେବତାଙ୍କ ମୂର୍ତ୍ତି, ଭଗବାନ ଶିବଙ୍କ ବାହନ ନନ୍ଦିଙ୍କ ମୂର୍ତ୍ତି ମଧ୍ୟ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story